ଓଡିଶା

odisha

ସୁନ୍ଦରଗଡ଼ ଗସ୍ତରେ 5T ଅଧ୍ୟକ୍ଷ, ବଖାଣିଲେ ସରକାରଙ୍କ ସଫଳତା

By ETV Bharat Odisha Team

Published : Jan 4, 2024, 7:49 AM IST

5T Chairman visits Sundargarh: ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ । ଜିଲ୍ଲାରେ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା ସହ ଲୋକଙ୍କୁ କଲେ ସମ୍ବୋଧିତ । ଅଧିକ ପଢନ୍ତୁ

ସୁନ୍ଦରଗଡ଼ ଗସ୍ତରେ 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ, ବଖାଣିଲେ ସରକାରଙ୍କ ସଫଳତା
ସୁନ୍ଦରଗଡ଼ ଗସ୍ତରେ 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ, ବଖାଣିଲେ ସରକାରଙ୍କ ସଫଳତା

ସୁନ୍ଦରଗଡ଼ ଗସ୍ତରେ 5T ଅଧ୍ୟକ୍ଷ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ । ସୁନ୍ଦରଗଡ଼ ସଦର ନିର୍ବାଚନ ମଣ୍ଡଳୀର କିରେଇ ଏବଂ ବଳିଶଙ୍କରା ଠାରେ ଜନସଭାକୁ ସମ୍ବୋଧିତ କରିଥିଲେ 5T ଅଧ୍ୟକ୍ଷ । ଏହ ଅବସରରେ 5T ଅଧ୍ୟକ୍ଷ ପାଣ୍ଡିଆନ କହିଥିଲେ ଯେ, ସେ ଗତ ମାର୍ଚ୍ଚ ୧୨ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସିଥିଲେ । ତାଙ୍କର ଏହି ଗସ୍ତକୁ ୮ ମାସରୁ ଅଧିକ ସମୟ ବିତିଥିବା ବେଳେ ଲୋକଙ୍କ ବହୁ ସଂଖ୍ୟରେ ଦରଖାସ୍ତ ମିଳିଛି । ସେଥିମଧ୍ୟରୁ ଅନେକ ସମସ୍ୟାର ସମାଧାନ ମଧ୍ୟ ହୋଇଛି । ମନ୍ଦିର, ମସଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ଆଦି ପାଇଁ ଅର୍ଥ ଅନୁମୋଦନ କରାଯାଇଛି ଏବଂ ଆହୁରି ବହୁ ଉନ୍ନତିମୂଳକ କାର୍ଯ୍ୟ ସାରା ଜିଲ୍ଲାରେ କରାଯାଇଛି ବୋଲି କହିଛନ୍ତି ଭିକେ ପାଣ୍ଡିଆନ ।

ସୁନ୍ଦରଗଡ଼ ଗସ୍ତରେ 5T ଅଧ୍ୟକ୍ଷ

ଏଥି ସହିତ ଲୋକଙ୍କ ସହଯୋଗ ଦ୍ବାରା ବିକାଶମୂଳକ କାମରେ ସ୍ବଚ୍ଛତା ଆସିବ ବୋଲି କହିଛନ୍ତି 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ । ହେମଗିରି ବ୍ଲକରେ ଥିବା ହାୟର ସେକଣ୍ଡାରୀ ସ୍କୁଲରେ ବିଜ୍ଞାନ ଏବଂ ବାଣିଜ୍ୟ ଷ୍ଟ୍ରିମ୍ ଖୋଲିବା ଦାବିକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି ବୋଲି ସେ କହିଛନ୍ତି । ଇବ୍ ନଦୀ ଉପରେ ଇନଷ୍ଟ୍ରିମ ଷ୍ଟୋରେଜ୍ ପ୍ରକଳ୍ପ ପାଇଁ ୨୬୦ କୋଟି ଟଙ୍କା, ଟାଙ୍ଗରପାଲି ପାଇଁ ୧ କୋଟି ୭୦ ଲକ୍ଷ, ସମଲେଇ ମନ୍ଦିର ପାଇଁ ୧ କୋଟି ୪୦ ଲକ୍ଷ, ସୁନ୍ଦରଗଡ଼ରେ ଅଘରିଆ ଭବନ ପାଇଁ ୧ କୋଟି, ଏହାସହ ହେମଗିରି ଉଚ୍ଚ ମାଧ୍ୟମିକ ସ୍କୁଲର ରୂପାନ୍ତର ପାଇଁ କୋଟିଏ ଟଙ୍କା ଅନୁମୋଦନ କରାଯାଇଛି । କିରେଇରେ ନଗର ବନ ପ୍ରକଳ୍ପ ପାଇଁ ୩ କୋଟିରୁ ଅଧିକ ଟଙ୍କା ମଞ୍ଜୁର କରାଯାଇଛି ।

ଏହା ମଧ୍ୟ ପଢନ୍ତୁ...ଲୋୟର ଶୁକତେଲ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଏହା ମଧ୍ୟ ପଢନ୍ତୁ... ପାଣ୍ଡିଆନଙ୍କ ଉପରେ ବର୍ଷିଲେ ସୂର୍ଯ୍ୟବଂଶୀ, କହିଲେ ମୁଖ୍ୟମନ୍ତ୍ରୀଙ୍କଠୁ ଶାଳୀନତା ଶିଖ

ଜନତା ଦେଇଥିବା ସମସ୍ତ ଦରଖାସ୍ତକୁ ନେଇ କାର୍ଯ୍ୟକ୍ଷମ କରାଯିବ ବୋଲି 5T ଅଧ୍ୟକ୍ଷ କହିଛନ୍ତି । ମିଶନ ଶକ୍ତି ମାଆ ଓ ଭତ୍ତା ପାଉଥିବା ହିତାଧିକାରୀ ଉପକୃତ ହେବେ ବୋଲି କହିଛନ୍ତି 5T ଅଧ୍ୟକ୍ଷ । ଫେବୃଆରୀ ମାସରେ ସୁନ୍ଦରଗଡ଼ରେ ଆରମ୍ଭ ହେବ ଲକ୍ଷ୍ମୀ ଯୋଜନା । ସୁନ୍ଦରଗଡ଼ରେ ହକିର ବିକାଶ ଲାଗି ଅନେକ କାର୍ଯ୍ୟ କରାଯାଇଛି । ବିଶ୍ବର ସବୁଠାରୁ ବଡ଼ ଷ୍ଟାଡିୟମ ରାଉରକେଲାରେ କରାଯାଇଛି । ପ୍ରତି ବ୍ଲକରେ ଆଷ୍ଟ୍ରୋଟର୍ଫ ଷ୍ଟାଡିୟମ ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ।

ଇଟିଭି ଭାରତ, ସୁନ୍ଦରଗଡ଼

ABOUT THE AUTHOR

...view details