ଓଡିଶା

odisha

ଅଙ୍ଗନୱାଡି କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ

By

Published : Feb 19, 2021, 7:21 AM IST

ଗୁରୁବାର ଓଡିଶା ଅଙ୍ଗନବାଡ଼ି ଲେଡିଜ୍ ୱାର୍କରସ୍ ଆସୋସିଏସନ୍ ସୁନ୍ଦରଗଡ଼ ଜିଲ୍ଲା ଦ୍ବାରା ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

ଅଙ୍ଗନୱାଡି କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ
ଅଙ୍ଗନୱାଡି କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ

ସୁନ୍ଦରଗଡ: ଅଙ୍ଗନୱାଡି କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ । ଗୁରୁବାର ଓଡିଶା ଅଙ୍ଗନବାଡ଼ି ଲେଡିଜ୍ ୱାର୍କରସ୍ ଆସୋସିଏସନ୍ ସୁନ୍ଦରଗଡ଼ ଜିଲ୍ଲା ଦ୍ବାରା ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କିଛି ଘଣ୍ଟାର ପ୍ରତୀକ ଧାରଣା ଦେବା ପରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ 8 ଦଫା ଦାବି ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ 11 ଦଫା ଦାବି ସମ୍ବଳିତ ଏକ ସ୍ମାରକ ପତ୍ର ଅଙ୍ଗନୱାଡି କର୍ମୀମାନେ ଜିଲ୍ଲାପାଳଙ୍କୁ ଦେଇଛନ୍ତି ।

ଦାବିଗୁଡିକ ମଧ୍ୟରେ ଭାରତ ସରକାରଙ୍କ ଦ୍ଵାରା ଘୋଷିତ ହୋଇଥିବା ସର୍ବ ନିମ୍ନ ବେତନ ଅଙ୍ଗନବାଡ଼ି କର୍ମୀଙ୍କୁ ମାସକୁ 18 ହଜାର ଟଙ୍କା ଓ ସହାୟିକା ମାନଙ୍କୁ 9 ହଜାର ଟଙ୍କା, ରାଷ୍ଟ୍ରୀୟ ଶିକ୍ଷା ନୀତି 2020 ଅନୁଯାୟୀ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର କୁ ପ୍ରାଥମିକ ବିଦ୍ୟାଳୟର ମାନ୍ୟତା, ସମସ୍ତ ଅଙ୍ଗନବାଡ଼ି କର୍ମୀଙ୍କୁ ପ୍ରାଇମେରୀ ଶିକ୍ଷକର ମାନ୍ୟତା ଓ ସହାୟିକାଙ୍କୁ ପ୍ରାଇମେରୀ ସହକାରୀ ଶିକ୍ଷିକାର ମାନ୍ୟତା ପରି 11ଟି ଦାବି ନେଇ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

ଅଙ୍ଗନୱାଡି କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ

ଏହାସହ ସ୍ଥାନୀୟ ଦାବି ଭାବେ ଜିଲ୍ଲାର ଯେଉଁ 4 ଜଣ କର୍ମୀଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି ସେମାନଙ୍କୁ ତୁରନ୍ତ ପୁନଃ ନିଯୁକ୍ତି ଦାବି କରିଛନ୍ତି । ସରକାର ଓ ଜିଲ୍ଲା ପ୍ରଶାସନ ଯଦି ଏହା ଉପରେ ପଦକ୍ଷେପ ନ ନିଅନ୍ତି ତେବେ ଏହି ଅଙ୍ଗନବାଡ଼ି କର୍ମୀମାନେ ଦିନରେ ଡ୍ୟୁଟି କରିବା ସହ ରାତିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।

ସୁନ୍ଦରଗଡରୁ ହରିହର ଦାଶ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details