ଓଡିଶା

odisha

ETV Bharat / state

ସୁନ୍ଦରଗଡ଼ ବିଜେଡିରେ ଫାଟ, 2 ଗୋଷ୍ଠୀ ମୁହାଁମୁହିଁ - ଦୁଇ ବିଜେଡି ଗୋଷ୍ଠୀ ମୁହାଁମୁହିଁ

ଦାଣ୍ଡରେ ପଡି ହାଟରେ ଗଡ଼ିଲା ସୁନ୍ଦରଗଡ଼ ଜିଲ୍ଲା ବିଜେଡିର ଗୋଷ୍ଠୀ କନ୍ଦଳ । ମନ୍ତ୍ରୀ ସାରଦା ନାୟକ ଏବଂ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇଙ୍କ ବିରୋଧରେ ଆସିଲା ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗ । ଅଧିକ ପଢନ୍ତୁ

ସୁନ୍ଦରଗଡ଼ ବିଜେଡିରେ ଫାଟ
ସୁନ୍ଦରଗଡ଼ ବିଜେଡିରେ ଫାଟ

By ETV Bharat Odisha Team

Published : Oct 1, 2023, 8:18 PM IST

Updated : Oct 1, 2023, 8:36 PM IST

ସୁନ୍ଦରଗଡ଼ ବିଜେଡିରେ ଫାଟ, 2 ଗୋଷ୍ଠୀ ମୁହାଁମୁହିଁ

ରାଉରକେଲା:ପଦାରେ ପଡିଲା ସୁନ୍ଦରଗଡ଼ ଜିଲ୍ଲା ବିଜେଡିର ଗୋଷ୍ଠୀ କନ୍ଦଳ । ଦଳରେ ରହୁ ରହୁ ଦଳ ବିରୋଧୀ କାର୍ଯ୍ୟ କରୁଥିବା ନେଇ ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ବିଜେଡିର ବରିଷ୍ଠ ବିଜେଡି ନେତା ମଙ୍ଗଳ କିଷାନ ଓ ବିଜୁ ଛାତ୍ର ଜନତା ଦଳର ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦକ ରବୀନ୍ଦ୍ର ପ୍ରଧାନ । ଦଳର ଦୁଇ ମନ୍ତ୍ରୀ ଦଳକୁ ବିଗାଡିବାରେ ଲାଗିଥିବା ନେଇ ଅଭିଯୋଗ ଆସିବା ପରେ ବିଜେଡିର 2 ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି ।

ମନ୍ତ୍ରୀ ସାରଦା ନାୟକ ଏବଂ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ ବିରୋଧରେ ଏହି ସାଙ୍ଘାତିକ ଅଭିଯୋଗ ଆସିଛି । ଦଳ ବିରୋଧୀ କାର୍ଯ୍ୟ କରୁଥିବା ନେଇ ପୂର୍ବତନ ବିଜେଡି ନେତା ରବୀନ୍ଦ୍ର ପ୍ରଧାନଙ୍କୁ ଦଳରୁ ନିଲମ୍ବିତ କରିବା ପରେ ଉପୁଜିଛି ଏପରି ସ୍ଥିତି । ଦଳରୁ ନିଲମ୍ବିତ ହେବା ପରେ ଦଳରେ ଚାଲିଥିବା ସତ୍ୟତାକୁ ଓଗାଳିଛନ୍ତି ରବୀନ୍ଦ୍ର । ଏକ ଭିଡିଓ ଜରିଆରେ ମନ୍ତ୍ରୀ ସାରଦା ନାୟକ ଏବଂ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ ବିରୋଧରେ ବିଷ ଓଗାଳିଛନ୍ତି । ଦଳରେ ଦୁଇ ନେତା ସାରଦା ନାୟକ ଏବଂ ପ୍ରୀତି ରଞ୍ଜନ ଘଡେଇ ମିଶି ଦଳକୁ ମାଟିରେ ମିଶାଇବାକୁ ଚେଷ୍ଟା କରୁଥିବା ନେଇ ସେ ଅଭିଯୋଗ କରିଛନ୍ତି ।

