ଓଡିଶା

odisha

କ୍ୟାଟରିଂ ସର୍ଭିସ ଦେଇ ବୁଲାଇଥିଲେ କଳାକନା, ୫ ଜଣଙ୍କୁ ବାନ୍ଧିଲା ପୋଲିସ

By

Published : Mar 26, 2023, 1:13 PM IST

ବାହାଘରରେ କ୍ୟାଟରିଂ ସର୍ଭିସ ଦେଇ ବୁଲାଇଥିଲେ କଳାକନା । ଅଭିଯୋଗ ପରେ ୫ଜଣଙ୍କୁ ବାନ୍ଧିଲା ରଘୁନାଥପଲ୍ଲୀ ଥାନା ପୋଲିସ । ଅଧିକ ପଢନ୍ତୁ

robber arrested in rourkela
robber arrested in rourkela

robber arrested in rourkela

ରାଉରକେଲା: ଚାଲିଥିଲା ବାହାଘର । ଭୋଜି ପାଇଁ କ୍ୟାଟରିଂ ଦିଆଯାଇଥିଲା । ତେବେ ଭୋଜିରେ ସମସ୍ତ ବ୍ୟସ୍ତ ରହୁଥିବା ବେଳେ ଏହାର ସୁଯୋଗ ନେଲେ କ୍ୟାଟରିଂ ବେଶରେ ଆସିଥିବା ଚୋର । ସୁନାଗହଣା ଦେଖି ନିଜକୁ ଆୟତ୍ତ କରିପାରିନଥିଲେ । ଫଳରେ ସୁଯୋଗ ନେଇ ବାହାଘରରେ କଳାକନା ବୁଲାଇ ଫେରାର ହୋଇଯାଇଥିଲେ । ରାଉରକେଲା ସହରରୁ ସାମ୍ନାକୁ ଆସିଥିଲା ଏଭଳି ଘଟଣା । ଅନେଇ ପରିବାର ଲୋକ ଥାନାରେ ଏତଲା ଦେବାପରେ ୩ ଜଣ ଦୁର୍ବୃତ୍ତଙ୍କ ସହ ଦୁଇଜଣ ସହଯୋଗୀଙ୍କୁ ଗିରଫ କରିଲା ପୋଲିସ ।

ସୂଚନାଅନୁସାରେ, ରାଉରକେଲା ସହରର ଅଗ୍ରସେନ ଭବନରେ ମାର୍ଚ୍ଚ ୧୨ ତାରିଖରେ ଏକ ବାହାଘର ଚାଲିଥିବା ବେଳେ ଏଭଳି ଏକ ଘଟଣା ଘଟିଥିଲା । ତେବେ ବାହାଘର ଭୋଜି ଭାତ ଏବଂ ମଉଜ ମଜଲିସରେ ଲୋକେ ବ୍ୟସ୍ତ ଥିବା ବେଳେ ଏକ ଘରୋଇ କ୍ୟାଟରିଂ କମ୍ପାନୀ ଏହି ବାହାଘରର ଦାୟିତ୍ୱ ନେଇଥିଲା । ତେବେ ଏହି ଭୋଜି କାର୍ଯ୍ୟକ୍ରମ ପାଇଁ ଆସିଥିବା ଏହି କ୍ୟାଟରିଂ ସର୍ଭିସରେ ତିନି ଜଣ ଚୋର ମଧ୍ୟ ସାମିଲ ଥିଲେ । ବାହାଘର କାର୍ଯ୍ୟକ୍ରମରେ ଲୋକଙ୍କ ପାଖରେ ସୁନା ଗହଣା ଦେଖି ନିଜର ଲାଳସାକୁ ରୋକି ପାରି ନଥିଲେ।

