ରାଉରକେଲା: ସୁନ୍ଦରଗଡ ଜିଲ୍ଲାରେ ବୁଧବାର ଆଉ 112 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ମୋଟ 1224ରେ ପହଞ୍ଚିଛି। ଆକ୍ରାନ୍ତ 112 ଜଣଙ୍କ ମଧ୍ୟରେ ରାଉରକେଲା OSAP ଚତୁର୍ଥ ବାଟାଲିୟନ ସହ OSAP କଲୋନୀର 15 ଜଣ ଅଛନ୍ତି ।
ଅଧିକ ଟେଷ୍ଟ ଯୋଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଉଥିଲେ ମଧ୍ୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଚିନ୍ତାର କାରଣ ପାଲଟିଛି । ଅନ୍ୟପଟେ ଆଜି(ବୁଧବାର) IGH ରେ ଉଦଘାଟନ ହେବାକୁ ଥିବା ପ୍ଲାଜମା ବ୍ୟାଙ୍କର ଉଦଘାଟନ କୌଣସି କାରଣରୁ ସ୍ଥଗିତ ରହିଛି।