ଓଡିଶା

odisha

ETV Bharat / state

କିଏ ଶୁଣିବ ରୋଗାଗ୍ରସ୍ତ 108 ଆମ୍ବୁଲାନ୍ସର କାହାଣୀ - ସୁନ୍ଦରଗଡ଼

ସୁନ୍ଦରଗଡ଼ରେ ରୋଗାଗ୍ରସ୍ତ ହୋଇପଡିଛି 108 ଆମ୍ବୁଲାନ୍ସ ସେବା । କେଉଁ ଗାଡିରେ ଫ୍ୟାନ କାମ କରୁନି ତ କେଉଁଥିରେ ଏସି । ଆଉ କେତେକ ଗାଡି ସର୍ଭିସିଂ ହୋଇନଥିବାରୁ ହଇରାଣ ହରକତ ହେଉଛନ୍ତି ଗାଡି ଚାଳକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

By

Published : Jun 29, 2019, 3:02 PM IST

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସାଙ୍ଘାତିକ ହୋଇପଡିଛି 108 ଆମ୍ବୁଲାନ୍ସ ସେବା। ବିଭିନ୍ନ ବ୍ଲକର ରୋଗୀଙ୍କୁ ସେବା ଯୋଗାଉଥିବା ଏହି ଗାଡି ଏବେ ଦୟନୀୟ ହୋଇପଡିଛି । ଫଳରେ ରୋଗୀ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ହେଲେ ଏଥିପ୍ରତି ନା କେନ୍ଦ୍ର ସରକାର ଧ୍ୟାନ ଦେଉଛନ୍ତି ନା ରାଜ୍ୟ ସରକାର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

2013ରୁ ଜିଲ୍ଲାରେ ଆରମ୍ଭ ହୋଇଥିଲେ 108 ଆମ୍ବୁଲାନ୍ସ ସେବା । 21ଟି ଗାଡିକୁ ନେଇ ଆରମ୍ଭ ହୋଇଥିବା ଏହି ସେବା ଏବେ ଠିକ ଭାବରେ କାର୍ଯ୍ୟକାରୀ ହେଉନାହିଁ । ଗାଡିଗୁଡିକରେ ଫ୍ୟାନ ଓ ଏସି କାମ କରୁନଥିବା ବେଳେ କବାଟକୁ ରଶିରେ ବନ୍ଧାରେ ଯାଇଛି । ଆଉ ଗାଡିଗୁଡିକ ପୁରୁଣା ହୋଇ ପଡିଥିବାବେଳେ ସର୍ଭିସିଂ ମଧ୍ୟ କରାଯାଉନାହିଁ । ଫଳରେ ଗାଡି ଚାଳକ ମଧ୍ୟ ବିଭିନ୍ନ ସମୟରେ ହଇରାଣ ହରକତରେ ପଡିଛନ୍ତି ।

ତେବେ କେନ୍ଦ୍ର ସରକାରଙ୍କ ଏହି ଯୋଜନା ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ହେଉଥିବା ବେଳେ ଏବେ ଏଥିପ୍ରତି କେହି ଧ୍ୟାନ ନେଉନାହାନ୍ତି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details