ରାଉରକେଲା:ବିସ୍ଥାପିତଙ୍କ ପାଇଁ ନାହିଁ ସ୍ଥାୟୀ ବ୍ୟବସ୍ଥା । ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଅଫିସ ଘେରାଉ କରି 4 ଦିନ ଧରି ଧାରଣାରେ ବସିଛନ୍ତି 32 ମୌଜା ବିସ୍ଥାପିତ ପରିବାର । ହେଲେ ଫଳ ଶୂନ୍ । ଶହ ଶହ ସଂଖ୍ୟାର ବିସ୍ଥାପିତ ପରିବାର ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଅଫିସ ସାମ୍ନାରେ ଅହୋରାତ୍ର ଧାରଣାରେ ବସିଛନ୍ତି । ଦାବି ପୂରଣ ନ ହେଲେ ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଧାରଣଗତ ବିସ୍ଥାପିତ ପରିବାର ।
ଚାରି ଦିନ ଧରି ଦିନ ରାତି ଶୀତ କାକର ମଧ୍ୟରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବସି ରହିଛନ୍ତି ବିସ୍ଥାପିତ ପରିବାର । 32 ମୌଜା ବିସ୍ଥାପିତ ପରିବାର ପକ୍ଷରୁ କିଛି ଦିନ ତଳେ ଘେରାଉ କରାଯାଇଥିଲା । କିନ୍ତୁ ଫଳ ଶୂନ । ବାରମ୍ବାର ଦାବି ସତ୍ତ୍ବ କର୍ଣ୍ଣପାତ କରୁନାହିଁ ପ୍ରଶାସନ । ଏହାକୁ ନେଇ ଆଜିକୁ 4ଦିନ ଧରି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଘେରାଉ କରି ବସି ରହିଛନ୍ତି 32 ମୌଜା ବିସ୍ଥାପିତ ପରିବାର । ତେବେ ଚାକିରୀ ଦିଆଯିବ ଦାବିକୁ ନେଇ 32 ମୌଜା ବିସ୍ଥାପିତ ପରିବାର ଧାରଣାରେ । ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ମନ୍ଦିରା ଡ୍ୟାମ ନିର୍ମାଣ ସମୟରେ ଜମି ଅଧିଗ୍ରହଣ କରାଯାଇଥିଲା ତେବେ ଏଥିରେ ବହୁ ଲୋକ ବିସ୍ଥାପିତ ହୋଇଥିଲେ । କିନ୍ତୁ ଆଜି ଯାଏ ହିତାଧିକାରୀଙ୍କ ମିଳିପାରିନାହିଁ ଚାକିରୀ । ବାରମ୍ବାର ଦାବି ପରେ ବି କୌଣସି ପ୍ରକାର ଫଳ ମିଳୁନାହିଁ । ଫଳରେ ନ୍ୟାୟାଳୟର ଆଶ୍ରୟ ନେଲେ ବିସ୍ଥାପିତ ପରିବାର । ବିସ୍ଥାପିତଙ୍କୁ ଚାକିରୀ ଏବଂ ବଳକା ଜମି ଫେରସ୍ତ କରିବା ପାଇଁ କରିଥିଲେ ଦାବି ।