ଓଡିଶା

odisha

ETV Bharat / state

ଧରାପଡିଲେ ନକଲି ପରୀକ୍ଷାର୍ଥୀ, 4 ଜଣଙ୍କୁ ବାନ୍ଧିଲା ପୋଲିସ - ଜୁନିୟର ଆସିଷ୍ଟାଣ୍ଟ ଟ୍ରେନିଂ ପରୀକ୍ଷା

ରାଉରକେଲାରୁ ଧରା ପଡିଲେ ନକଲି ପରୀକ୍ଷାର୍ଥୀ । ରାଉରକେଲା NITରେ ଜୁନିୟର ଆସିଷ୍ଟାଣ୍ଟ ଟ୍ରେନିଂ ପଦବୀ ପାଇଁ ଚାଲିଥିଲା ପରୀକ୍ଷା। ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Aug 20, 2023, 7:53 PM IST

ରାଉରକେଲାରୁ ଧରା ପଡିଲେ ନକଲି ପରୀକ୍ଷାର୍ଥୀ

ରାଉରକେଲା: ଧରା ପଡିଲେ ନକଲି ପରୀକ୍ଷାର୍ଥୀ । ରାଉରକେଲା NITରେ ପରୀକ୍ଷା ଦେଲାବେଳେ ଧରା ପଡିଲେ ଚାରି ଜଣ ନକଲି ପରୀକ୍ଷାର୍ଥୀ । ଜୁନିଅର ଆସିଷ୍ଟାଣ୍ଟ ଟ୍ରେନିଂ ପରୀକ୍ଷାରେ ଅସଲି କ୍ୟାଣ୍ଡିଡେଟ ବଦଳରେ ନକଲି କ୍ୟାଣ୍ଡିଡେଟ ଦେଉଥିଲେ ପରୀକ୍ଷା । ଚେକିଂ ସମୟରେ ପଡିଲେ ଧରିଲେ ନିରୀକ୍ଷକ । ତେବେ ଗତକାଲି(ଶନିବାର) ରାଉରକେଲା NITରେ ଜୁନିଅର ଆସିଷ୍ଟାଣ୍ଟ୍‌ ଟ୍ରେନିଂ ପଦବୀ ପାଇଁ ଚାଲିଥିଲା ପରୀକ୍ଷା ।

NIT ରାଉରକେଲା ପକ୍ଷରୁ ଅଗଷ୍ଟ 16 ତାରିଖରୁ ଅଗଷ୍ଟ 27 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠାନର ଏଲ୍ଏ-1 କମ୍ପ୍ଲେକ୍ସ ଓ ଅନ୍ୟାନ୍ୟ ବିଲ୍ଡିଂରେ ଜୁନିଅର ଆସିଷ୍ଟାଣ୍ଟ ଲିଖିତ ପରୀକ୍ଷା କରାୟାଉଛି । ଲିଖିତ ପରୀକ୍ଷା ଦେବା ପାଇଁ 1307 ଜଣ ପରୀକ୍ଷାର୍ଥୀଙ୍କୁ ଇ-ଅଇଡି କାର୍ଡ ପ୍ରଦାନ କରାଯାଇଥିଲା । ଇ-କାର୍ଡରେ ଥିବା ସୂଚନାକୁ ମେଳ କରୁଥିବା ବେଳେ ପରୀକ୍ଷାର୍ଥୀଙ୍କ ପାଖରେ ଉପଲବ୍ଧ ଆଇଡି କାର୍ଡ ସହ ମା'ଙ୍କ ନାମ ମେଳ କି ଫଟୋ ମ୍ୟାଚ କରିନଥିଲା । ଏହାକୁ ନେଇ ଯାଞ୍ଚ କରିବା ପରେ ଚାରୋଟି ନକଲି ପରୀକ୍ଷାର୍ଥୀ ମାମଲା ସାମ୍ନାକୁ ଆସିଥିଲା ।

ରାଉରକେଲା ଡିସିପି ପୁଷ୍ପାଞ୍ଜଳି ନିଙ୍ଗି କହିଛନ୍ତି, "ଚାରି ଜଣ ନକଲି ପରୀକ୍ଷାର୍ଥୀ ହେଲେ ପୁନିତ ସିଂ, ଗୌରବ ଚୌହାନ, ମନିଶ କୁମାର ଓ ସୁନୀଲ କୁମାର । ତେବେ ତୁଷାରଙ୍କ ପାଇଁ ପୁନିତ ସିଂହ, ସୁରଜ ଖଗୱାଲଙ୍କ ପାଇଁ ଗୌରବ ଚୌହାନ, ଦୀପକଙ୍କ ପାଇଁ ସୁନୀଲ ଏବଂ ଦୀପକ ମଲ୍ଲିକ ଙ୍କ ପାଇଁ ମନିଷ କୁମାର ପରୀକ୍ଷା ଦେଉଥିବା ଅଧିକାରୀ କହିଛନ୍ତି । ପରୀକ୍ଷା ସରିବା ପରେ ଉପରୋକ୍ତ ଚାରି ଜଣ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ପରିଚୟ ଜାଣିବା ପରେ ସେମାନଙ୍କୁ ସୁରକ୍ଷାକର୍ମୀମାନେ ଅଟକ ରଖିଥିଲେ । ଏହି ରିପୋର୍ଟ ଆଧାରରେ ସେକ୍ଟର 3 ଥାନାରେ ଅଭିଯୋଗ ହୋଇଥିଲା । ଏହାପରେ ସମସ୍ତ ଚାରି ଜଣ ଯୁବକଙ୍କୁ ଗିରଫ କରାଯାଇଛି ।’’

ଅଧିକ ପଢନ୍ତୁ: 2022 JEE MAIN EXAM: ପରୀକ୍ଷାରେ ଅନିୟମିତତା ଅଭିଯୋଗ, ଜଣେ ପରୀକ୍ଷାର୍ଥୀଙ୍କ ମାର୍କସିଟ ଯାଞ୍ଚ କରିବ CBI

ତେବେ ପୋଲିସ ଗୋଟିଏ ଧଳା ରଙ୍ଗର ମାଇକ୍ରୋ ଫୋନ, ଜିଏସଏମ ବ୍ଲୁଟୁଥ ଫୋନ ବକ୍ସ ସହିତ ଅଦୃଶ୍ୟ କ୍ୟାମ୍ ଲୁକ୍କାୟିତ ମାଇକ୍ରୋ ବାୟାଲେସ୍ କଭରେଟ ଗୌରବ ଚୌହାନଙ୍କଠାରୁ ଉଦ୍ଧାର କରାଯାଇଛି । ଏହାସହ ଅନ୍ଯମାନଙ୍କଠାରୁ ମଧ୍ୟ ବିଭିନ୍ନ ସ୍ପାଏ କ୍ୟାମେରା, ଇଏର ପିସ , ନାନୋ ଇୟରପିସ୍ ଭଳି ଅନେକ କପି କରିବା ପାଇଁ ବ୍ୟବହୃତ ବସ୍ତୁ ଜବତ ହୋଇଛି । ଏହି ନକଲି ପରୀକ୍ଷାର୍ଥୀ ମାନେ କିଭଳି ଏବଂ କାହା ଜରିଆରେ ଏହି କାରନାମା କରୁଥିଲେ ତାହା ନେଇ ମଧ୍ୟ ତଦନ୍ତ ଜାରି ରହିଥିବା ଡିସିପି କହିଛନ୍ତି ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details