ସୁନ୍ଦରଗଡ଼:ଦିନ ଦ୍ୱିପ୍ରହରରେ ଲୁଟ୍ କରି ଫେରାର ହେଉଥିବା ବେଳେ ଧରା ପଡ଼ିଲା ପୋଲିସ ଅଧିକାରୀଙ୍କ ଲୁଟେରା ପୁଅ । ଟାଉନ ଥାନା ଅଞ୍ଚଳରେ ଥିବା ଆକ୍ସିସ ବ୍ୟାଙ୍କ୍ରୁ ଅଭିଯୁକ୍ତ ଜଣକ 15 ଲକ୍ଷରୁ ଅଧିକ ଟଙ୍କା ଲୁଟ୍ କରି ଫେରାର ହୋଇ ଯାଇଥିଲେ । ଖବର ପାଇ ପୋଲିସ କୌଶଳ କ୍ରମେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ଅଭିଯୁକ୍ତଙ୍କ ନାମ ଜୟଦେବ ନାୟକ ବୋଲି ଜଣା ପଡି଼ିଛି । ତାଙ୍କ ବାପା ସୁନ୍ଦରଗଡ ସଦର ଥାନାରେ ଜଣେ ପୋଲିସ ଅଧିକାରୀ ରହିଛନ୍ତି । ଅଭିଯୁକ୍ତକୁ କାବୁ କରିବାରେ ସଫଳ ହୋଇଛି ପୋଲିସ ।
ଅଭିଯୁକ୍ତ ଜଣକ ନିଜ ବାପାଙ୍କ ବନ୍ଧୁକ ବ୍ୟବହାର କରି ଲୁଟ୍ କରିଥିଲେ । ଜୟଦେବ ଫିଲ୍ମ ଷ୍ଟାଇଲରେ ଏକ ମୁଖା ପିନ୍ଧି ବ୍ୟାଙ୍କ ମଧ୍ୟକୁ ପ୍ରବେଶ କରିଥିଲେ । ପାଖରେ ଥିବା ବନ୍ଧୁକ ଦେଖାଇ ବ୍ୟାଙ୍କର ଟ୍ରେଜରରଙ୍କୁ ଧମକ ଚମକ ଦେଉଥିବା ବେଳେ ମ୍ୟାନେଜର ଟ୍ରେଜରରଙ୍କ ନିକଟରେ ପହଞ୍ଚିଥିଲେ । ଅଭିଯୁକ୍ତ ମ୍ୟାନେଜରଙ୍କୁ କାବୁ କରି କ୍ୟାସ କାଉଣ୍ଟରରୁ ପ୍ରାୟ 15 ଲକ୍ଷରୁ ଅଧିକ ଟଙ୍କା ନେଇ ବ୍ୟାଙ୍କ ବାହାରକୁ ଆସିଥିଲା । କେହି ଜୀବନ ବିକଳରେ ତା ନିକଟକୁ ଯାଇ ପାରି ନଥିଲେ । ଟଙ୍କା ଲୁଟିବା ସହ ବ୍ୟାଙ୍କ୍ ମ୍ୟାନେଜରଙ୍କ ଦେହରେ ପିସ୍ତଲ ଲଗାଇ ବାହାରକୁ ଆଣିଥିଲା ।