ଓଡିଶା

odisha

ETV Bharat / state

ସରକାରୀ ଦସ୍ତାବିଜ୍‌ରେ ମହାଖୁଲାସା, ସୁନ୍ଦରଗଡରେ ଥଇଥାନ ହୋଇଛନ୍ତି 681 ପାକିସ୍ତାନୀ - sundargarh

ଦେଶ ବିଭାଜନ ହେବା ପରେ ଅନେକ ପାକିସ୍ତାନୀ ଭାରତକୁ ପଳାଇ ଆସିଥିଲେ । ସେମାନଙ୍କୁ ଦେଶର ବିଭିନ୍ନ ସ୍ଥାନରେ ଥଇଥାନ ମଧ୍ୟ କରାଯାଇଥିଲା । ତେବେ ସେମାନଙ୍କ ମଧ୍ୟରୁ ସୁନ୍ଦରଗଡରେ 681 ଜଣଙ୍କୁ ଥଇଥାନ କରାଯାଇଥିବା ସରକାରୀ ଦସ୍ତାବିଜ୍‌ରେ ଉଲ୍ଲେଖ ରହିଛି ।

ଡିଜାଇନ ଫଟୋ

By

Published : Jun 18, 2019, 5:30 PM IST

ରାଉରକେଲା: 1947 ମସିହାରେ ଭାରତ ବିଭାଜନ ହେଲା । ଭାରତ ଓ ପାକିସ୍ତାନ ଦୁଇଟି ସ୍ବାଧୀନ ରାଷ୍ଟ୍ରରେ ପରିଣତ ହେଲେ । ତେବେ ବିଭାଜନ ପରେ ପାକିସ୍ତାନରେ ରହୁଥିବା ବିଭିନ୍ନ ଧର୍ମର ଲୋକ(ମୁସଲମାନ ସମ୍ପ୍ରଦାୟ ବ୍ୟତୀତ) ଭାରତକୁ ପଳାଇ ଆସିଥିଲେ । ଯାହାଙ୍କୁ ଭାରତର ବିଭିନ୍ନ ଅଞ୍ଚଳରେ ଥଇଥାନ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ସେମାନଙ୍କ ମଧ୍ୟରୁ 681 ଜଣଙ୍କୁ ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥଇଥାନ କରାଯାଇଛି । ଯାହା ସରକାରୀ ଦସ୍ତାବିଜ୍‌ରେ ପ୍ରକାଶ ପାଇଛି । ତେବେ ଏମାନଙ୍କ ମଧ୍ୟରୁ 367 ଜଣ ପୁରୁଷ ଥିବାବେଳେ 314 ଜଣ ମହିଳା ଥିଲେ ।

681 ଜଣଙ୍କ ମଧ୍ୟରୁ ପଶ୍ଚିମ ପାକିସ୍ତାନର 86 ଜଣ ଓ ପୂର୍ବ ପାକିସ୍ତାନ(ଏବେର ବାଙ୍ଗଲାଦେଶ)ର 595 ଜଣ ରହିଛନ୍ତି । ତେବେ ପଶ୍ଚିମ ପାକିସ୍ତାନରୁ ଆସିଥିବା ଲୋକଙ୍କ ମଧ୍ୟରୁ 55 ପୁରୁଷ ଥିବାବେଳେ 31 ଜଣ ମହିଳା ଓ ପୂର୍ବ ପାକିସ୍ତାନରୁ ଆସିଥିବା ଲୋକଙ୍କ ମଧ୍ୟରୁ 312 ଜଣ ପୁରୁଷ ଓ 283 ଜଣ ମହିଳା ରହିଥିବା ଦସ୍ତାବିଜରୁ ଜଣାପଡିଛି ।

ଏଠାରେ ଏମାନଙ୍କୁ ଥଇଥାନ କରାଯିବା ସହ ବିଭିନ୍ନ ସୁବିଧା ସୁଯୋଗ ପ୍ରଦାନ କରାଯାଇଥିବା ଦସ୍ତାବିଜରେ ଉଲ୍ଲେଖ ରହିଛି । ସୂଚନାଥାଉକି, ଏମାନେ 1946 ରୁ 1951 ମସିହା ମଧ୍ୟରେ ଭାରତକୁ ଆସିଥିଲେ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details