ଓଡିଶା

odisha

GANGRAPE: ୫୦ବର୍ଷୀୟ ମହିଳାଙ୍କୁ ଗଣଦୁଷ୍କର୍ମ ! ୫ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଗିରଫ

By

Published : Jan 3, 2023, 5:37 PM IST

ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାନରେ ଲଜ୍ଜ୍ୟା । ୫୦ବର୍ଷୀୟ ମହିଳା ହେଲେ ଗଣଦୁଷ୍କର୍ମର ଶିକାର (Gangrape in Rourkela) । ପୀଡ଼ିତା ଜଣକ ଜଣେ ମାଛ ବ୍ୟବସାୟୀ ବୋଲି ଜଣାପଡ଼ିଛି । ଅଧିକ ପଢନ୍ତୁ

GANG RAPE
GANG RAPE

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ସହରରେ ଜଣେ ୫୦ ବର୍ଷୀୟ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି (Woman allegedly gangrape in Rourkela)। ୫ଜଣ ଦୁର୍ବୃତ୍ତ ମହିଳାଙ୍କୁ ଅପହରଣ କରି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ପୀଡିତା ଜଣକ ଜଣେ ମାଛ ବ୍ୟବସାୟୀ (Fishmonger lady gangraped in Sundergarh) । ଏହି ଘଟଣାରେ ପୋଲିସ ୫ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୨ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି ।

ସୁନ୍ଦରଗଡ଼ ସଦରଥାନା ଅଞ୍ଚଳରେ ଜଣେ ମହିଳା ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ୫ଜଣ ଯୁବକ ଗଣଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଏତଲା ପରେ ପରେ ପୋଲିସ ତନାଘନା ଚଳାଇ ୩ଜଣଙ୍କୁ ଅଟକ ରଖିଛି । ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଫେରାର ହୋଇ ଯାଇଥିବା ବେଳେ ସେମାନଙ୍କୁ ଧରିବା ଲାଗି ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ପୀଡ଼ିତାଙ୍କ ସ୍ବାମୀ ନଥିବା ବେଳେ ମହିଳା ଜଣକ ସୁନ୍ଦରଗଡ଼ ଅଞ୍ଚଳରେ ମାଛ ବିକ୍ରି କରି ନିଜର ଗୁଜୁରାଣ ମେଣ୍ଟାନ୍ତି। ତେବେ ଘରକୁ ଫେରିଲାବେଳେ ସେ ଦୁଷ୍କର୍ମର ଶିକାର ହୋଇଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ- ପାଖେଇ ଆସୁଛି ହକି ବିଶ୍ବକପ: ଜୋରସୋର ଚାଲିଛି ସହର ସଫେଇ କାର୍ଯ୍ୟ

ଗତକାଲି (ସୋମବାର) ରାତି ପ୍ରାୟ ୮ଟାରେ ନିର୍ଜନ ରାସ୍ତା ଦେଇ ପୀଡିତା ଜଣକ ଘରକୁ ଫେରୁଥିବା ବେଳେ ୫ଜଣ ଦୁର୍ବୃତ୍ତ ତାଙ୍କୁ ପିଛା କରିଥିଲେ । ସୁନ୍ଦରଗଡ଼ ସଦର ଥାନା କୋପସିଂହା ନିକଟରେ ଏକ ନିଛାଟିଆ ରାସ୍ତାରେ ଏକୁଟିଆ ମହିଳାଙ୍କୁ ଦେଖି ୪ ଜଣ ଦୁର୍ବୃତ୍ତ ଜୋରଜବରଦସ୍ତ ମହିଳାଙ୍କୁ ଅପହରଣ କରିଥିଲେ । ମହିଳାଙ୍କୁ ଅପହରଣ କରିବା ପରେ ୫ ଅଭିଯୁକ୍ତ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ମହିଳା ଜଣକ ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି । ଏ ବାବଦରେ ପୋଲିସର ଅଧିକ ତଦନ୍ତ ଜାରି ରହିଛି ।

ତେବେ ପୋଲିସ ଘଟଣାକୁ ଗୁରୁତର ସହ ନେଇଛି। ଜଣେ ୫୦ ବର୍ଷୀୟ ମାଛ ବ୍ୟବସାୟୀ ମହିଳାଙ୍କୁ ଦୁଷ୍କର୍ମ ବର୍ତ୍ତମାନ ନିନ୍ଦାର ବିଷୟ ପାଲଟିଛି । ତେବେ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି। ପୋଲିସ ପୀଡ଼ିତାଙ୍କ ଡାକ୍ତରୀ ମାଇନା ଲାଗି ହସ୍ପିଟାଲକୁ ପଠାଇଛି । ଘଟଣାକୁ ଦୃଢ ନିନ୍ଦା କରି ସମସ୍ତ ଅଭିଯୁକ୍ତକୁ କଠୋର ଦଣ୍ଡ ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି । ଏ ନେଇ ସୁନ୍ଦରଗଡ଼ SP ସାଗରିକା ନାଥ କହିଛନ୍ତି, "ଖୁବଶୀଘ୍ର ସମସ୍ତ ଅଭିଯୁକ୍ତକୁ ଗିରଫ କରାଯାଇ ଆଇନ ଅନୁସାରେ ଦଣ୍ଡିତ କରାଯିବ ।"

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details