ଓଡିଶା

odisha

ETV Bharat / state

ସୁନ୍ଦରଗଡରେ ଆୟୋଜିତ ହେବ ୬୯ତମ ଆନ୍ତଃଜିଲ୍ଲା ବରିଷ୍ଠ କବାଡି ପ୍ରତିଯୋଗିତା - Kabaddi

ସୁନ୍ଦରଗଡ ଜିଲ୍ଲାରେ ଚଳିତ ବର୍ଷ ଆୟୋଜିତ ହେବ ୬୯ତମ ଆନ୍ତଃଜିଲ୍ଲା ବରିଷ୍ଠ କବାଡି ପ୍ରତିଯୋଗିତା । ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପ୍ରତିଯୋଗିତା ଅନୁଷ୍ଠିତ ହେବା ନେଇ ପ୍ରେସମିଟ କରି ସୂଚନା ଦେଇଛି ଓଡିଶା କବାଡି ସଂଘ । ଅଧିକ ପଢନ୍ତୁ...

ସୁନ୍ଦରଗଡରେ ଆୟୋଜିତ ହେବ ୬୯ତମ ଆନ୍ତଃଜିଲ୍ଲା ବରିଷ୍ଠ କବାଡି ପ୍ରତିଯୋଗିତା
ସୁନ୍ଦରଗଡରେ ଆୟୋଜିତ ହେବ ୬୯ତମ ଆନ୍ତଃଜିଲ୍ଲା ବରିଷ୍ଠ କବାଡି ପ୍ରତିଯୋଗିତା

By

Published : Oct 21, 2021, 8:38 AM IST

ସୁନ୍ଦରଗଡ: ଜିଲ୍ଲାରେ ଚଳିତ ବର୍ଷ ଆୟୋଜିତ ହେବ ୬୯ତମ ଆନ୍ତଃଜିଲ୍ଲା ବରିଷ୍ଠ କବାଡି ପ୍ରତିଯୋଗିତ । ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପ୍ରତିଯୋଗିତା ଅନୁଷ୍ଠିତ ହେବା ନେଇ ପ୍ରେସମିଟ କରି ସୂଚନା ଦେଇଛି ଓଡିଶା କବାଡି ସଂଘ। ନଭେମ୍ବର ମାସ 26 ରୁ 28 ତାରିଖ ତିନିଦିନ ଧରି ଜିଲ୍ଲାରେ ଆନ୍ତଃଜିଲ୍ଲା ବରିଷ୍ଠ କବାଡି ପ୍ରତିଯୋଗିତା ଚାଲିବ ।

ସୁନ୍ଦରଗଡରେ ଆୟୋଜିତ ହେବ ୬୯ତମ ଆନ୍ତଃଜିଲ୍ଲା ବରିଷ୍ଠ କବାଡି ପ୍ରତିଯୋଗିତା

ଏହି ଆୟୋଜନ ନେଇ ପୂର୍ବରୁ ସୁନ୍ଦରଗଡ ଜିଲ୍ଲା କ୍ରୀଡା ସଂସଦ ସେକ୍ରେଟାରୀଙ୍କୁ ସୂଚନା ଦେଇଥିଲା ଓଡିଶା କବାଡି ସଂଘ । ବୁଧବାର ସୁନ୍ଦରଗଡ ଷ୍ଟାଡିୟମରେ ପହଞ୍ଚି କ୍ରୀଡା ସଂସଦ ସେକ୍ରେଟାରୀ ସମେତ ଜିଲ୍ଲାପ୍ରଶାସନର ସହଯୋଗ ଲୋଡିଛି ସଂଘ। ଗତ ଦୁଇବର୍ଷ ଧରି ମହାମାରୀ କୋରୋନା ଯୋଗୁଁ ସମସ୍ତ ଖେଳରେ ପ୍ରାୟତଃ ପ୍ରତିବନ୍ଧକ ଲଗିଥିଲା । ବର୍ତ୍ତମାନ ପରିସ୍ଥିତି ସୁଧୁରିଥିବାବଳେ ଖେଳ ପାଇଁ ରାଜ୍ୟ ସରକାର ଅନୁମତି ଦେଇଥିବା ଜଣାପଡିଛି । ଖେଳର ଆୟୋଜନ ଓ ବ୍ୟବସ୍ଥା ନେଇ ଓଡିଶା କବାଡି ସଂଘ ସୁନ୍ଦରଗଡ ଜିଲ୍ଲାପ୍ରଶାସନର ସହଯୋଗ ଲୋଡିବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରୀନ ସିଗନାଲ ମିଳିଛି ।

