ଓଡିଶା

odisha

By

Published : Jul 16, 2019, 11:43 PM IST

ETV Bharat / state

ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ, ଜଣେ ନାବାଳକ ସହ 4 ଗିରଫ

ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ଜଣେ ନାବାଳକ ସହ 4 ଜଣଙ୍କୁ ଗିରଫ କରିଛି ପୋଲିସ । ନାବାଳିକା ଜଣକ ନିଜ କାକା ଘରକୁ ବୁଲିବାକୁ ଆସିଥିବାବେଳେ ଏଭଳି କାଣ୍ଡ ଘଟାଇଥିଲେ ଦୁଷ୍କର୍ମକାରୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ଜଣେ ନାବାଳକ ସହ 4 ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ 4 ହେଲେ ଭାଲୁଗାଁର ବିକାଶ ତିର୍କୀ, ଅମିତ କିସପଟ୍ଟା, ପ୍ରଶାନ୍ତ ଟପ୍ପୋ, ରବିନ କିସପଟ୍ଟା ।

ସୂଚନାନୁସାରେ, ବ୍ରହ୍ମଣୀତରଙ୍ଗ ଥାନା ଅଞ୍ଚଳରେ ଥିବା ନିଜ କାକା ଘରକୁ ନାବାଳିକା ଜଣକ ବୁଲିବାକୁ ଆସିଥିଲେ । ଏହିସମୟରେ ଅଭିଯୁକ୍ତମାନେ ନାବାଳିକା ଜଣଙ୍କୁ ଟେକି ନେଇ ଶଙ୍ଖ ନଦୀକୂଳରେ ଦୁଷ୍କର୍ମ କରିଥିଲେ । ପରେ ନାବାଳିକା ଜଣକ ଘଟଣାସମ୍ପର୍କରେ ନିଜ ଘରେ କହିଥିଲେ । ପରିବାର ପକ୍ଷରୁ ଏନେଇ ଥାନାରେ ଏତଲା ଦେଇଥିଲେ । ଏତଲା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ବିଭିନ୍ନ ସ୍ଥାନରେ ଚଢାଉ କରି ଏମାନଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନଙ୍କ ବିରୋଧରେ ବିଭିନ୍ନ ଧାରାରେ ମାମଲା ରୁଜୁ କରି ପୋଲିସ କୋର୍ଟ ଚାଲାଣ କରିଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details