ଓଡିଶା

odisha

ETV Bharat / state

ଟୋଲ ଗେଟ୍‌ରେ ଟ୍ରକ ଚାଳକଙ୍କୁ ଆକ୍ରମଣ ସହ ଲୁଟ - ବରପଲୀ ଟୋଲ ଗେଟ୍‌ରେ ଲୁଟ

ସୁନ୍ଦରଗଡର ବରପଲୀ ଟୋଲଗେଟ୍‌ରେ ଜଣେ ଟ୍ରକ ଡ୍ରାଇଭରଙ୍କୁ ଆକ୍ରମଣ କରିବା ସହ ଲୁଟପାଟ କରାଯାଇଛି। ପ୍ରାୟ 6ରୁ ଅଧିକ ଯୁବକ ବନ୍ଧୁକ ଓ ଭୁଜାଲି ସାହାର୍ଯ୍ୟରେ ଏଭଳି ଡକାୟତି କରିଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

By

Published : Sep 14, 2019, 9:21 AM IST

ରାଉରକେଲା: ସୁନ୍ଦରଗଡର ରାଜଗାଙ୍ଗପୁର ନିକଟସ୍ଥ ବରପଲୀ ଟୋଲଗେଟ୍‌ରୁ ଲୁଟ ଅଭିଯୋଗ । ଟ୍ରକ ଡ୍ରାଇଭରଙ୍କୁ ଆକ୍ରମଣ କରି ଲହୁଲୁହାଣ କରିବା ପରେ 12 ହଜାର ଟଙ୍କା ସହ ମୋବାଇଲ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଆକ୍ରମଣର ଶିକାର ହୋଇଥିବା ଡ୍ରାଇଭର ଦୀପକ ଘୋଷ ବର୍ତ୍ତମାନ ସ୍ଥାନୀୟ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଟୋଲଗେଟ୍‌ରେ ଲମ୍ବା ଧାଡିରେ ଦୀପକ ଗାଡି ଠିଆ କରିଥିବାବେଳେ 6ରୁ ଅଧିକ ଯୁବକ ବନ୍ଧୁକ ଓ ଭୁଜାଲିରେ ଏହି ଡକାୟତି କରିଥିଲେ। ସେମାନେ ଖଲାସୀକୁ କାବୁ କରିବା ସହିତ ଟ୍ରକ ଡ୍ରାଇଭରଙ୍କ ଉପରେ ହମଲା କରିଥିଲେ । ସେପଟେ ଟ୍ରକ ଲୁଟ ଓ ଡକାୟତି ଗ୍ୟାଙ୍ଗଙ୍କ ଉତ୍ପାତ ବୃଦ୍ଧି ପାଉଥିବାରୁ ଏହା ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛି।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details