ଓଡିଶା

odisha

ରାଉରକେଲାର କଏନ ମ୍ୟାନ, ସଂଗ୍ରହ କଲେଣି ଦେଶ-ବିଦେଶର କଏନ

By

Published : Apr 7, 2023, 3:00 PM IST

ଶହଶହ ବର୍ଷ ତଳର ପୁରୁଣା ମୁଦ୍ରା ଓ ନୋଟ ସଂଗ୍ରହ କରିବା ନିଜର ସଉକ ରଖିଛନ୍ତି ରାଉରକେଲାର କଏନ ମ୍ୟାନ କବି ଚନ୍ଦ୍ର ମହାନ୍ତ । ଅଧିକ ପଢନ୍ତୁ

a mini museum of rourkela man
a mini museum of rourkela man

ସଂଗ୍ରହ କଲେଣି ଦେଶ-ବିଦେଶର କଏନ

ରାଉରକେଲା:ମୁଦ୍ରା ସଂଗ୍ରହ କରିବାର ନିଶା ଦେଇଛି ନିଆରା ପରିଚୟ । ପେଶା ଚାକିରି କିନ୍ତୁ ନିଶା ପାଲଟିଛି କଏନ ସଂଗ୍ରହ । ସଉକ ଆଗରେ ସବୁକିଛି ସମ୍ଭବ । ଶହଶହ ବର୍ଷ ତଳର ପୁରୁଣା ମୁଦ୍ରା ଓ ନୋଟ ସଂଗ୍ରହ କରିବା ସଉକ ରଖନ୍ତି ରାଉରକେଲାର କଏନ ମ୍ୟାନ କବି ଚନ୍ଦ୍ର ମହାନ୍ତ । ଚକ୍ରବର୍ତ୍ତୀ ଅଶୋକ ସମ୍ରାଟଙ୍କ ସମୟର କଏନଠାରୁ ଆରମ୍ଭ କରି ବର୍ତ୍ତମାନ ଯାଏଁ ସବୁ ପ୍ରକାର କଏନକୁ ସଂଗ୍ରହ କରିଛନ୍ତି ।

ତେବେ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟରେ କାର୍ଯ୍ୟରତ କବି ଚନ୍ଦ୍ର ମହାନ୍ତଙ୍କ ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ କଏନ ଏବଂ ନୋଟ ସଂଗ୍ରହ କରିବା ତାଙ୍କର ଏକ ନିଶା ପାଲଟିଛି । ଚାକିରି ଆରମ୍ଭରୁ ସେ କଏନ ଏବଂ ନୋଟକୁ ସମ୍ଭାଳି ସାଇତି ରଖି ଆସୁଛନ୍ତି । ପୁରାତନ ରାଜାରାଜୁଡ଼ା ଶାସନ କଏନଠାରୁ ଆରମ୍ଭ କରି ତାମ୍ର ଯୁଗ, ମଧ୍ୟ ଯୁଗ, ଏବଂ ଅଶୋକ ସମ୍ରାଟ, ଶିବାଜୀ ମହାରାଜଙ୍କ ସମୟର କଏନ ବ୍ରିଟିଶ ଶାସନ ସମୟର ୧୦ ଟଙ୍କିଆ କଏନ ଏବଂ ପୁରୁଣା ଏକ ଟଙ୍କିଆ ନୋଟ ରଖିଛନ୍ତି । ଏଥିସହ ନୂଆ ୨ହଜାର ଟଙ୍କା ନୋଟ ଏବଂ ୧୩୫ଟି ଦେଶର ନୋଟକୁ ସାଇତି ରଖିଛନ୍ତି କବି ଚନ୍ଦ୍ର ମହାନ୍ତ । ସେହିପରି ଶିବାଜୀ ମହାରାଜଙ୍କ ଗୋଲ୍ଡ଼ କଏନ ଯାହାର ମୂଲ୍ୟ ୩୫ ଲକ୍ଷ ଟଙ୍କା ଏବଂ ଗୋଟିଏ ମହାରଣା ପ୍ରତାପଙ୍କ ଏକ କେଜି ଓଜନର ରୂପା କଏନକୁ ମଧ୍ୟ ପାଖରେ ସାଇତି ରଖିଛନ୍ତି କବି ଚନ୍ଦ୍ର ମହାନ୍ତ ।

