ରାଉରକେଲା: ଝିରପାଣି ପୋଲ ଠାରେ ଅଘଟଣ । ଝିରପାଣି ପୋଲ ଉପରୁ ଜଣେ ନବମ ଶ୍ରେଣୀର ଛାତ୍ର କୋଏଲ ନଦୀରେ ଖସି ପଡିଛି । ଛାତ୍ର ଜଣକ ହେଲେ ଏମ୍ଜିଏମ୍ ସ୍କୁଲର ନିଲେଶ ଦାସ । ବୁଡିଯାଇଥିବା ନାବାଳକକୁ ଖୋଜିବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଛି ।
ଝିରପାଣି ପୋଲରୁ ଖସି ନବମ ଶ୍ରେଣୀ ଛାତ୍ର ନିଖୋଜ - କୋଏଲ ନଦୀ
ଝିରପାଣି ପୋଲ ଉପରୁ ଏମ୍ଜିଏମ୍ ସ୍କୁଲର ଜଣେ ନବମ ଶ୍ରେଣୀର ଛାତ୍ର କୋଏଲ ନଦୀରେ ଖସି ପଡି ନିଖୋଜ ଅଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଛାତ୍ର ଜଣକ ହେଲେ କୋଏଲ ନଗରର ବାସିନ୍ଦା ନିର୍ମଳ ଦାସଙ୍କ ପୁଅ ନିଲେଶ ।
![ଝିରପାଣି ପୋଲରୁ ଖସି ନବମ ଶ୍ରେଣୀ ଛାତ୍ର ନିଖୋଜ](https://etvbharatimages.akamaized.net/etvbharat/prod-images/768-512-4561150-89-4561150-1569499212997.jpg)
ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
ଛାତ୍ର ଜଣକ ହେଲେ କୋଏଲ ନଗର ବାସିନ୍ଦା ନିର୍ମଳ ଦାସଙ୍କର ପୁଅ ନିଲେଶ । ସୂଚନା ମୁତାବକ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଘଟଣାର ଖବର ଦେବା ପରେ ଯବାନ ମାନେ ଆସି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ସ୍ଥାନୀୟ ଲୋକଙ୍କ କହିବାନୁସାରେ ନାବାଳକଟି ପୋଲ ଉପରୁ ଖସି ପଡିଛି । ତେବେ ଏହା ଆତ୍ମହତ୍ୟା ନା ଦୁର୍ଘଟଣା ତାହା ସ୍ପଷ୍ଟ ହୋଇ ନାହିଁ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