ଓଡିଶା

odisha

ETV Bharat / state

ସଇତାନ ବାପା, କୁନି ପୁଅକୁ ଟାଙ୍ଗିଆରେ ହାଣି ହତ୍ୟା କଲା - murder in rourkela

ଜନ୍ମ କଲା ପୁଅର ଜୀବନ ନେଲା ଜହ୍ଲାଦ ବାପା । ଟାଙ୍ଗିଆରେ ହାଣି ହତ୍ୟା କରିବା ଘଟଣାରେ ଅଭିଯୁକ୍ତ ବୁଧେଶ୍ବରକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

16 month old baby killed by father
ପୁଅର ଜୀବନ ନେଲା ବାପା

By ETV Bharat Odisha Team

Published : Oct 12, 2023, 8:55 PM IST

ପୁଅର ଜୀବନ ନେଲା ବାପା

ରାଉରକେଲା: ସହର ଉପକଣ୍ଠରେ ବୀଭତ୍ସ ହତ୍ୟାକାଣ୍ଡ । ଜନ୍ମ କଲା ପୁଅର ଜୀବନ ନେଇଗଲା ଜହ୍ଲାଦ ବାପା । ସ୍ତ୍ରୀ ଉପରେ ରାଗି କଅଁଳ ଶିଶୁକୁ ହତ୍ୟା କରିଛି ରାକ୍ଷସ ବାପା । ଏଭଳି ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି ରାଉରକେଲା ଉପକଣ୍ଠ ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ତୁମରାନ ଗାଁ ବିରୁଆଲଠାରେ । ସୂଚନା ଅନୁସାରେ, ଏହି ବିରୁଆଲ ଗ୍ରାମରେ ବୁଧେଶ୍ୱର ସିଂ, ଉର୍ମିଳା ସିଂ ଏବଂ ତାଙ୍କର ୩ ପୁଅ ରହୁଥିଲେ । ଗ୍ରାମବାସୀ ଏବଂ ନିଜ ପରିବାର ସମ୍ପର୍କୀୟ କହିବା ଅନୁଯାୟୀ ବୁଧେଶ୍ୱର ଅଧିକ ନିଶା କରୁଥିବାରୁ ବର୍ଷେ ଦେଢ଼ ବର୍ଷ ତଳେ ତାଙ୍କର ମାନସିକ ସ୍ଥିତି ଠିକ ରହୁନଥିଲା । ସେପଟେ ଅନ୍ଧ ବିଶ୍ବାସର ବଶବର୍ତ୍ତୀ ହୋଇ ପରିବାର ଲୋକେ ଡାକ୍ତର ନଦେଖାଇ ଗୁଣିଆକୁ ଦେଖାଇଲେ ଏବଂ ଗୁଣିଆ ଜଣକ ତାଙ୍କର ମାନସିକ ସ୍ଥିତି ଠିକ ନାହିଁ ବୋଲି କହିଥିଲେ ।

ପୁଣି କିଛିଦିନ ପୂର୍ବରୁ ସେ ଅତ୍ୟଧିକ ନିଶା କରିବାରେ ଲାଗିଲେ ଏବଂ ଧୀରେ ଧୀରେ ମାନସିକ ସ୍ଥିତି ଆହୁରି ବିଗିଡିଥିଲା । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଅନେକ ସମୟରେ ଝଗଡା ଲାଗି ରହୁଥିଲା । ସୂଚନା ଅନୁସାରେ, ଆଜି ସକାଳ ସମୟରେ ଉର୍ମିଳାଙ୍କୁ ପିଇବାକୁ ପାଣି ମାଗିଥିଲେ ବୁଧେଶ୍ୱର । ଉର୍ମିଳା ନିଜେ ଯାଇ ପାଣି ଆଣି ପିଇବାକୁ କହିବାରୁ ରାଗି ଯାଇ ସ୍ତ୍ରୀ ସହ ବଚସା କରିଥିଲା ବୁଧେଶ୍ବର । ଆଉ ଟାଙ୍ଗିଆ ଧରି ସ୍ତ୍ରୀକୁ ମାରିବାକୁ ଗୋଡ଼ାଇଥିଲା ଏବଂ ସ୍ତ୍ରୀ ଦୌଡ଼ି ପଳାଇବାରୁ ରାଗରେ ନିଜ ଦେଢ ବର୍ଷର ଶିଶୁ ପୁତ୍ରକୁ ହତ୍ୟା କରି ପକାଇଲା ରାକ୍ଷସ ବାପା । ଟାଙ୍ଗିଆରେ ହାଣି ଅତି ନିର୍ମମ ଭାବେ ହତ୍ୟା କରିଛି ବୁଧେଶ୍ବର।

ଏହା ବି ପଢନ୍ତୁ...ପୁରୀରେ ଗଡିଲା ମୁଣ୍ଡ, ଜମିବାଡ଼ି ବିବାଦରୁ ଦାଦାକୁ ହାଣିଲା ପୁତୁରା !

ସେପଟେ ଉର୍ମିଳାଙ୍କ ଚିତ୍କାର ଶୁଣି ସ୍ଥାନୀୟଲୋକେ ଦୌଡ଼ି ଆସି ବୁଧେଶ୍ୱରଙ୍କୁ ଧରିବାକୁ ଚେଷ୍ଟା କରିଥିବାବେଳେ ଟାଙ୍ଗିଆ ସାହାଯ୍ୟରେ ଅନ୍ୟ ୨ ଜଣଙ୍କ ଗୋଡ଼ ଏବଂ ଜଙ୍ଘକୁ ଆକ୍ରମଣ କରିଛି ବୁଧେଶ୍ୱର । ଲୋକଙ୍କୁ ଆକ୍ରମଣ କରିଥିବାବେଳେ ନିଜ ଗୋଡ଼କୁ ମଧ୍ୟ କ୍ଷତାକ୍ତ କରି ପକାଇଛି ବୁଧେଶ୍ୱର। ସମସ୍ତେ ମିଶି ବୁଧେଶ୍ୱରକୁ କାବୁ କରି ଖଟରେ ବାନ୍ଧି ପକାଇବା ସହ ପୋଲିସକୁ ଖବର ଦେଇଥିଲେ ଗ୍ରାମବାସୀ। ଖବର ପାଇ ରାଉରକେଲା ବ୍ରହ୍ମଣୀତରଙ୍ଗ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ପୋଲିସ ଏବଂ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରିଥିବାବେଳେ ଅଭିଯୁକ୍ତ ବୁଧେଶ୍ବରକୁ ଗିରଫ କରିବା ସହ ଉର୍ମିଳାକୁ ଥାନାକୁ ନେଇ ପଚରାଉଚରା କରିଛି ବ୍ରାହ୍ମଣୀତରଙ୍ଗ ଥାନା ପୋଲିସ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details