ସୁନ୍ଦରଗଡ଼: ଜିଲ୍ଲା ଭଷ୍ମା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । କୁଲକୁଲା ଜଙ୍ଗଲରୁ ମିଳିଲା ଜଣେ ଯୁବକଙ୍କ ଗଳିତ ମୃତଦେହ । ସୂଚନା ପାଇ ଭଷ୍ମା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ମୃତକର ମୁହଁକୁ ଏକ କପଡାରେ ବନ୍ଧା ହୋଇଥିବା ବେଳେ ତାର ହାତଗୋଡକୁ କ୍ରସ କରି ପଛକୁ ବନ୍ଧା ଯାଇଥିବାରୁ ଏହା ହତ୍ୟା ବୋଲି ସନ୍ଦେହ କରାଯାଉଛି । ଘଟଣା ତିନି ଚାରିଦିନ ପୂର୍ବରୁ ହୋଇଥିବା କଥା ଭଷ୍ମା ପୋଲିସ ଅନୁମାନ କରୁଛି ।
କୁଲକୁଲା ଜଙ୍ଗଲରୁ ଯୁବକଙ୍କ ମୃତଦେହ ଠାବ, ହତ୍ୟାକାଣ୍ଡ ସନ୍ଦେହ - ସୁନ୍ଦରଗଡ଼ ଭଷ୍ମା ଥାନା ଅଞ୍ଚଳରେ ହତ୍ୟା
ସୁନ୍ଦରଗଡ଼ ଭଷ୍ମା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । କୁଲକୁଲା ଜଙ୍ଗଲରୁ ମିଳିଲା ଜଣେ ଯୁବକଙ୍କ ଗଳିତ ମୃତଦେହ । ସୂଚନା ପାଇ ଭଷ୍ମା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ
![କୁଲକୁଲା ଜଙ୍ଗଲରୁ ଯୁବକଙ୍କ ମୃତଦେହ ଠାବ, ହତ୍ୟାକାଣ୍ଡ ସନ୍ଦେହ କୁଲକୁଲା ଜଙ୍ଗଲରୁ ଜଣେ ଯୁବକଙ୍କ ମୃତଦେହ ଠାବ, ହତ୍ୟାକାଣ୍ଡ ସନ୍ଦେହ](https://etvbharatimages.akamaized.net/etvbharat/prod-images/768-512-14098228-thumbnail-3x2-sundergarh.jpg)
କୁଲକୁଲା ଜଙ୍ଗଲରୁ ଜଣେ ଯୁବକଙ୍କ ମୃତଦେହ ଠାବ, ହତ୍ୟାକାଣ୍ଡ ସନ୍ଦେହ
କୁଲକୁଲା ଜଙ୍ଗଲରୁ ଜଣେ ଯୁବକଙ୍କ ମୃତଦେହ ଠାବ, ହତ୍ୟାକାଣ୍ଡ ସନ୍ଦେହ
ତେବେ ଆଜି(ବୁଧବାର) ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ତଦନ୍ତ କରିବ ବୋଲି ଭଷ୍ମା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଏପଟେ ଏହି କାଣ୍ଡରେ ତିନି ଚାରିଜଣଙ୍କ ସଂପୃକ୍ତି ଥାଇ ପାରେ ବୋଲି ପୋଲିସ ତାର ପ୍ରାଥମିକ ତଦନ୍ତରେ କହିଛି ।
ସୁନ୍ଦରଗଡ଼ରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