ଓଡିଶା

odisha

ETV Bharat / state

ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ନ୍ୟାୟ ଦାବିରେ ଧାରଣା - ରାଉରକେଲା ଖବର

ରଙ୍ଗାମାଟି ଆଶ୍ରମ ସ୍କୁଲରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ । ଘଟଣାକୁ ନେଇ ସ୍କୁଲ ସାମନାରେ ଚାପା ଉତ୍ତେଜନା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

By

Published : Oct 3, 2019, 2:20 PM IST

ରାଉରକେଲା: ଆଶ୍ରମ ସ୍କୁଲରେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚାପା ଉତ୍ତେଜନା ଦେଖାଦେଇଛି । ଝିଅ ମୃତ୍ୟୁର ନ୍ୟାୟ ଦାବି କରି ଗୁରୁବାର ସ୍କୁଲ ସମ୍ମୁଖରେ ଧାରଣାରେ ବସିଛନ୍ତି ଛାତ୍ରୀଙ୍କ ବାପା ମା' ସହ ଗ୍ରାମବାସୀ । ଘଟଣାଟି ଘଟିଛି ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ବିରିଡା ପଞ୍ଚାୟତ ରଙ୍ଗାମାଟି ଆଶ୍ରମ ସ୍କୁଲରେ ।

ସୂଚନାନୁସାରେ କେ ବଳଙ୍ଗ ଥାନା ଅଞ୍ଚଳର ରଶ୍ମିତା କେର୍କେଟା ଉକ୍ତ ଆଶ୍ରମ ସ୍କୁଲରେ ରହି ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ । ବୁଧବାର ଅପରାହ୍ନରେ ସେ ସ୍କୁଲର ଝରକା ବନ୍ଦ କରୁଥିବାବେଳେ ହଠାତ ପଡିଯାଇଥିଲା । ଉକ୍ତ ଘଟଣା ପରେ ଛାତ୍ରୀଙ୍କୁ ବିରିକେରା ହସ୍ପିଟାଲ ନିଆଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିବା ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଖବର ପାଇ ଘଟଣାସ୍ଥଳରେ କଳୁଙ୍ଗା ଫାଣ୍ଡି ଏବଂ ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ତେବେ ତଦନ୍ତ ବେଳେ ଛାତ୍ରୀଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ମିଳିନଥିବାବେଳେ ଶରୀର କଳା ପଡିଯାଇଥିଲା । ସ୍କୁଲ ପରିସରରେ ଏକ ଟ୍ରାନ୍ସଫର୍ମର ରହିଛି, ଯେଉଁଠାରୁ ବେଆଇନ ଭାବେ ବହୁ ବିଦ୍ୟୁତ ଲାଇନ ଯାଇଛି । ବିଦ୍ୟୁତ ଆଘାତରେ କିମ୍ବା ବଜ୍ରାଘାତ ଦ୍ବାରା ଛାତ୍ରୀଙ୍କ ମୃତ୍ୟୁ ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି ।

ସେପଟେ ଛାତ୍ରୀଙ୍କ ବାପା ମା' କେହି ଆସିନଥିବାବେଳେ ସନ୍ଦେହରେ ଛାତ୍ରୀର ମୃତ୍ୟୁ ରହିଥିବାରୁ ପୋଲିସ ଛାତ୍ରୀଙ୍କ ମୃତଦେହକୁ ରାଉରକେଲା ସରକାରୀ ହସ୍ପିଟାଲରେ ରଖିଥିଲେ । ଗୁରୁବାର ଉକ୍ତ ଛାତ୍ରୀଙ୍କ ବାପା ମା' ଗ୍ରାମବାସୀଙ୍କ ସହିତ ନ୍ୟାୟ ଦାବିରେ ସ୍କୁଲ ସାମ୍ନାରେ ଧାରଣାରେ ବସିଥିବାରୁ ମୃତଦେହ ବ୍ୟବଚ୍ଛେଦ ହୋଇପାରିନାହିଁ । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ । ତେବେ ଜଣେ ସପ୍ତମ ଶ୍ରେଣୀର ଆଦିବାସୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁର ତଦନ୍ତ ଦାବି କରିଛନ୍ତି ଲାଠିକଟା ବ୍ଲକ(ଖ)ର ଜିଲ୍ଲା ପରିଷଦ ସଦସ୍ୟ ମହେଶ ନାଗ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details