ଏହା ବି ପଢନ୍ତୁ- ଡେରାବିଶ ବ୍ଲକରେ ଦୁଇ ବିଜେଡି ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା

ରବୀନ୍ଦ୍ର ଅଭିଯୋଗ କରିଛନ୍ତି," 2019 ନିର୍ବାଚନ ସମୟରେ ତତ୍କାଳୀନ ରାଜଗାଙ୍ଗପୁର ବିଧାୟକ ମଙ୍ଗଳା କିଷାନଙ୍କୁ ହରାଇବାରେ ମୁଖ୍ୟ ହାତ ସାରଦା ବାବୁଙ୍କ ଅଛି । ସାରଦା ନାୟକଙ୍କ ଶିକାର କେବଳ ମଙ୍ଗଳା କିଷାନ ଏକୁଟିଆ ହୋଇ ନାହାନ୍ତି ସୁନିତା ବିଶ୍ବାଳ, ସୁବ୍ରତ ତରାଇ, ଯୋଗେଶ ସିଂ ମଧ୍ୟ ହୋଇଛନ୍ତି । ଜିଲ୍ଲାରେ ଯୁବନେତା ତଥା ଆଦିବାସୀ ନେତାଙ୍କୁ ଅବହେଳା କରାଯାଉଛି । ମନ୍ତ୍ରୀ ସାରଦା ନାୟକ ଏବଂ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ ସମ୍ପୂର୍ଣ୍ଣ ସୁନ୍ଦରଗଡ଼ ଜିଲ୍ଲାରୁ ଖଣି ବେପାର ଚଳାଉଛନ୍ତି । ସାରଦାଙ୍କ ଯୋଗୁଁ ହିଁ ବର୍ତ୍ତମାନ ଜିଲ୍ଲାର ୭ଟି ବିଧାନସଭା ଓ ଗୋଟିଏ ଲୋକସଭା ସିଟରୁ କେବଳ 2ଟିରେ ବିଜେଡି ବଞ୍ଚି ରହିଛି। "

ସେପଟେ ବରିଷ୍ଠ ବିଜେଡି ନେତା ମଙ୍ଗଳା କିଷାନ ମଧ୍ୟ ସାରଦା ଏବଂ ପ୍ରୀତି ରଞ୍ଜନ ଘଡେଇଙ୍କୁ ଟାର୍ଗେଟ କରିଛନ୍ତି । ଦଳର ମୁଖ୍ୟ ଷଡଯନ୍ତ୍ରକାରୀ ବିରୋଧରେ ଯାହା କୁହାଯାଉଛି ତାହା ନିରାଟ ସତ । ମଙ୍ଗଳା କାହା ନାଁ ନନେଇ ସାରଦା ଏବଂ ପ୍ରୀତି ରଞ୍ଜନଙ୍କୁ ଆକ୍ଷେପ କରିଛନ୍ତି । ସାରଦା ହିଁ ଜିଲ୍ଲାରେ ଆଦିବାସୀ ନେତାଙ୍କୁ ଆଗକୁ ଆସିବାକୁ ଦେଉ ନାହାନ୍ତି ଏବଂ ଦଳକୁ ସୁନ୍ଦରଗଡ଼ ଜିଲ୍ଲାରେ ବଢାଇବା ବଦଳରେ ଧ୍ବଂସ କରିବାରେ ଲାଗି ପଡିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ତେବେ ଏହି 2 ଜଣଙ୍କ ପାଇଁ ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଲାରେ ବିଜେଡି ନିଜ ସ୍ଥିତି ଜାହିର କରି ପାରୁନହିଁ ବୋଲି ସେ ଅଭିଯୋଗ ଆଣିଛନ୍ତି ମଙ୍ଗଳା କିଷାନ । ବର୍ତ୍ତମାନ ଏହି ଗୋଷ୍ଠୀ କନ୍ଦଳ ଆଗାମୀ ନିର୍ବାଚନରେ କଣ ପ୍ରଭାବ ପକାଇବ ତାହା ଦେଖିବା ବାକି ରହିଲା ।

ଇଟିଭି ଭାରତ, ରାଉରକେଲା

Last Updated : Oct 1, 2023, 8:36 PM IST

ABOUT THE AUTHOR

...view details