ତେବେ ଲୋକେ ଗୋଟିଏ ପକ୍ଷରେ ବାହାଘର ଭୋଜି କାର୍ଯ୍ୟକ୍ରମରେ ବ୍ୟସ୍ତ ଥିବା ବେଳେ ଖୋଲା ଥିବା ବିଭିନ୍ନ ରୁମକୁ ଯାଇ ଲୋକଙ୍କ ବ୍ୟାଗରୁ ସୁନା ଗହଣା ଏବଂ ଟଙ୍କା ପଇସା ଚୋରି କରିନେଇ ଫେରାର ମାରିଥିଲେ । ବାହାଘର କାର୍ଯ୍ୟକ୍ରମ ସାରି ଲୋକେ ରୁମକୁ ଫେରିବା ବେଳେ ସୁନା ଗହଣା ଚୋରି ହୋଇଥିବା ଦେଖିବାକୁ ପାଇଥିଲେ । ସୁନା ଗହଣା ସହ ମୋବାଇଲ ଏବଂ ଟଙ୍କା ମଧ୍ୟ ଚୋରି ହୋଇଯାଇଥିବା ଅଭିଯୋଗ ହୋଇଥିଲା ।

ରାଉରକେଲା ରଘୁନାଥପଲ୍ଲୀ ଥାନାରେ ଏ ଚୋରି ମାମଲାକୁ ନେଇ ଏକ ଅଭିଯୋଗ କରିଥିଲେ । ଅଭିଯୋଗ ମୁତାବକ ଘଟଣାର ତଦନ୍ତ ଆରମ୍ଭ କରିଥିଲା ପୋଲିସ । ତେବେ ଗତକାଲି ସେମାନଙ୍କ ନିକଟରେ ପହଞ୍ଚିବା ପାଇଁ ସଫଳ ହୋଇପାରିଛି । ରାଉରକେଲା ରଘୁନାଥପଲ୍ଲୀ ଥାନା ପୋଲିସ ୫ ଜଣ ଅପରାଧୀଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରୁ ତିନି ଜଣ ଚୋର ମୁଖ୍ୟ ଅଭିଯୁକ୍ତ ଥିବା ବେଳେ ଅନ୍ୟ ଦୁଇ ଜଣ ତାଙ୍କ ସହଯୋଗୀ ଭାବରେ ଚୋରି ସାମଗ୍ରୀକୁ ରିସିଭ କରିଥିଲେ । ଏମାନଙ୍କ ପାଖରୁ ଚୋରି ସାମଗ୍ରୀ ଜବତ କରାଯାଇଛି।

ଗିରଫ ଚୋର ମାନଙ୍କ ଠାରୁ ୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ମୂଲ୍ୟର ସୁନାଗହଣା, ମୋବାଇଲ ଫୋନ, ସ୍ମାର୍ଟ ୱାଚ ଜବତ କରାଯାଇଛି । ଏହି ଚୋର ମାନେ ୧୨ ମାର୍ଚ୍ଚ ରାତିରେ ମହାରାଜା ଅଗ୍ରସେନ ଭବନର ଉପର ତାଲାରୁ ସୁନା ଗହଣା ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି କରିଥିଲେ । ଏହା ସହ ନଗଦ ୨୫ ହଜାର ଟଙ୍କା ମଧ୍ୟ ନେଇଯାଇଥିଲେ । ଅଗ୍ରସେନ ଭବନରେ ଏକ ବାହାଘର ଚାଲିଥିବା ବେଳେ ଏହି ଚୋରି ହୋଇଥିଲା । ଚୋର ମାନେ ଉକ୍ତ ଦିନ ସେଠାରେ କ୍ୟାଟରିଂ ସର୍ଭିସରେ ୱେଟର ଭାବେ କାମ କରୁଥିଲେ । ସୁଯୋଗ ଦେଖି ରୁମ ଭିତରେ ପଶି ସୁନା ଗହଣା ସହ ମୂଲ୍ୟବାନ ସାମଗ୍ରୀ ନେଇ ଯାଇଥିଲେ ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details