ଓଡିଶା

odisha

ETV Bharat / state

ବେସାହାରା କରିଦେଲା ହଇଜା, ମା'କୁ ହରାଇ ଏବେ ଭଗବାନ ଭରସାରେ ୩ ଭଉଣୀ - ରାଉରକେଲାରେ ହଇଜା ମୃତ୍ୟୁ

Cholera Outbreak: ହଇଜାରେ ମା' ଆରପାରିକୁ ଚାଲିଯିବା ପରେ ବେସାହାରା ପାଲଟିଲେ ୩ ଭଉଣୀ । ରାଉରକେଲା ମଧୁସୂଦନପାଲିର ସାବିତ୍ରୀ ଗିରିଙ୍କର ହଇଜାରେ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

ବେସାହାରା କରିଦେଲା ହଇଜା
ବେସାହାରା କରିଦେଲା ହଇଜା

By ETV Bharat Odisha Team

Published : Dec 23, 2023, 4:06 PM IST

ବେସାହାରା କରିଦେଲା ହଇଜା

ରାଉରକେଲା:ହଇଜାରେ ମା' ଆରପାରିକୁ ଚାଲିଯିବା ପରେ ବେସାହାରା ପାଲଟିଲେ ୩ ଭଉଣୀ । ପୂର୍ବରୁ ଶ୍ବାସରୋଗରେ ବାପାଙ୍କର ଜୀବନ ଯାଇଥିଲା । ଆଉ ଏବେ ପିଲାଙ୍କୁ ନିଜ ପଣତ କାନିରେ ବାନ୍ଧି ରଖିଥିବା ମା'ର ମଧ୍ୟ ଝାଡାବାନ୍ତିରେ ମୃତ୍ୟୁ ଘଟିଛି । ଫଳରେ ୩ ଝିଅଙ୍କୁ ଘାରିଛି ଭବିଷ୍ୟତ ଚିନ୍ତା । ସୂଚନା ଅନୁସାରେ, ଆଜକୁ ପ୍ରାୟ ୨ ବର୍ଷ ତଳେ ବାପା ଶ୍ୱାସ ରୋଗରେ ପ୍ରାଣ ହରାଇଥିଲେ । ବର୍ତ୍ତମାନ ମା'ଙ୍କୁ ବି ଛଡ଼ାଇ ନେଲା ମାରାତ୍ମକ ହଇଜା ରୋଗ । ଏହି ଘଟଣା ହେଉଛି ରାଉରକେଲା ମଧୁସୂଦନପାଲିର । ପୂର୍ବରୁ ପରିବାରର ଆର୍ଥିକ ସ୍ଥିତି ଅତି ଦୁର୍ବଳ ଥିବାବେଳେ ପରିବାର ଭରଣପୋଷଣ ପାଇଁ ମା' ଦିନ ମଜୁରିଆଭାବେ କାମ କରୁଥିଲେ । ଏହାସହମଝିଆ ଭଉଣୀ ମଧ୍ୟ ଏକ ଫ୍ୟାକ୍ଟିରେ କାର୍ଯ୍ୟ କରି ପରିବାର ଚଳାଇବାରେ ମା'ଙ୍କୁ ସାହାଯ୍ୟ କରୁଥିଲେ । ସେଥିରେ ଯାହା ଆୟ ହେଉଥିଲା, କଷ୍ଟେମଷ୍ଟେ ଚଳୁଥିଲେ ୪ ପ୍ରାଣୀ ।

ବର୍ତ୍ତମାନ ରାଉରକେଲାରେ ହଇଜା ରୋଗ ବ୍ୟାପୁଥିବାବେଳେ ମା' ସାବିତ୍ରୀ ଗିରିଙ୍କ ଜୀବନ ଯାଇଛି । ଏବେ କେମିତି ପରିବାର ଚଳିବ ସେହି ଚିନ୍ତାରେ ୩ ଭଉଣୀ । ମଧୁସୂଦନପାଲିର ସାବିତ୍ରୀ ଗିରି ହଇଜାରେ ପ୍ରାଣ ହରାଇବା ପରେ ବେସାହାରା ହୋଇଯାଇଛନ୍ତି ୩ ଝିଅ । ପ୍ରାୟ ଦୁଇ ବର୍ଷ ପୂର୍ବେ ବାପା ରବି ଗିରିଙ୍କ ମୃତ୍ୟୁ ହେବା ପରେ ମା' ସାବିତ୍ରୀ ଥିଲେ ଏକମାତ୍ର ସାହା ଭରସା । ତିନି ଝିଅ ଶୀଲା, ରଶ୍ମୀ ଓ ରଞ୍ଜିତାଙ୍କ ସହ ରହୁଥିଲେ । ବଡ଼ ଝିଅ ସେକ୍ଟର ଅଞ୍ଚଳରେ ନିଜ ପିଉସୀଙ୍କ ଘରେ ରହୁଥିବାବେଳେ ଅନ୍ୟ ଦୁଇ ଝିଅଙ୍କ ସହ ରହୁଥିଲେ ସାବିତ୍ରୀ । ଆର୍ଥିକ ସ୍ଥିତି ଅତି ଦୁର୍ବଳ ହୋଇପଡ଼ିବାରୁ ମଝିଆ ଝିଅ ଉପାର୍ଜନ କରିବା ଆରମ୍ଭ କରିଥିଲେ ।

ଏହା ମଧ୍ୟ ପଢନ୍ତୁ...ରାଉରକେଲାରେ ଡରାଉଛି ଡାଇରିଆ, ସ୍ଥିତି ନିୟନ୍ତ୍ରଣରେ ଅଛି କହିଲେ କମିଶନର

ସାବିତ୍ରୀ ଦନ ମଜୁରିଆଭାବେ କାମ କରୁଥିବାବେଳେ ମଝିଆଁ ଝିଅ ସ୍ଥାନୀୟ ମଧୁସୂଦନପାଲିରେ ଥିବା ଏକ ବାଦାମ ଫ୍ୟାକ୍ଟ୍ରିରେ କାର୍ଯ୍ୟ କରି ପରିବାର ଭରଣପୋଷଣ ଓ ସାନ ଝିଅର ପାଠପଢା କଥା ବୁଝୁଥିଲେ । ଏହିପରି ଭାବରେ ସେମାନେ କଷ୍ଟମଷ୍ଟେ ଚଳିଯାଇଥିଲେ । ପରିବାର ଲୋକ କହିଛନ୍ତି, "ଗତ ସୋମ‌ବାର ମଧ୍ୟାହ୍ନରେ ସାବିତ୍ରୀ ସାମାନ୍ୟ ଅସୁସ୍ଥ ଅନୁଭବ କରିଥିଲେ । ପରେ ତାଙ୍କର ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା ।" ସେପଟେ ସାନ ଝିଅର ପାଠପଢା ସହ ଅନ୍ୟମାନଙ୍କ ଭରଣପୋଷଣ କଥା ସରକାର ବୁଝିବାକୁ ନିବେଦନ କରିଛନ୍ତି ସମାଜସେବୀ ନବୀନ ଗୁପ୍ତା।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details