ଓଡିଶା

odisha

ETV Bharat / state

Sundergarh Murder: ସ୍ତ୍ରୀକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଉଥିଲା ସ୍ବାମୀ, ବାନ୍ଧିଲା ପୋଲିସ - ସୁନ୍ଦରଗଡ଼ ମର୍ଡର

ସ୍ତ୍ରୀର ଚଣ୍ଟିଚିପି ହତ୍ୟା(husband killed his wife) ପରେ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରୁଥିଲା ସ୍ବାମୀ । ସୁନ୍ଦରଗଡ ଜିଲ୍ଲା ତଳସରା ଥାନା ଯମୁନାରେ ଗତକାଲି ସନ୍ଧ୍ୟାରେ ଘଟିଛି ଏହି ଘଟଣା । ଅଧିକ ପଢନ୍ତୁ

Sundergarh murder: ସ୍ତ୍ରୀକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଉଥିଲା ସ୍ବାମୀ, ଗିରଫ କଲା ପୋଲିସ
Sundergarh murder: ସ୍ତ୍ରୀକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଉଥିଲା ସ୍ବାମୀ, ଗିରଫ କଲା ପୋଲିସ

By

Published : Dec 23, 2021, 12:25 PM IST

Updated : Dec 23, 2021, 2:31 PM IST

ସୁନ୍ଦରଗଡ଼: ସ୍ବାମୀ ସାଜିଲା ସୈତାନ । ସ୍ତ୍ରୀର ତଣ୍ଟିଚିପି ହତ୍ୟା(husband killed his wife) ପରେ ଆତ୍ମହତ୍ୟାର ରୂପ ଦେବାକୁ କରୁଥିଲା ଚେଷ୍ଟା । ସୁନ୍ଦରଗଡ ଜିଲ୍ଲା ତଲସରା ଥାନା ଯମୁନାରେ ଗତକାଲି ସନ୍ଧ୍ୟାରେ ଘଟିଛି ଏହି ଘଟଣା । ଜଣେ ବ୍ୟକ୍ତି ତା ସ୍ତ୍ରୀର ଚଣ୍ଟିଚିପି ହତ୍ୟା ପରେ ହତ୍ୟାକାଣ୍ଡକୁ ଆତ୍ମହତ୍ୟାର ରୂପ ଦେବାକୁ ଯାଇ ପୋଲିସର ସନ୍ଦେହ ଘେରରେ ଅଛି।

ଯମୁନା ଗାଁର ସୁରେଶ ସାହୁ, ତାଙ୍କ ସ୍ତ୍ରୀ ସୁମତି ସାହୁ( 52 )ଙ୍କୁ ଧୋତି ସାହାଯ୍ୟରେ ଗଳାକୁ ଚିପି କରିଛି ଏହି ହତ୍ୟା । ଏହା ପରେ ତାକୁ ଅନ୍ୟ ରୂପ ଦେବାକୁ ଚେଷ୍ଟା କରିଥିଲା ଅଭିଯୁକ୍ତ । ଘଟଣା ଜଣାପଡିବା ପରେ ତଳସରା ପୋଲିସ ଅଭିଯୁକ୍ତ ସ୍ବାମୀକୁ ଗିରଫ କରି ଥାନାକୁ ନେଇଛି । ଏପଟେ ହତ୍ୟାକାଣ୍ଡର କାରଣ ଜଣାପଡିନଥିବା ବେଳେ ସାଇଣ୍ଟିଫିକ ଟିମ(scientific team) ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏହି ଅଘଟଣ ନେଇ ମୃତ ସମୁତିର ଭାଇ ମଧୁ ସାହୁ ତଳସରା ଥାନାରେ ତାଙ୍କ ଭଉଣୀକୁ ତାଙ୍କ ଭିଣୋଇ (ଭଉଣୀଙ୍କ ସ୍ବାମୀ )ହତ୍ୟା କରିଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ସେହି ଅଭିଯୋଗ ଭିତ୍ତିରେ ଏକ ହତ୍ୟା ମାମାଲ ରୁଜ୍ଜୁ କରି ଦଫା – 498/302 ରେ ତଦନ୍ତ ଆରମ୍ଭ କରିଛି । ସୁମତିକୁ ହତ୍ୟା କରାଯାଇଥିବା କଥା ତଳସରା ପୋଲିସ ତାର ପ୍ରାଥମିକ ତଦନ୍ତରେ କହିଛି । ତେବେ ସାଇଣ୍ଟିଫିକ ଟିମର ଅନୁସନ୍ଧାନ ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ତଳସରା ପୋଲିସ କହିଛି ।

ସୁନ୍ଦରଗଡ଼ରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

Last Updated : Dec 23, 2021, 2:31 PM IST

ABOUT THE AUTHOR

...view details