ଓଡିଶା

odisha

ETV Bharat / state

କଂଗ୍ରେସର 6 ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା - sundargarh congress jilla band

ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ଗସ୍ତ କାର୍ଯ୍ୟକ୍ରମକୁ ଭାଜପା ପରୋକ୍ଷରେ ବିରୋଧ କରୁଥିବାବେଳେ କଂଗ୍ରେସ ପ୍ରତ୍ୟକ୍ଷ ଭାବେ ବିରୋଧ କରିବ ବୋଲି ଘୋଷଣା କରିଛି । କଂଗ୍ରେସ ଆସନ୍ତା ଫେବୃଆରୀ 15 ତାରିଖରେ 6 ଘଣ୍ଟିଆ ସୁନ୍ଦରଗଡ ଜିଲ୍ଲା ବନ୍ଦ ଡାକରା ଦେଇଛି । ଅଧିକ ପଢନ୍ତୁ...

କଂଗ୍ରେସ ଆସନ୍ତା ଫେବୃଆରୀ 15 ତାରିଖରେ 6 ଘଣ୍ଟିଆ ସୁନ୍ଦରଗଡ ଜିଲ୍ଲା ବନ୍ଦ ଡାକରା ଦେଇଛି
କଂଗ୍ରେସ ଆସନ୍ତା ଫେବୃଆରୀ 15 ତାରିଖରେ 6 ଘଣ୍ଟିଆ ସୁନ୍ଦରଗଡ ଜିଲ୍ଲା ବନ୍ଦ ଡାକରା ଦେଇଛି

By

Published : Feb 13, 2021, 9:53 PM IST

ସୁନ୍ଦରଗଡ:ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ଗସ୍ତ କାର୍ଯ୍ୟକ୍ରମକୁ ଭାଜପା ପରୋକ୍ଷରେ ବିରୋଧ କରୁଥିବାବେଳେ କଂଗ୍ରେସ ପ୍ରତ୍ୟକ୍ଷ ଭାବେ ବିରୋଧ କରିବ ବୋଲି ଘୋଷଣା କରିଛି । ଏନେଇ କଂଗ୍ରେସ ଆସନ୍ତା ଫେବୃଆରୀ 15 ତାରିଖରେ 6 ଘଣ୍ଟିଆ(ସକାଳ 7ଟା ରୁ ଦିନ 1ଟା ପର୍ଯ୍ୟନ୍ତ) ସୁନ୍ଦରଗଡ ଜିଲ୍ଲା ବନ୍ଦ କରିବା ସହ 16 ତାରିଖରେ କଳା ବ୍ୟାଚ ପରିଧାନ କରିବ ବୋଲି ଘୋଷଣା କରିଛି ।

କଂଗ୍ରେସ ଆସନ୍ତା ଫେବୃଆରୀ 15 ତାରିଖରେ 6 ଘଣ୍ଟିଆ ସୁନ୍ଦରଗଡ ଜିଲ୍ଲା ବନ୍ଦ ଡାକରା ଦେଇଛି
କଂଗ୍ରେସ ତାର ଏହି ବନ୍ଦ ଡାକରା ପାଇଁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛି । ତେବେ ଆସନ୍ତା 15 ତାରିଖରେ କଂଗ୍ରେସ ଦଳ 6 ଘଣ୍ଟିଆ ସଂପୂର୍ଣ୍ଣ ବନ୍ଦ ଡାକରା ଦେବା ସହ ଜନ ସାଧାରଣଙ୍କ ସମର୍ଥନ ଲୋଡିଛି । ଏହି ବନ୍ଦ ଡାକରା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ବୋଲି ଜିଲ୍ଲା କଂଗ୍ରେସ କମିଟିର ସଭାପତି କହିଛନ୍ତି । ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧି ଓ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଆକାଶ ଛୁଆଁ ଦରକୁ କେନ୍ଦ୍ର କରି ପ୍ରଦେଶ କଂଗ୍ରେସ ସଭାପତିଙ୍କ ନିର୍ଦ୍ଦେଶରେ ଏହି ବିକ୍ଷୋଭ କରା ଯାଉଥିବା କଥା ଜିଲ୍ଲା କଂଗ୍ରେସ କମିଟି କହିଛି । ଏହା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅଯଥା ଖର୍ଚ୍ଚ କାର୍ଯ୍ୟକ୍ରମକୁ ବିରୋଧ କରିଛି କଂଗ୍ରେସ । ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ ଜିଲ୍ଲାକୁ ଆସନ୍ତା 16 ତାରିଖରେ ଆସୁଥିବାରୁ ସେ ଦିନ କଂଗ୍ରେସ ଦଳ ଏହାକୁ କଳା ଦିବସ ଭାବେ ପାଳନ କରିବା ସହ କଳାବ୍ୟାଚ ପରିଧାନ କରି ପ୍ରତୀକ ବିକ୍ଷୋଭ କରିବ ବୋଲି ଘୋଷଣା କରିଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details