ଓଡିଶା

odisha

ETV Bharat / state

ରାଉରକେଲା ସହରରେ ଅଘଟଣ; ବ୍ରିଜରୁ ଖସି ଚାଲିଗଲା ନାବାଳକ ଜୀବନ - ବିରଜାପାଲି ବ୍ରିଜରୁ ଖସି ଛାତ୍ର ମୁତ୍ୟୁ

9th Class Student Died in Rourkela: ରାଉରକେଲାରେ ବିରଜାପାଲି ରିଂ ରୋଡ ନିକଟସ୍ଥ ବ୍ରିଜରୁ ଖସିପଡି ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

9th class student died in Rourkela
ବ୍ରିଜରୁ ଖସି ଚାଲିଗଲା ନାବାଳକ ଜୀବନ

By ETV Bharat Odisha Team

Published : Dec 15, 2023, 11:37 AM IST

ବ୍ରିଜରୁ ଖସି ଚାଲିଗଲା ନାବାଳକ ଜୀବନ

ରାଉରକେଲା: ବ୍ରିଜରୁ ଖସି ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ରାଉରକେଲା ସହରରେ । ସନ୍ଧ୍ୟା ସମୟରେ ବ୍ୟାୟାମ ସାରି ଘରକୁ ଫେରୁଥିବା ବେଳେ ରାଉରକେଲା ବିରଜାପାଲି ରିଂ ରୋଡ ନିକଟସ୍ଥ ବ୍ରିଜରୁ ତଳକୁ ଖସିପଡି ଜଣେ ଛାତ୍ର ଗୁରୁତର ହୋଇପଡିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର । ତେବେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ରାଉରକେଲା ଉଦିତନଗର ପୋଲିସ ।

ରାଉରକେଲା ବିରଜାପାଲି ରିଂ ରୋଡ ନିକଟସ୍ଥ ବ୍ରିଜ ନିକଟରେ ଅଘଟଣ ଘଟିଯାଇଛି । ପୋଲରେ ଥିବା ଖାଲ ଯୋଗୁ ସ୍ଥାନୀୟ ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ଜୀବନ ଯାଇଛି । ଗୁରୁବାର ସନ୍ଧ୍ୟା 6ଟା ସୁଦ୍ଧା ସ୍ଥାନୀୟ ପାର୍କରୁ ସାଙ୍ଗମାନଙ୍କ ସହ ବ୍ୟାୟାମ କରି ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା ।

ଏହା ମଧ୍ୟ ପଢନ୍ତୁ..ମରଣଯନ୍ତା ପାଲଟିଛି ସମ୍ବଲପୁର-ରାଉରକେଲା ରାଜ୍ୟ ରାଜପଥ: ଅକାଳରେ ଝଡି ପଡୁଛି ଜୀବନ, ଦାୟୀ କିଏ

ସୂଚନା ଅନୁଯାୟୀ, ସନ୍ତୋଷ ବେହେରା ତାଙ୍କ ପରିବାର ସହ ରାଉରକେଲା ସ୍ଥିତ ନେତାଜୀ ନଗରରେ ରୁହନ୍ତି । ସନ୍ତୋଷ ବେହେରାଙ୍କ 13 ବର୍ଷର ପୁଅ ରାହୁଲ ବେହେରା ଗତକାଲି (ଗୁରୁବାର ଦିନ) ସନ୍ଧ୍ୟା ସମୟରେ ରାହୁଲ ନିଜର ଆଉ ଦୁଇ ସାଙ୍ଗ ତନ୍ମୟ ଲୋହାର ଓ କୁନାଲ ବଡାଇକଙ୍କ ସହ ବ୍ୟାୟାମ କରିବାକୁ ସ୍ଥାନୀୟ ଉଦିତନଗର ଆର୍‌ଏମ୍‌ସି ସମ୍ମୁଖ ନେତାଜୀ ସୁବାସ ଚନ୍ଦ୍ର ବୋଷ ଫିଟ୍‌ନେସ୍‌ ପାର୍କକୁ ଯାଇଥିଲେ । ସେଠାରେ ଫେରୁଥିବା ସମୟରେ ପାଖାପାଖି ସନ୍ଧ୍ୟା 6ଟା ସୁଦ୍ଧା ବିରଜାପାଲି ରିଂ ରୋଡ ବ୍ରିଜରେ ଏକ ଖାଲରେ ଅସାବଧାନତା କାରଣରୁ ଗୋଡ ପଡିଯିବାରୁ ହଠାତ ସେ ପୋଲ ତଳକୁ ଖସିପଡିଥିଲେ । ଏହା ଦେଖି ସାଙ୍ଗମାନେ ପାଟି କରି ସ୍ଥାନୀୟ ଲୋକଙ୍କ ଖବର ଦେଇଥିଲେ । ସ୍ଥାନୀୟ ଲୋକମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ତୁରନ୍ତ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ରାହୁଲ ନବମ ଶ୍ରେଣୀରେ ପଢୁଥିବା ପଢୁଥିଲେ । ତେବେ ଘଟଣାକୁ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ରାଉରକେଲା ଉଦିତନଗର ପୋଲିସ । ଅନ୍ୟପଟେ ନିଜ ସନ୍ତାନକୁ ହରାଇ ଭାଙ୍ଗି ପଡିଛି ସମ୍ପୂର୍ଣ୍ଣ ପରିବାର । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details