ରାଉରକେଲା:ଆସିଷ୍ଟାଣ୍ଟ କଲେକ୍ଟରଙ୍କ ସନ୍ଦେହଜନକ ମୃତ୍ୟୁ । ରାଉରକେଲା ADM ଅଫିସରେ କାର୍ଯ୍ୟ କରୁଥିବା ସହକାରୀ ଜିଲ୍ଲାପାଳଙ୍କ ମୃତଦେହ ପାର୍କ ଭିତର ପୋଖରୀରୁ ଉଦ୍ଧାର ହୋଇଛି । ଟ୍ରାଫିକ୍ ଗେଟ୍ ନିକଟସ୍ଥ ସେନ୍ସରୀ ପାର୍କ ପରିସରରେ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ପ୍ଲାଣ୍ଟସାଇଟ୍ ପୋଲିସ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ପୋଲିସ ।
ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ରାମାବାହାଲ ପୋଖରୀଟୋଲିର ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ସେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ(ADM)ଙ୍କ କାର୍ଯ୍ୟାଳୟରେ ସହକାରୀ ଜିଲ୍ଲାପାଳ ଥିବାବେଳେ ଜମିଜମା ବିଭାଗ ଦାୟିତ୍ବ ତୁଲାଉଥିଲେ । ମିଳିଥିବା ସୂଚନା ମୁତାବକ, ସୁସ୍ମିତାଙ୍କ ପାରିବାରିକ ସମସ୍ୟା ଥିବାରୁ ସେ ମାନସିକ ଦୁଃଶ୍ଚିନ୍ତାରେ ରହିଥିଲେ । ଗତ ଶୁକ୍ରବାର ଠାରୁ ଘରକୁ ନ ଫେରିବାରୁ ସୁସ୍ମିତାଙ୍କ ଭାଇ ଗତ ରବିବାର ସୌଦିତନଗର ଥାନାରେ ଭଉଣୀ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ । ପରଦିନ ଅର୍ଥାତ୍ ସୋମବାର ସୁସ୍ମିତାଙ୍କୁ ଷ୍ଟେସନ ନିକଟସ୍ଥ ଏକ ହୋଟେଲରେ ଥିବା ସୂଚନା ମିଳିଥିଲା ।
ଏହା ବି ପଢନ୍ତୁ...ଫାଇନାନ୍ସ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ, ପରିବାର ଆଣିଲା ହତ୍ୟା ଅଭିଯୋଗ