ଓଡିଶା

odisha

By

Published : Mar 5, 2022, 10:46 PM IST

ETV Bharat / state

ରେଳ ଧାରଣାରେ ଯୁବକଙ୍କ ଆତ୍ମହତ୍ୟା: ମାମଲା ରୁଜ୍ଜୁ

ହେମଗିର ଥାନା କନିକା ରେଳଷ୍ଟେସନର 2 ନମ୍ବର ରେଳ ଧାରଣାରେ ଜଣେ ଯୁବକଙ୍କ ଆତ୍ମହତ୍ୟା । ରାଉରକେଲା ଜି.ଆର୍.ପି ଥାନା ୟୁଡି କେଶ ନମ୍ବର18ରେ ମାମଲା ରୁଜ୍ଜୁ । ଅଧିକ ପଢନ୍ତୁ

ରେଳ ଧାରଣାରେ ଜଣେ ଯୁବକଙ୍କ ଆତ୍ମହତ୍ୟା: ମାମଲା ରୁଜ୍ଜୁ
ରେଳ ଧାରଣାରେ ଜଣେ ଯୁବକଙ୍କ ଆତ୍ମହତ୍ୟା: ମାମଲା ରୁଜ୍ଜୁ

ସୁନ୍ଦରଗଡ: କନିକା ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର 2 ରେଳ ଧାରଣାରେ ଘଟିଛି ଏକ ଅଘଟଣ । ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ ଯୁବକ ହେଲେ ସୁବ୍ରତ ମିଶ୍ର (28) ତାଙ୍କ ଘର ହେମଗିର ଥାନା କନିକାର ଝୁମ୍ପୁଡି ପଡା ବୋଲି ଜଣାପଡିଛି । ରାଉରକେଲା ରେଳବାଇ ପୋଲିସ ଓ ରାଜଗାଙ୍ଗପୁର ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

ତେବେ ଟିଟିଲାଗଡ ପାସେଞ୍ଜର ଟ୍ରେନରେ ସମ୍ପୃକ୍ତ ଯୁବକ ଜଣଙ୍କ ଏହି କାଣ୍ଡ ଘଟାଇଥିବା ଜିଆରପି ପୋଲିସ ତା’ର ପ୍ରାଥମିକ ତଦନ୍ତରେ କହିଛି । ଜିଆରପି ପୋଲିସ ମୃତଦେହର ପଞ୍ଚନାମା କରି ବ୍ୟବଛେଦ ପାଇଁ ଝାରସୁଗୁଡା ପଠାଇ ତଦନ୍ତ ଜାରି ରଖିଛି । ତେବେ ମୃତ ଯୁବକ ଜଣଙ୍କ ଅତ୍ୟଧିକ ମଦ୍ୟପାନ କରୁଥିଲେ ବୋଲି ଜିଆରପି ପୋଲିସ ତାର ପ୍ରାଥମିକ ତଦନ୍ତରେ ଜାଣିବାକୁ ପାଇଛି । ଏନେଇ ରାଉକେଲା ଜିଆରପି ଥାନା ଅପମୃତ୍ୟୁ କେଶ ନମ୍ବର 18ରେ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଥିବା କଥା ତଦନ୍ତକାରୀ ଅଫିସର ମାରିଆନୁସ କୁଜ୍ଜୁର କହିଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details