ଓଡିଶା

odisha

ETV Bharat / state

ସହିପାରିଲାନି ବର୍ଷା ପବନ: ଭାଙ୍ଗିଲା ହକି ଖେଳାଳୀଙ୍କ ମୂର୍ତ୍ତି, ବିଶ୍ବକପ ବେଳେ ତିଆରି ହୋଇଥିଲା

ଭାଙ୍ଗିଲା ରାଉରକେଲା ବିମାନବନ୍ଦର ନିକଟରେ ଥିବା ଷ୍ଟିଲର ବିଶାଳ ହକି ଖେଳାଳୀଙ୍କ ମୂର୍ତ୍ତି । ପାଞ୍ଚ ମାସ ପୂର୍ବେ ବିଶ୍ବକପ ହକି ପାଇଁ ତିଆରି ହୋଇଥିଲା । ଅଧିକ ପଢ଼ନ୍ତୁ

steel statue collapses in rourkela
ଭାଙ୍ଗିଲା ବିଶାଳ ହକି ଖେଳାଳୀଙ୍କ ମୂର୍ତ୍ତି

By

Published : Jun 11, 2023, 9:48 PM IST

ଭାଙ୍ଗିଲା ବିଶାଳ ହକି ଖେଳାଳୀଙ୍କ ମୂର୍ତ୍ତି

ରାଉରକେଲା: ଭାଙ୍ଗିଲା ୪୦ ଫୁଟ ଉଚ୍ଚର ହକି ଖେଳାଳୀଙ୍କ ମୂର୍ତ୍ତି । ରାଉରକେଲା ବିମାନବନ୍ଦରକୁ ଲାଗି ରହିଥିବା ବିରାଟ ମୂର୍ତ୍ତି ଭାଙ୍ଗି ଯାଇଛି । ଅଳ୍ପ ବର୍ଷା ଓ ପବନରେ ମୂର୍ତ୍ତିଟି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି । ଗତ ପାଞ୍ଚ ମାସ ପୂର୍ବରୁ ବିଶ୍ବକପ ହକି ଆକର୍ଷଣ ପାଇଁ ଏହା ତିଆରି ହୋଇଥିଲା । ନିମ୍ନମାନର କାମ ଯୋଗୁଁ ମୂର୍ତ୍ତି ଭାଙ୍ଗି ଯାଇଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ:Bridge collapses: ବିହାରରେ ଭୁଶୁଡିଲା ନିର୍ମାଣାଧୀନ ପୋଲ

ରାଉରକେଲା ବିମାନ ବନ୍ଦରର ନିକଟବର୍ତ୍ତୀ ଅଞ୍ଚଳରେ 2023 ହକି ବିଶ୍ୱକପ ସମୟରେ ୮୧ ଲକ୍ଷ ଟଙ୍କା ବ୍ୟୟରେ ଏହି ବିଶାଳକାୟ ଷ୍ଚିଲ ପ୍ରତିମୂର୍ତ୍ତିକୁ ଉଦଘାଟନ କରାଯାଇଥିଲା । ସହରର ସୌନ୍ଦର୍ଯ୍ୟକୁ ଏହା ଦ୍ବିଗୁଣିତ କରଥିଲା । ରାଉରକେଲାବାସୀ ସଞ୍ଜ ସକାଳେ ଏଠାକୁ ଆସି ଏହାର ସୌନ୍ଦର୍ଯ୍ୟ ଉପଭୋଗ କରୁଥିଲେ ଏବଂ ସେଲ୍ଫି ନେଉଥିଲେ । ଯାହା ବର୍ତ୍ତମାନ ଅସରାଏ ବର୍ଷା ଏବଂ ପବନରେ ସମ୍ପୂର୍ଣ୍ଣ ଧୂଳିସାତ ହୋଇଯାଇଛି । ତେବେ ସୌଭାଗ୍ୟବସତଃ ମୂର୍ତ୍ତି ଭୁଶୁଡ଼ିବା ସମୟରେ ତଳେ କୌଣସି ଲୋକ ନଥିଲେ । ଗତ ପାଞ୍ଚ ମାସ ତଳେ ପ୍ରତିଷ୍ଠା ହୋଇଥିବା ଷ୍ଟିଲ ନିର୍ମିତ ବିଶାଳକାୟ ମୂର୍ତ୍ତିଟି କିପରି ଭାଙ୍ଗି ପଡ଼ିଲା ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ଭଙ୍ଗା ମୂର୍ତ୍ତିକୁ ନେଇ ଜନ ଅସନ୍ତୋଷ ଓ ସନ୍ଦେହର ବାତାବରଣ ସୃଷ୍ଟି ହୋଇଛି । ଅନେକ ପ୍ରଶ୍ନ କରୁଛନ୍ତି ଯେ ମୂର୍ତ୍ତିଟି ପଥରରେ ତିଆରି ହୋଇଥିଲେ ଭାଙ୍ଗିବାର ସମ୍ଭାବନା ଥିଲା । ଇସ୍ପାତରେ ନିର୍ମିତ ଏକ ସଂରଚନା, ଯାହା ଏହାର ସ୍ଥାୟିତ୍ୱ ପାଇଁ ପ୍ରସିଦ୍ଧ ତାହା କେବଳ ବର୍ଷା ଏବଂ ପବନ ପ୍ରବାହରେ କିପରି ଭାଙ୍ଗି ପଡିଲା?

ଏହା ମଧ୍ୟ ପଢ଼ନ୍ତୁ:ଫେଲ ମାରିଛି ମିଶନ ଶକ୍ତି ଯୋଜନା, ରକ୍ଷଣାବେକ୍ଷଣ ଅଭାବରୁ ବନ୍ଦ ପଡିଛି ଶକ୍ତି ବଜାର

ଏହାର ନିର୍ମାଣରେ ବ୍ୟବହୃତ ସାମଗ୍ରୀର ମାନ ଏବଂ ପ୍ରକଳ୍ପର ସାମଗ୍ରିକ କାର୍ଯ୍ୟଦକ୍ଷତାକୁ ନେଇ ଲୋକେ ଚିନ୍ତା ପ୍ରକଟ କରିଛନ୍ତି । ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ସାଧାରଣରେ ଦାବି ଜୋର ଧରିଛି । ନିମ୍ନମାନର କାର୍ଯ୍ୟ ହୋଇଥିବାରୁ ଏହା ଭାଙ୍ଗି ଯାଇଥିବା ଲୋକେ ଅଭିଯୋଗ କରିଛନ୍ତି । ତେଣୁ ଏହାର ଉଚିତ ତଦନ୍ତ କରି ମୂର୍ତ୍ତି କାର୍ଯ୍ୟ ପାଇଁ ଯେଉଁ କର୍ତ୍ତୃପକ୍ଷଙ୍କୁ ଦାୟିତ୍ବ ଦିଆଯାଇଥିଲା, ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଉରକେଲାବାସୀ ଦାବି କରିଛନ୍ତି ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details