ନିଜ ଚାକିରିି ଜୀବନରୁ ସମୟ କାଢି କଏନ ଏବଂ ନୋଟ୍‌ ସଂଗ୍ରହ କରିବା ସହ ଏହି ସମ୍ପର୍କରେ ରିସର୍ଚ୍ଚ ମଧ୍ୟ କରୁଛନ୍ତି । କବି ଚନ୍ଦ୍ରଙ୍କୁ ଏ ନୋଟ ଏବଂ କଏନ ସଂଗ୍ରହ ନିଶା ବିଷୟରେ ପଚାରିବାରୁ ସେ କୁହନ୍ତି ଯେ ଛୋଟ ବେଳରୁ ପୁରୁଣା ଏବଂ ନୂଆ କଏନ ସହ ନୋଟ ସଂଗ୍ରହ କରିବାର ଆଗ୍ରହ ଥିଲା । ଚାକିରି ପରେ ସେ ପୁରୁଣା ନୂଆ ସବୁ ପ୍ରକାର କଏନ ସହ ସବୁ ନୋଟ୍‌ ସଂଗ୍ରହ କରିଥିଲେ, ସେହିଠାରୁ ଆରମ୍ଭ କରିଥିଲେ ତାଙ୍କର ସଂଗ୍ରହ ର ଯାତ୍ରା।

କେବଳ ଭାରତୀୟ ନୋଟ ସଂଗ୍ରହ କରି ରଖିଛନ୍ତି ତାହା ନୁହେଁ କବି ଚନ୍ଦ୍ରଙ୍କ ଉପରେ ବିଦେଶୀ ନୋଟ ମଧ୍ୟ ସଂଗ୍ରହ କରିବାର ନିଶା ଚଢ଼ିଛି । ବିଦେଶୀ ନୋଟ କହିଲେ ଜାପାନ, ଭୁଟାନ, ନେପାଳ, ମିଆଁମାର, ବାଂଲାଦେଶ, ଆରବ ଦେଶ, ସ୍କଟଲାଣ୍ଡ, ଭିଏତନାମ, ଚୀନ, ଜ଼ିମ୍ବାୱେ, ସ୍ୱିଜରଲାଣ୍ଡ, ଏବଂ ବହୁ ମୂଲ୍ୟବାନ ନୋଟ ଯାହା ବିଭିନ୍ନ ଦେଶରେ ମ୍ୟୁଜିୟମରେ ସାଇତା ଯାଇଥାଏ । ଏହି ଭଳି ୧୩୫ଟି ଦେଶର ନୋଟ ଏବଂ ଆମେରିକା ଡଲାର, ୟୁରୋପୀୟ ଦେଶର ନୋଟ, ଆଫ୍ରିକା ମହାଦେଶର ନୋଟକୁ ମଧ୍ୟ ସଂଗ୍ରହ କରି ରଖିଛନ୍ତି । ଆଗାମୀ ଦିନରେ ଯେଭଳି ଲୋକେ କଏନ ଏବଂ ନୋଟ ଭିତରେ ଥିବା ଗୁରୁତ୍ୱ ବୁଝି ପାରିବେ ଏବଂ ନୋଟ ଓ କଏନକୁ ଭୁଲିବେ ନାହିଁ ସେହି ଉଦ୍ଦେଶ୍ୟରେ ଏହି କଏନ ସଂଗ୍ରହ ଆରମ୍ଭ କରିଛନ୍ତି । ତେଣୁ ଆଗକୁ ମଧ୍ୟ ଏଭଳି ଭାବରେ ନୋଟ ଏବଂ କଏନ ସଂଗ୍ରହ କରି ଏ ସମ୍ପର୍କରେ ରିସର୍ଚ୍ଚ ଜାରି ରଖିବେ ବୋଲି କହିଛନ୍ତି କବି ଚନ୍ଦ୍ର ମହାନ୍ତ ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details