ଓଡିଶା

odisha

ETV Bharat / state

ଧାନ କିଣାକୁ ନେଇ ଏଆରସିଏସଙ୍କୁ ଘେରିଲେ ଉତ୍ୟକ୍ତ ଚାଷୀ - ତେଲିବନ୍ଧ ସମବାୟ ସମିତି

ଟୋକେନ ରଦ୍ଦ ହେବା ପୂର୍ବରୁ ଏଆରସିଏସଙ୍କୁ ଘେରିଲେ ଉତ୍ୟକ୍ତ ଚାଷୀ । ସମବାୟ ସମିତିର ସଂପାଦକଙ୍କୁ ନିଲମ୍ବିତ ସହ ଦିଆଯାଇଥିବା ଟୋକନରେ ଧାନ କିଣିବା ପାଇଁ ଦାବି କରିଛନ୍ତି ଚାଷୀ । ଅଧିକ ପଢ଼ନ୍ତୁ...

ଧାନ କିଣାକୁ ନେଇ ଏଆରସିଏସଙ୍କୁ ଘେରିଲେ ଉତ୍ୟକ୍ତ ଚାଷୀ
ଧାନ କିଣାକୁ ନେଇ ଏଆରସିଏସଙ୍କୁ ଘେରିଲେ ଉତ୍ୟକ୍ତ ଚାଷୀ

By

Published : Mar 25, 2021, 10:53 PM IST

ବୌଦ୍ଧ:ଧାନକିଣା ସମସ୍ୟାକୁ ନେଇ ଏଆରସିଏସଙ୍କୁ ଘେରିଲେ ଉତ୍ୟକ୍ତ ଚାଷୀ। ବୌଦ୍ଧ ଜିଲ୍ଲାର ବିଭିନ୍ନ ଧାନମଣ୍ଡିରେ ଧାନକିଣା ପ୍ରାୟ ସମ୍ପୂର୍ଣ୍ଣ ହେବାକୁ ବସିଛି। ଏହି ସମୟରେ ବର୍ତ୍ତମାନ ପୁଣିଥରେ ଧାନକିଣା ତାତି ଦେଖିବାକୁ ମିଳିଛି। ବୌଦ୍ଧ ଜିଲ୍ଲାର ତେଲିବନ୍ଧ ସମବାୟ ସମିତିର ସଂପାଦକଙ୍କ ମନମୁଖୀ କାର୍ଯ୍ୟ ତଥା ବଳକା ଟାର୍ଗେଟକୁ ନିଜ ଲୋକ ଓ ବ୍ୟବସାୟୀଙ୍କୁ ପ୍ରଦାନ କରୁଥିବା ଚାଷୀ ଅଭିଯୋଗ କରିଛନ୍ତି। ତୁରନ୍ତ ସଂପାଦକଙ୍କୁ ନିଲମ୍ବିତ କରିବା ପାଇଁ ଦାବି କରି ଏଆରସିଏସଙ୍କୁ ଘେରାଉ କରିଥିଲେ ଚାଷୀ। ଦିଆଯାଇଥିବା ଟୋକନରେ ଧାନ କିଣିବା ପାଇଁ ଦାବି କରିଛନ୍ତି ଚାଷୀ ।

ଧାନ କିଣାକୁ ନେଇ ଏଆରସିଏସଙ୍କୁ ଘେରିଲେ ଉତ୍ୟକ୍ତ ଚାଷୀ
ଧାନ କିଣାକୁ ନେଇ ଏଆରସିଏସଙ୍କୁ ଘେରିଲେ ଉତ୍ୟକ୍ତ ଚାଷୀ

ତେଲିବନ୍ଧ ଅଞ୍ଚଳର ଶତାଧିକ ଚାଷୀ ଆଜି(ଗୁରୁବାର) ଟୋକନ ପାଇବାର ଶେଷଦିନ ଥିବାରୁ ଏଆରସିଏସଙ୍କୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରାଯାଇଛି । ବୌଦ୍ଧ ଜିଲ୍ଲାର ନିର୍ଦ୍ଦିଷ୍ଟ କେତେକ ଧାନମଣ୍ଡିରେ ଟାର୍ଗେଟକୁ ଭାଗକରି ଧାନ କିଣା ଯାଉଥିବା ଅଭିଯୋଗ ହୋଇଛି। କିଛି ସମବାୟ ସଂପାଦକଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଚାଷୀ ଅସନ୍ତୋଷ ଦେଖାଦେଇଛି। ଏନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାନଗଲେ ବୌଦ୍ଧ ଚାଷୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details