ସାମ୍ବାଦିକ ସମ୍ମିଳନୀରେ ଓଡିଶା କବାଡି ସଂଘ( କଟକ) ର ସଂପାଦକ ଅଜୟ କୁମାର ବେହେରା , ସୁନ୍ଦରଗଡ ଜିଲ୍ଲା କ୍ରୀଡା ସଂସଦର ସେକ୍ରେଟାରୀ ପ୍ରଭାତ ଭୋଳ ଓ ସୁନ୍ଦରଗଡ ପ୍ରଶାସନ ଆଡୁ, ସୁନ୍ଦରଗଡ ଉପଜିଲ୍ଲାପାଳ ଯୋଗଦେଇ ପ୍ରତିଯୋଗିତାକୁ ସ୍ବାଗତ କରିଛନ୍ତି । ତେବେ ଏହି ଆନ୍ତଃରାଜ୍ୟ ସ୍ତରୀୟ କବାଡି ପ୍ରତିଯୋଗିତାରେ ପୁରୁଷ ବର୍ଗରୁ 26 ଟି ଟିମ ଓ ମହିଳା ବର୍ଗରୁ 24 ଟି ଟିମ ଅଂଶ ଗ୍ରହଣ କରିବେ । ଓଡିଶା ପୋଲିସ , କିଟ ବିଶ୍ବ ବିଦ୍ୟାଳୟ , ସୋଆ ବିଶ୍ବ ବିଦ୍ୟାଳୟ , ହାଇଟେକ ବିଶ୍ବ ବିଦ୍ୟାଳୟ , କଟକ ସିଆରଆରଆଇ ( CRRI ) , ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଭଳି ଅଫିସିଆଲ ଟିମ ମଧ୍ୟ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ନେଇ ସୂଚନା ମିଳିଛି । ବିଭିନ୍ନ ଟିମରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଖେଳାଳି ରହିଛନ୍ତି ।

ଖେଳାଳିମାନେ କିଭଳି ସୁନ୍ଦରଗଡର ସୌନ୍ଦର୍ଯ୍ୟକୁ ଉପଭୋଗ କରିବେ ଓ ଦମଦାର ପ୍ରଦର୍ଶନ କରିବେ ସେନେଇ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବା କଥା କହିଛନ୍ତି ଓଡିଶା କବାଡି ସଂଘର ଜେନେରାଲ ସେକ୍ରେଟାରୀ ଅଜୟ କୁମାର ବେହେରା । ତେବେ ଜିଲ୍ଲା ପ୍ରଶାସନ ସମସ୍ତ ଖେଳ ପ୍ରତି ସଚେତନ ଅଛି ଓ ସମସ୍ତ ଖେଳ ସୁନ୍ଦରଗଡ ଜିଲ୍ଲାରେ ହେବା ନେଇ ଚେଷ୍ଟିତ ଥିବା ବେଳେ ଏହି କବାଡି ଖେଳ ପାଇଁ ମଧ୍ୟ ଜିଲ୍ଲା ପ୍ରଶାସନ ତାର ପୂର୍ଣ୍ଣ ସହଯୋଗ କରିବ ବୋଲି ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା କହିଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର,ଇଟିଭି ଭାରତ

ABOUT THE AUTHOR

...view details