ଓଡିଶା

odisha

ETV Bharat / state

୮ ବର୍ଷର ନାବାଳିକାକୁ ଦୁଷ୍କର୍ମ କଲା ନାବାଳକ, ଥାନାରେ ମାମଲା

ସୁନ୍ଦରଗଡ଼ରେ ଲଜ୍ଜା । ୮ବର୍ଷର ନାବାଳିକାକୁ ଦୁଷ୍କର୍ମ କଲା ନାବାଳକ । ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Oct 15, 2023, 4:15 PM IST

୮ ବର୍ଷର ନାବାଳିକାକୁ ଦୁଷ୍କର୍ମ କଲା ନାବାଳକ

ରାଉରକେଲା: ସୁନ୍ଦରଗଡ଼ରେ ଲଜ୍ଜା । ଆଠ ବର୍ଷର ନାବାଳିକାକୁ ଦୁଷ୍କର୍ମ କଲା ନାବାଳକ । ଘରେ କେହି ନଥିବାରୁ ସୁଯୋଗ ନେଇ ଅଭିୟୁକ୍ତ ନାବାଳକ ଜଣକ ଏହି ନିନ୍ଦନୀୟ ଘଟଣା ଘଟାଇଥିବା ସୂଚନା ମିଳିଛି । ପୀଡ଼ିତାଙ୍କ ମାଆ ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ନାବାଳିକାଙ୍କ ଡାକ୍ତରୀ ମାଇନା କରିଛି । ଏହାପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁସାରେ ଏହି ଘଟଣା ସୁନ୍ଦରଗଡ଼ ସହରାଞ୍ଚଳରେ ଘଟିଯାଇଛି । ପୀଡ଼ିତାଙ୍କ ପିତାଙ୍କ ଗତ ବର୍ଷ ଦେହାନ୍ତ ହୋଇଥିଲା । ଏହାପରେ ବିଧବା ମାଆ ଝିଅକୁ ନେଇ ଏକା ରହୁଥିଲେ । ପୀଡ଼ିତାଙ୍କ ମାଆ ଦିନ ମଜୁରିଆ କାମ କରି ଘର ଚଳାଇଥାନ୍ତି । ତେବେ ପୀଡ଼ିତାଙ୍କ ମାଆ ସବୁ ଦିନ ପରି ନାବାଳିକା ଝିଅକୁ ଘରେ ଛାଡ଼ି କାମକୁ ଯାଇଥିଲେ । ଏହି ସମୟରେ ପଡ଼ୋଶୀ ଘରର ଅଭିଯୁକ୍ତ ନାବାଳକ ଘରେ କେହି ନଥିବାର ସୁଯୋଗ ନେଇ ଏଭଳି ନିନ୍ଦନୀୟ କାଣ୍ଡ ଭିଆଇଛି । କାମରୁ ଫେରିବା ପରେ ପୀଡ଼ିତାଠୁ ସବୁ ଶୁଣିବା ପରେ ଘଟଣା ସମ୍ପର୍କରେ ମହିଳା ଜଣକ ଅବଗତ ହୋଇଥିଲେ ।

ଏହା ବି ପଢନ୍ତୁ- ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ବଡବାପା ପୁଅ ଅଟକ

ଏହାପରେ ପାଖ ପଡୋଶୀଙ୍କୁ ନାବାଳକ ପୁଅର କର୍ତ୍ତୃତ୍ବ ସମ୍ପର୍କରେ କହିବା ପରେ ଓଲଟା ସେମାନେ ପାଟିତୁଣ୍ଡ କରିଥିବା ମହିଳା ଜଣକ କହିଛନ୍ତି । ଏପରିକି ଏନେଇ ଥାନାରେ ଅଭିଯୋଗ କରିବେ ବୋଲି ଅଭିଯୁକ୍ତର ପରିବାର ପକ୍ଷରୁ ପୀଡିତା ମାଆଙ୍କୁ ଧମକ ଦିଆଯାଇଥିଲା । ଏହାପରେ ପୀଡିତାଙ୍କ ମାଆ ସୁନ୍ଦରଗଡ଼ ଥାନାରେ ଅଭିଯୋଗ କରିଛନ୍ତି । ନାବାଳିକା ଝିଅଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଥାନାରେ ଅଭିଯୋଗ ନକରିବାକୁ ଅଭିଯୁକ୍ତଙ୍କ ପରିବାର ପକ୍ଷରୁ ଧମକ ଦିଆଯାଉଥିବା ପୀଡ଼ିତର ମାଆ ଅଭିଯୋଗ କରିଛନ୍ତି ।

ପୀଡ଼ିତା ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ସୁନ୍ଦରଗଡ଼ ପୋଲିସ ଥାନାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । କିଛି ଦିନ ତଳେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଧୀନସ୍ଥ ଜଣେ ଦିବ୍ୟାଙ୍ଗ ନାବାଳିକା(15) ମୋବାଇଲ ଦେଖୁଥିବା ସମୟରେ ସେହି ଗ୍ରାମର ୪ ଜଣ ଯୁବକ ବଳପୂର୍ବକ ଉଠାଇ ନେଇ ଦୁଷ୍କର୍ମ କରିଥିବା ଲିଖିତ ଅଭିଯୋଗ କରିଥିଲେ ପୀଡିତାଙ୍କ ମାଆ । ଏହି ଘଟଣାରେ ପୀଡ଼ିତାଙ୍କ ବଡ଼ବାପାଙ୍କ ପୁଅର ମଧ୍ୟ ସମ୍ପୃକ୍ତ ଥିବା ଅଭିଯୋଗ ଆସିଥିଲା । ଏନେଇ ଅସ୍ତରଙ୍ଗ ଥାନାରେ 14/23 ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ପରିବାର ଥାନାରେ ଦ୍ବାରସ୍ଥ ହୋଇଥିଲେ ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details