ସୁନ୍ଦରଗଡ : ଜିଲ୍ଲାର ଲେଫ୍ରିପଡା ବ୍ଲକ ସର୍ଗିପାଲି ଜିଙ୍କ ଖଣି ଓ ବଙ୍ଗା ପାହାଡ ଦବୁଥିବା ପ୍ରସଙ୍ଗକୁ ନେଇ ଆଜି ଭରତପୁର ଗ୍ରାମବାସୀ ସୁନ୍ଦରଗଡ ଡି.ଆର୍.ଡି.ଏ ଛକରେ ବିକ୍ଷୋଭ ଆରମ୍ଭ କରିଛନ୍ତି । ଆଜି 12 ଘଣ୍ଟିଆ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ଜିଲ୍ଲା ପ୍ରଶାସନ ଯଦି ଭରତପୁର ଗ୍ରାମବାସୀ ଓ ସ୍ଥାନୀୟ ଲୋକଙ୍କ କଥା ନଶୁଣେ ତେବେ ଏହି ଆନ୍ଦୋଳନ ଆଗକୁ ବଢିବା ସହ ରାଜଧାନୀରେ ପହଞ୍ଚିବ ବୋଲି ବିକ୍ଷୋଭକାରୀମାନେ କହିଛନ୍ତି ।
ବିକ୍ଷୋଭକାରୀଙ୍କ ସହ ସାମିଲ ଥିବା ଓଡିଶା ପ୍ରଗତି ଦଳ ସମସ୍ୟାର ସମାଧାନ ନହେଲେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି । ତେବେ ଆନ୍ଦୋଳନ କାରୀଙ୍କ ସହ କେବଳ ଓଡିଶା ପ୍ରଗତି ଦଳ ଯୋଡି ହୋଇ ନାହିଁ କଂଗ୍ରେସର ଜିଲ୍ଲା ସଭାପତି ବେଣୁ ମାଧବ ତ୍ରିପାଠୀ ଓ ଆଦିବାସୀ ନେତା ତଥା ଜର୍ଜ ତିର୍କୀ ମଧ୍ୟ ବିକ୍ଷୋଭକାରୀଙ୍କ ନିକଟରେ ପହଞ୍ଚି ସେମାନଙ୍କ ଦାବି ନେଇ ପ୍ରଶାସନକୁ ଚାପ ଦେବେ ବୋଲି ସମ୍ମତି ଦେଇଛନ୍ତି ।