ରାଉରକେଲା:ରାଉରକେଲା ପୋଲିସର ସଫଳତା । ଝାଡ଼ଖଣ୍ଡର ଆର୍ମି କ୍ୟାଣ୍ଟିନ ପାଇଁ ଆସିଥିବା ୪୩ ଲକ୍ଷ ଟଙ୍କାର କସମେଟିକ୍ ସାମଗ୍ରୀକୁ ଚୋରି କଲେ ଦୁର୍ବୃତ୍ତ । ଯାହାର ପର୍ଦ୍ଦାଫାସ କରିଛି ରାଉରକେଲା ପୋଲିସ । ଏହି ଘଟଣାରେ ଜଣେ ମହିଳାଙ୍କ ସମେତ 5ଜଣଙ୍କୁ ପୋଲିସ ଗିରଫ କରିଛି । ତେବେ ଏହି ଘଟଣାରେ ସଂପୃକ୍ତ ଥିବା ସମସ୍ତ ଅଭିଯୁକ୍ତ ହେଉଛନ୍ତି ଧିରଜ୍ କୁମାର, ରାଉରକେଲା ସହରର ରାଜବିର ଶର୍ମା, ଗୋରଖ କୁମାର, ଦିପା ଶର୍ମା, ଆରତି ଶର୍ମା ଯାହାଙ୍କୁ ସମସ୍ତଙ୍କୁ ଗିରଫ କରିଛି ରଘୁନାଥପଲ୍ଲୀ ପୋଲିସ । ତେବେ ଜବତ ହୋଇଥିବା କସମେଟିକ ସାମଗ୍ରୀ ହିନ୍ଦୁସ୍ଥାନ ୟୁନିଲିଭର ଲିମିଟେଡର ରହିଥିବା ନେଇ ଏକ ସମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ରାଉରକେଲା ଏସପି ।
ମାର୍ଚ୍ଚ 4 ତାରିଖରେ ବିହାର ପାଟନା ଆନନ୍ଦ ଏଜେନ୍ସିରୁ ୪୩ କକ୍ଷ ଟଙ୍କାର ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଝାରଖଣ୍ଡର ରାମପୁର ଆର୍ମି କ୍ୟାଣ୍ଟିନ୍କୁ ଏକ ଟ୍ରକ ଯୋଗେ ଯାଉଥିଲା । କିନ୍ତୁ ଟ୍ରକ୍ ଆର୍ମି କ୍ୟାଣ୍ଟିନରେ ନ ପହଞ୍ଚି ଏହାକୁ ଚୋରି କରିନେଇଥିଲେ ଡ୍ରାଇଭର ଏବଂ ନିଜେ ଟ୍ରକ ମାଲିକ । ଝାଡଖଣ୍ଡର ଗାଡି ରାଉରକେଲା ଆସି ମାଲ ଅନଲୋଡ କରି ବିକ୍ରି କରି ଟ୍ରକ୍ ରଙ୍ଗ ପରିବର୍ତ୍ତନ କରାଯାଉଥିବା ବେଳେ ଖବର ପାଇ ମାଡ଼ି ବସିଲା ରାଉରକେଲା ରଘୁନାଥପଲ୍ଲୀ ପୋଲିସ । ଏନେଇ ଘଟଣାର ଅଧିକ ତଦନ୍ତ କରୁଛି ରାଉରକେଲା ପୋଲିସ । ଏଥିସହ ଏହି ସନ୍ଦର୍ଭରେ ପୋଲିସ ଟ୍ରକ ମାଲିକଙ୍କୁ ଗିରଫ କରିବା ସହ ଟ୍ରକ ଜବତ କରିଛନ୍ତି । ଏହା ସହ ଚୋରା ସାମଗ୍ରୀ ବିକ୍ରି କରିବା ପ୍ରକ୍ରିୟାରେ ବ୍ୟବହୃତ ଗୋଟିଏ ସ୍କୋପିଓ ଗାଡି ଏବଂ ଗୋଟିଏ କାର ଜବତ କରାଯାଇଛି । ଅନ୍ୟପଟେ ଗିରଫ ଅଭିଯୁକ୍ତଙ୍କ ନିକଟରୁ ନଗଦ ୬୦ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି ।