ରାଉରକେଲା:ତଳସରା ଅଞ୍ଚଳରେ ଘଟିଯାଇଛି ସ୍ପର୍ଶକାତର ଘଟଣା । ନାବାଳିକାକୁ ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି । ଗ୍ରାମରେ ଆୟୋଜିତ ଅଷ୍ଟପ୍ରହରୀ ଉତ୍ସବ ଦେଖିବାକୁ ଯାଇଥିବା ଜଣେ ୯ ବର୍ଷର ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ତେବେ ଅଭିଯୁକ୍ତ ଜଣକ ହେଉଛି ସେହି ଗାଁର ଦୀନବନ୍ଧୁ ସିଂ। ଦୀନବନ୍ଧୁର ବୟସ 22ବର୍ଷ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଉତ୍ସବ ସ୍ଥାନର ଅନତି ଦୂରରେ ଥିବା ଏକ ଅନ୍ଧାରୁଆ ସ୍ଥାନରେ ଅତି ଅମାନୁଷିକ ଭାବେ ଦୁଷ୍କର୍ମ କରି ଫେରାର ହୋଇଯାଇଥିଲା ଅଭିଯୁକ୍ତ । ତେବେ ଏହି ଫେରାର ଅଭିଯୁକ୍ତ ଦୀନବନ୍ଧୁକୁ ଆଜି ଗିରଫ କରିଛି ପୋଲିସ ।
ଅଭିଯୋଗ ଅନୁସାରେ, ସୁନ୍ଦରଗଡ଼ ଜିଲ୍ଲା ତଳସରା ଅଞ୍ଚଳର ଏକ ଗାଁରେ ଅଷ୍ଟପ୍ରହରୀର ଶେଷ ଦିନ ଅର୍ଥାତ ୩ ତାରିଖରେ ଏଭଳି ଅମାନବୀୟ କାଣ୍ଡ ଘଟାଇଥିଲା ଅଭିଯୁକ୍ତ । ନାବାଳିକାକୁ ପ୍ରବର୍ତ୍ତାଇ ଅଷ୍ଟପ୍ରହରୀ ଚାଲିଥିବା ଉତ୍ସବ ସ୍ଥଳରୁ ଡାକି ନେଇଥିଲା । ନିଜ ଗାଁର ଚିହ୍ନା ଯୁବକ ହୋଇଥିବାରୁ ନାବାଳିକା ଜଣକ ତା ସହ ବିନା କୌଣସି ପ୍ରଶ୍ନ କରି ଯାଇଥିଲେ । ହେଲେ କିଛି ଦୂରକୁ ଯିବା ପରେ ଦୀନବନ୍ଧୁର ମନ୍ଦ ଉଦ୍ଦେଶ୍ୟ ଜାଣିାପାରି ସେଠାରୁ ଖସି ପଳାଇବାକୁ ଉଦ୍ୟମ କରି ସୁଦ୍ଧା ବିଫଳ ହୋଇଥିଲେ ପୀଡିତା । ଆଉ ଶେଷରେ ଦୁଷ୍କର୍ମର ଶିକାର ହୋଇଥିଲେ । ଏପରିକି ଘଟଣା ସମ୍ପର୍କରେ ମୁହଁ ଖୋଲିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା ଦୀନବନ୍ଧୁ ।