ଓଡିଶା

odisha

ETV Bharat / state

ସୁନ୍ଦରଗଡ ଜିଲ୍ଲାରେ ପୁଣି 60 କୋରୋନା ପଜିଟିଭି ଚିହ୍ନଟ - coronavirus latest news

ସୁନ୍ଦରଗଡରେ ଆଉ 60 କୋରୋନା ପଜିଟିଭି ଚିହ୍ନଟ । ରାଉରକେଲାରେ କୋରୋନାର ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ 31 ଜୁଲାଇ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଛନ୍ତି ।ଅଧିକ ପଢନ୍ତୁ...

ସୁନ୍ଦରଗଡ ଜିଲ୍ଲାରେ ପୁଣି 60 କୋରୋନା ପଜିଟିଭି ଚିହ୍ନଟ
ସୁନ୍ଦରଗଡ ଜିଲ୍ଲାରେ ପୁଣି 60 କୋରୋନା ପଜିଟିଭି ଚିହ୍ନଟ

By

Published : Jul 23, 2020, 3:59 PM IST

ରାଉରକେଲା: ସୁନ୍ଦରଗଡରେ ଆଉ 60 କୋରୋନା ପଜିଟିଭି ଚିହ୍ନଟ । ଜିଲ୍ଲାରେ କୋରୋନାର ଭୟାବହତା ସହରଠୁ ଗାଁ ମଧ୍ୟରେ ଦେଖିବାକୁ ମିଳୁଛି । ରାଉରକେଲାରେ କୋରୋନାର ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ 31 ଜୁଲାଇ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଛନ୍ତି ।

ସୁନ୍ଦରଗଡ ଜିଲ୍ଲାରେ ପୁଣି 60 କୋରୋନା ପଜିଟିଭି ଚିହ୍ନଟ

ସୁନ୍ଦରଗଡ ଜିଲ୍ଲାରେ କୋରୋନା ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରୟାସ କରାଯାଉଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ସରକାରଙ୍କ କୋଭିଡ ଗାଇଡଲାଇନ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଲୋକଙ୍କୁ ସାମାଜିକ ଦୂରତ୍ବ, ମାସ୍କ, ସାନିଟାଇଜ ବ୍ୟବହାର ପାଇଁ ସଚେତନା ସୃଷ୍ଟି କରାଯାଉଛି । ରାଉରକେଲା ସହର ମଧ୍ୟରେ ପ୍ରବଳ ଭିଡ ତଥା ଗାଡି ଚାଲିବା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ ସୁନ୍ଦରଗଡ ଜିଲ୍ଲାରେ 917 କୋରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ 727 ଜଣ ସୁସ୍ଥ ହୋଇଛନ୍ତି । 185 ଜଣ ବର୍ତ୍ତମାନ କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି ଏବଂ ଜିଲ୍ଲାରେ 2 ଜଣ ମୃତ୍ୟୁବରଣ କରିଛନ୍ତି ।

ରାଉରକେଲା ଏକ ଔଦ୍ୟୋଗିକ ଅଞ୍ଚଳ ହୋଇଥିବାବେଳେ ଏଠାରେ ଲୋକଙ୍କ ଉପରେ କାବୁ କରିବା ସମ୍ଭବ ନୁହେଁ କିନ୍ତୁ କୋରୋନାକୁ ନେଇ ସତର୍କତା ଅବଲମ୍ବନ ନ କଲେ ଆଗକୁ ଏହାର ପରିମାଣ ଭୟାବହ ହେବା ସହ ଗୋଷ୍ଠୀ ସଂକ୍ରମଣ ଆଡକୁ ଯିବା ସମ୍ଭାବନା ରହିଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details