ଓଡିଶା

odisha

ETV Bharat / state

ରାଉରକେଲାରେ ହାତୀପଲଙ୍କ ଉତ୍ପାତ: 12 ବର୍ଷର ବାଳକ ଗୁରୁତର

ଧାନ ଖାଇବାକୁ ଆସି 10 ଜଣିଆ ହାତୀପଲ 12ବର୍ଷର ବାଳକକୁ ଦଳି ଦେଲେ । ରାଉରକେଲା ବିରକେରା ଋତୁପେଢି଼ ଗଉଡ ସାହିରେ ଏହି ଘଟଣା ଘଟିଥିବାବେଳେ ଗୁରୁତର ଭାବେ ଚିକିତ୍ସିତ ହେଇଛି ଆହତ ଚନ୍ଦନ ।

By

Published : Jul 14, 2019, 12:38 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ହାତୀ ଆକ୍ରମଣରେ ଜଣେ ନାବାଳକ ଗୁରୁତର । ବିରକେରା ଋତୁପେଢି଼ ଗଉଡ ସାହିର 12 ବର୍ଷ ଚନ୍ଦନ ଲାକ୍ରା ଗୁରୁତର ଭାବେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଗାଁକୁ 10 ଜଣିଆ ହାତୀପଲ ପଶିଆସିଥିବାବେଳେ ଧାନ ଖାଇବା ପାଇଁ ଘରେ ଭିତରେ ପଶିଥିଲେ ହାତୀ ପଲ ।

ହାତୀ ପଲ ଘରେ ପଶିଆସିଥିବାବେଳେ ଭୟରେ ଘର ଛାଡି ସମସ୍ତେ ପଳାଇଯାଇଥିଲେ । ହାତୀ ହାବୁଡରେ ପଡିଯାଇଥିଲେ ନାବାଳକ ଚନ୍ଦନ । ଏଥିସହିତ ଘରଦ୍ବାରକୁ ଭାଙ୍ଗି ଦେଇଛନ୍ତି ହାତୀ । ସେପଟେ, କୁଆଁରମୁଣ୍ଡାର ରେଞ୍ଜ ପକ୍ଷରୁ ହାତୀ ପଲଙ୍କୁ ଘଉଡାଯାଉଥିବା କହିଛନ୍ତି ବନ ବିଭାଗ ଅଧିକାରୀ ଏସକେ ସାହାଣୀ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details