ଓଡିଶା

odisha

ETV Bharat / state

ରାଉରକେଲାରୁ ଉଡ଼ିବ ଯାତ୍ରୀବାହୀ ବିମାନ, ଆଜି ହେଲା ଲ୍ୟାଣ୍ଡିଂ ଟେଷ୍ଟିଂ - ଆଲାଏନ୍ସ ଏୟାର

ରାଉରକେଲାବାସୀଙ୍କ ପାଇଁ ବିମାନରେ ଯାତ୍ରା କରିବା ହେଲା ସହଜ । ଆଜି ରାଉରକେଲା ବିମାନବନ୍ଦରରେ ଲ୍ୟାଣ୍ଡିଂ ଟେଷ୍ଟିଂ ସଫଳ ହୋଇଛି । ୭୨ ସିଟ୍‌ ବିଶିଷ୍ଟ ଯାତ୍ରୀବାହୀ ବିମାନ ଅବତରଣ କରିଛି । ଅଧିକ ପଢନ୍ତୁ

ଏଲାଏନ୍ସ ଏୟାର ଲ୍ୟାଣ୍ଡିଂ ଟେଷ୍ଟ କରାଯାଉଛି
ଏଲାଏନ୍ସ ଏୟାର ଲ୍ୟାଣ୍ଡିଂ ଟେଷ୍ଟ କରାଯାଉଛି

By

Published : Dec 30, 2022, 9:19 PM IST

Updated : Dec 30, 2022, 10:21 PM IST

ରାଉରକେଲା: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ହକି ବିଶ୍ବକପ ପୂର୍ବରୁ ରାଉରକେଲାରେ ୭୨ ସିଟ୍‌ ବିଶିଷ୍ଟ ଯାତ୍ରୀବାହୀ ବିମାନ ଅବତରଣ କରିଛି । ‘ଆଲାଏନ୍ସ ଏୟାର’ର ବିମାନ ଉଡ଼ାଣ ଓ ଅବତରଣର ପରୀକ୍ଷଣ କରିଛି । ଏହି ବିମାନ ଆଜି ଅପରାହ୍ଣ ୩ଟା ୨୦ରେ ରାଉରକେଲାରେ ଅବତରଣ କରିଥିଲା । ପ୍ରାୟ ୨୫ ମିନିଟ୍‌ ପରେ ଅର୍ଥାତ ଅପରାହ୍ଣ ୩ଟା ୪୫ରେ ଭୁବନେଶ୍ବର ଅଭିମୁଖେ ଉଡ଼ାଣ ଭରିଥିଲା ‘ଆଲାଏନ୍ସ ଏୟାର’ ।

ରାଉରକେଲାରେ ଟେଷ୍ଟିଂ ହେଲା ବିମାନ ସେବା । ଆଜି ରାଉରକେଲା ବିମାନବନ୍ଦରରେ ଉଡାଣ ସହ ଲ୍ୟାଣ୍ଡିଂ ଟେଷ୍ଟ ସମ୍ପୂର୍ଣ୍ଣ ହୋଇଛି । ଏଲାଏନ୍ସ ଏୟାର ପକ୍ଷରୁ ଲାଣ୍ଡିଂ ଟେଷ୍ଟିଂ ସମ୍ପନ୍ନ ହୋଇଛି । ଆସନ୍ତା ଜାନୁଆରୀ ପ୍ରଥମ ସପ୍ତାହରୁ ରାଉରକେଲାରୁ ବିମାନ ଉଡ଼ିବା ନେଇ ଏକ ପ୍ରକାର ନିଶ୍ଚିତ ସୂଚନା ମିଳିଛି । ଜାନୁଆରୀ ୭ ତାରିଖ ଦିନ ରାଉରକେଲାରୁ ଭୁବନେଶ୍ବର ଏବଂ ଭୁବନେଶ୍ବରରୁ ରାଉରକେଲା କମର୍ସିଆଲ ବିମାନ ସେବା ଉପଲବ୍ଧ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ବିମାନ ଉଡିବା ନେଇ ଟ୍ରାଏଲ ରନ୍‌ ସରିଛି । ଏହି ଟ୍ରାଏଲ ରନ୍‌ ସମୟରେ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ସମେତ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଆଲାଏନ୍ସ ଏୟାର ପକ୍ଷରୁ ATR ୭୨ ପ୍ଲେନ ଉଡିବାର ଏହି ଟ୍ରାଏଲ ରନ କରାଯାଇଥିଲା । ଏହାସହ ରନ୍‌ୱେ, ଏୟାରପୋର୍ଟ ଟର୍ମିନାଲର ମଧ୍ୟ ଯାଞ୍ଚ କରାଯାଇଥିଲା ।

ଜାନୁଆରୀ ପ୍ରଥମ ସପ୍ତାହର ଶେଷ ଆଡକୁ ଏଠାରୁ କମର୍ସିଆଲ ବିମାନ ସେବା ଆରମ୍ଭ ହେବ ବୋଲି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ଶୁଭଙ୍କର ମହାପାତ୍ର କହିଛନ୍ତି । କିନ୍ତୁ ହକି ବିଶ୍ବକପ ପାଇଁ ଖେଳାଳିମାନଙ୍କୁ ଚାର୍ଟଡ଼ ପ୍ଲେନ୍‌ରେ ନେବା ଆଣିବା କରାଯିବା ନେଇ ସୂଚନା ରହିଛି ।

ଇଟିଭି ଭାରତ, ରାଉରକେଲା

Last Updated : Dec 30, 2022, 10:21 PM IST

ABOUT THE AUTHOR

...view details