ଓଡିଶା

odisha

ETV Bharat / state

4 ଦଫା ଦାବି ନେଇ ଭାରତୀୟ ମଜଦୁର ସଂଘର ବିଶାଳ ସମାବେଶ - ଭାରତୀୟ ମଜଦୁର ସଂଘର ବିଶାଳ ସମାବେଶ

4 ଦଫା ଦାବି ନେଇ ରାସ୍ତାକୁ ଓହ୍ଲାଇଲା ଭାରତୀୟ ମଜଦୁର ସଂଘ । ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ଆଶା ଏବଂ ଅଙ୍ଗନବାଡି କର୍ମୀ । ଅଧିକ ପଢନ୍ତୁ

bhartiya mazdoor union
bhartiya mazdoor union

By

Published : Apr 27, 2023, 12:01 PM IST

bhartiya mazdoor union

ରାଉରକେଲା:ଆଶା ଏବଂ ଅଙ୍ଗନବାଡି କର୍ମୀଙ୍କୁ ସେମାନଙ୍କ ଅଧିକାର ଦେବାକୁ ରାସ୍ତାକୁ ଓହ୍ଲାଇଲା ଭାରତୀୟ ମଜଦୁର ସଂଘ । ନିଜର ମୌଳିକ ଅଧିକାର ଏବଂ ବିଭିନ୍ନ ଦାବିକୁ ନେଇ ବୁଧବାର ରାଉରକେଲାରେ ବିଶାଳ ସମାବେଶ କରାଯାଇଛି । ବହୁ ଆଶା ଏବଂ ଅଙ୍ଗନବାଡି କର୍ମୀଙ୍କ ଏଥିରେ ସାମିଲ ହୋଇଥିଲେ । ଚାରି ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଥିଲା ଭାରତୀୟ ମଜଦୁର ମଞ୍ଚ । ଆଶା ଏବଂ ଅଙ୍ଗନବାଡି କର୍ମୀ ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-Jharsuguda Bypoll: ଘରକୁ ଘର ବୁଲି ଭୋଟ ମାଗୁଛନ୍ତି ପ୍ରାର୍ଥୀ, ମୈଦାନକୁ ଓହ୍ଲାଇଲେ ଦୀପାଳି

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଭାରତୀୟ ମଜଦୁର ସଂଘର କର୍ମୀ ମାନେ 4 ଦଫା ଦାବି ନେଇ ରାଉରକେଲା ସହରରେ ଏକ ବିଶାଳ ସମାବେଶର ଆୟୋଜନ କରାଯାଇଥିଲା । ଏହାପରେ ଉଦିତନଗର ଠାରୁ ଏକ ବିଶାଳ ଶୋଭଯାତ୍ରା ବାହାରି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଅଫିସରେ ପହଞ୍ଚିଥିଲେ ହଜାର ହଜାର ଆଶା ଅଙ୍ଗନବାଡି କର୍ମୀ । ସେଠାରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ତେବେ ଚାରି ଦଫା ଦାବି ଗୁଡିକ ହେଉଛି, ଆଶା ଏବଂ ଅଙ୍ଗନବାଡି କର୍ମୀଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରାଯାଉ ଫଳରେ ଚାକିରିରୁ ଅବସର ପରେ ପେନସନ ମିଳିପାରିବ । ଠିକା କର୍ମଚାରୀ ମାନଙ୍କୁ ରେଗୁଲାର କରିବା ଏବଂ ସମାନ କାମକୁ ସମାନ ଦରମା ପ୍ରଦାନ, ରାଷ୍ଟ୍ରୀୟ ଶ୍ରମ ନୀତି ତିଆରି କରାଯାଉ ଏବଂ ଏହାକୁ ପାରିତ କରାଯାଉ , ଶେଷ ଦାବି ହେଉଛି ସମସ୍ତ ଶ୍ରମିକ ମାନଙ୍କ ଲିଭିଂ ୱେଜ ପ୍ରଦାନ କରାଯାଉ ଯାହା ଭାବିଷ୍ୟତରେ ମାର୍କେଟ ଦର ଭାବରେ ଶ୍ରମିକଙ୍କୁ ସାହାଯ୍ୟ ମିଳିପାରିବ ବୋଲି ମଜଦୁର ସଂଘର ସଦସ୍ୟ ଦାବିପତ୍ରରେ ଉଲ୍ଲେଖ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ରାଜ୍ୟରେ ପ୍ରଥମ: ବିଦେଶୀ ସାଇବର ଠକ ଆକାଉଣ୍ଟରୁ ୯୮ ଲକ୍ଷ ଫେରାଇ ଆଣିଲା କ୍ରାଇମବ୍ରାଞ୍ଚ

ସେହିପରି ଗତକାଲି(ବୁଧବାର) ରାୟଗଡାରେ 4ଟୁ ଶ୍ରମ ଆଇନ ପ୍ରସ୍ତାବକୁ କାର୍ଯ୍ୟକାରୀ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘର ସଭାପତି ମହାନ ରାଓ ମାଝୀ, ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁ ଏବଂ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଧର୍ମ ସିଂ ନାଗଙ୍କ ନେତୃତ୍ୱରେ ଗଜପତି ଛକରୁ ଏକ ବିରାଟ ସଭାଯାତ୍ରା କରାଯାଇଥିଲା । ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଥିଲେ ଆଶା ଓ ଅଙ୍ଗନବାଡି କର୍ମୀ ।

ଇଟିଭି ଭାରତ, ସୁନ୍ଦରଗଡ

ABOUT THE AUTHOR

...view details