ଓଡିଶା

odisha

ଉଦଘାଟନର ଦିନକ ପରେ ରାଉରକେଲା ବିମାନ ବନ୍ଦରରୁ ଗୁଳି ଜବତ, ବ୍ୟାଗରେ ରଖିଥିଲେ ଯାତ୍ରୀ

By

Published : Jan 9, 2023, 7:36 AM IST

Updated : Jan 9, 2023, 8:37 AM IST

ରାଉରକେଲା ବିମାନବନ୍ଦରରୁ ଗୁଳି ଜବତ । ରାଉରକେଲାରୁ ଭୁବନେଶ୍ବର ଯାଉଥିବା ଜଣେ ବ୍ୟକ୍ତିଙ୍କ ବ୍ୟାଗରୁ 6ଟି ଗୁଳି ଜବତ କରିଛନ୍ତି ସୁରକ୍ଷାକର୍ମୀ । ଅଧିକ ପଢ଼ନ୍ତୁ

Rourkela airport
ରାଉରକେଲା ବିମାନବନ୍ଦର

ଉଦଘାଟନର ଦିନକ ପରେ ରାଉରକେଲା ବିମାନ ବନ୍ଦରରୁ ଗୁଳି ଜବତ

ରାଉରକେଲା: ଉଦଘାଟନର ଦିନକ ପରେ ରାଉରକେଲା ବିମାନ ବନ୍ଦରରୁ ମିଳିଲା ଗୁଳି । ଜଣେ ଯାତ୍ରୀଙ୍କ ଠାରୁ 6ଟି ଅଫୁଟା ଗୁଳି ସୁରକ୍ଷାକର୍ମୀ ଜବତ କରିଛନ୍ତି । ଯାତ୍ରୀ ଜଣଙ୍କ ବ୍ୟାଗରେ ଗୁଳି ରଖିଥିବାବେଳେ ସ୍କାନରରେ ତାହା ଧରାପଡ଼ିଲା । ଛେଣ୍ଡ୍ ଥାନା ପୋଲିସ ଗୁଳି ଜବତ କରି ଘଟଣାର ତଦନ୍ତ କରୁଛି । ଏଥିସହ ସମ୍ପୃକ୍ତ ଯାତ୍ରୀଙ୍କୁ ଅଟକ ରଖି ପଚରାଉଚରା କରିଛି ପୋଲିସ ।

ଆଉ ମାତ୍ର 4 ଦିନ ପରେ ରାଉରକେଲାରେ ଆରମ୍ଭ ହେବ ପୁରୁଷ ହକି ବିଶ୍ବକପ୍ । ଏହାକୁ ନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଗତ 7 ତାରିଖରେ ରାଉରକେଲା ବିମାନବନ୍ଦର ଉଦଘାଟନ ହୋଇଥିଲା । ତେବେ ରାଉରକେଲା ସହରର ଝିରପାଣି ଅଞ୍ଚଳର ଜଣେ ଯାତ୍ରୀ ଭୁବନେଶ୍ବର ଯିବାପାଇଁ ବିମାନ ବନ୍ଦରରେ ପହଞ୍ଚିଥିଲେ । ଏହାପରେ ସୁରକ୍ଷାକର୍ମୀ ତାଙ୍କ ବ୍ୟାଗ ସ୍କାନ କରିଥିଲେ । ସେହି ସମୟରେ ବ୍ୟାଗ ଭିତରେ 6ଟି ଅଫୁଟା ଗୁଳି ଥିବା ଜଣାପଡ଼ିଥିଲା । ତେବେ ଯାତ୍ରୀଙ୍କୁ ଛେଣ୍ଡ୍‌ ଥାନାରେ ଅଟକ ରଖି ପଚରାଉଚରା କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ:ପ୍ରାକୃତିକ ସୌନ୍ଦର୍ଯ୍ୟର ସମାହାର ଖଣ୍ଡାଧାର, ସବୁଜ ବନାନୀରେ ଜମୁଛି ବଣଭୋଜିର ମଜା

ଏହାପରେ ଜଣାପଡ଼ିଛି ଯେ, ଗୁଳି ଗୁଡିକ ଲାଇସେନ୍ସ ପ୍ରାପ୍ତ ବନ୍ଧୁକର । ସେ ଘରୁ ଭୁବନେଶ୍ୱର ବାହାରୁ ଥିବା ବେଳେ ଭୁଲ ବଶତଃ ତାଙ୍କ ବ୍ୟାଗରେ ଗୁଳି ରହି ଯାଇଥିବା କହିଛନ୍ତି । ବିମାନରେ ଗୁଳି ନେବା ବେଆଇନ, ତେଣୁ ଉକ୍ତ ବ୍ୟକ୍ତିଙ୍କ ଯାତ୍ରାକୁ ପୋଲିସ କ୍ୟାନସେଲ କରି ଘଟଣାର ତଦନ୍ତ ଜାରି ରଖିଛି । ତେବେ କେଉଁଥି ପାଇଁ ସେ ଗୁଳି ବ୍ୟାଗରେ ନେଉଥିଲେ । ଜାଣିଶୁଣି ନେଉଥିଲେ ନା ଭୁଲ ବଶତଃ ରହିଯାଇଥିଲା ତାହା ଏବେ ପୋଲିସର ତଦନ୍ତ ପରିସର ଭୁକ୍ତ ।

ଏହା ମଧ୍ୟ ପଢ଼ନ୍ତୁ:ସରିଲା ଦୀର୍ଘବର୍ଷର ଅପେକ୍ଷା, ରାଉରକେଲାରୁ ଉଡିଲା ବିମାନ

ସୂଚନା ଥାଉକି, ଗତ 7 ତାରିଖ ପ୍ରଥମ ଥର ପାଇଁ ରାଉରକେଲା ବିମାନ ବନ୍ଦରରୁ ବିମାନ ଉଡିଛି । ଆଲାଇନ୍ସ ଏୟାର ଲାଇନ୍ସ ପକ୍ଷରୁ ପ୍ରଥମ କରି ଭୁବନେଶ୍ବର ଓ ରାଉରକେଲା ମଧ୍ୟରେ ଏହି ବିମାନ ସେବା ଆରମ୍ଭ କରାଯାଇଛି । 7 ତାରିଖ ସକାଳ 10ଟା 45 ମିନିଟରେ ଆଲିଆନ୍ସ ଏୟାରଲାଇନ୍ସର ATR-72 ଭୁବନେଶ୍ବର ବିମାନବନ୍ଦରରୁ ରାଉରକେଲା ବାହାରି ମଧ୍ୟାହ୍ନ 12ଟା ସମୟରେ ରାଉରକେଲା ବିମାନବନ୍ଦରରେ ଅବତରଣ କରିଥିଲା । ପୁଣି ରାଉରକେଲା ବିମାନବନ୍ଦରରୁ ବାହାରି ଭୁବନେଶ୍ବର ଅଭିମୁଖେ ଉଡିଥିଲା । ଦୈନନ୍ଦିନ ଏହି ବିମାନ ସେବା ଜାରି ରହିବ । ରାଉରକେଲାରୁ ଭୁବନେଶ୍ବର ବିମାନ ଭଡା 2721 ଟଙ୍କା ରହିଥିବାବେଳେ ଭୁବନେଶ୍ବରରୁ ରାଉରକେଲା ପାଇଁ 2830 ଟଙ୍କା ରହିଛି ।

ଇଟିଭି ଭାରତ, ରାଉରକେଲା

Last Updated : Jan 9, 2023, 8:37 AM IST

ABOUT THE AUTHOR

...view details