ଓଡିଶା

odisha

ETV Bharat / state

ବିଦ୍ୟୁତ ସଂସ୍ପର୍ଶରେ ଆସି ଲାଇନ ମ୍ୟାନଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ - କ୍ଷତିପୂରଣ ଦାବିରେ ରାସ୍ତାରୋକ

ବୀରମହାରାଜପୁରରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ । କ୍ଷତିପୂରଣ ଦାବିରେ ରାସ୍ତା ଉପରେ ମୃତଦେହ ରଖି ପ୍ରତିବାଦ କଲେ ଲୋକେ । ଅଧିକ ପଢନ୍ତୁ

young-lineman-death-on-electric-shock-in-subarnapur
ବିଦ୍ୟୁତ ସଂସ୍ପର୍ଶରେ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ

By

Published : Jan 2, 2022, 9:15 PM IST

Updated : Jan 2, 2022, 9:27 PM IST

ସୁବର୍ଣ୍ଣପୁର: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ । କ୍ଷତିପୂରଣ ଦାବିରେ ରାସ୍ତା ଉପରେ ମୃତଦେହ ରଖି ପ୍ରତିବାଦ କଲେ ଲୋକେ । ଘଟଣାସ୍ଥଳରେ ପୋଲିସ ଓ ବିଦ୍ୟୁତ ବିଭାଗ କର୍ମଚାରୀ ପହଞ୍ଚଟି ଉତ୍ତ୍ୟକ୍ତ ଲୋକଙ୍କ ସହିତ ବୁଝାସୁଝା କରିବା ସହ ଆଲୋଚନା କରିଛନ୍ତି।

ବୀରମହାରାଜପୁର ସହରରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ମୃତ ଲାଇନମ୍ୟାନ ଜଣକ ହେଲେ ଶିବାଶିଷ ହୋତା । ଆଜି ବୀରମହାରାଜପୁର ବିଦ୍ୟୁତ ବିଭାଗ ପକ୍ଷରୁ ସ୍ଥାନୀୟ ରଥପୁର ଠାରେ ବିଦ୍ୟୁତ ମରାମତି କାର୍ଯ୍ୟ ଚାଲିଥିବାବେଳେ ହଠାତ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ ଲାଇନମ୍ୟାନ ଶିବାଶିଷ ହୋତା । ଗୁରୁତର ଅବସ୍ଥାରେ ପ୍ରଥମେ ବୀରମହାରାଜପୁର ଚିକିତ୍ସାଳୟ ଓ ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଶିବାଶିଷଙ୍କୁ ଅଣାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଶିବାଶିଷ ବୀରମହାରାଜପୁର ନିକଟ ଚମ୍ପାମାଳ ଗାଁର ପ୍ରଦୀପ ହୋତାଙ୍କ ଏକମାତ୍ର ପୁଅ ଥିଲେ । ଶିବାଶିଷଙ୍କ ଏହି ଅକାଳ ବିୟୋଗରେ ସମଗ୍ର ବୀରମହାରାଜପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତେବେ ବୀରମହାରାଜପୁର ସହରବାସୀ ସହରର ବସଷ୍ଟାଣ୍ଡ ଛକରେ ମୃତକଙ୍କ ମୃତଦେହ ରାସ୍ତା ଉପରେ ରଖି ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ରାସ୍ତା ଅବରୋଧ କରିଥିଲେ । ସ୍ଥାନୀୟ ପୋଲିସ ,ବିଦ୍ୟୁତ ବିଭାଗର ବରିଷ୍ଠ ଅଧିକାରୀ ଓ ଜିଲ୍ଲା ପ୍ରଶାସନର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନରତ ଜନସାଧାରଣଙ୍କ ସହିତ ଆଲୋଚନା କରିଛନ୍ତି।

ବିଦ୍ୟୁତ ସଂସ୍ପର୍ଶରେ ଆସି ଲାଇନ ମ୍ୟାନଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ତେବେ ଦଳମତ ନିର୍ବିଶେଷରେ ବିଭିନ୍ନ ରାଜନୈତିକ ଦଳର କାର୍ଯ୍ୟକର୍ତା, ସ୍ବେଚ୍ଛାସେବୀ ସଂଗଠନର କାର୍ଯ୍ୟକର୍ତା ଓ ପରିବାର ଲୋକେ ଏହି ମୃତ୍ୟୁ ପାଇଁ ବିଦ୍ୟୁତ ବିଭାଗକୁ ଦାୟୀ କରିଛନ୍ତି। ମୃତକର ପରିବାର ବର୍ଗଙ୍କୁ 50 ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ଦାବି କରିବା ସହିତ ଟାଟା ପାୱାର କମ୍ପାନୀ ବିରୁଦ୍ଧରେ ନାରାବାଜି କରିଛନ୍ତି । ଘଟଣା ସମ୍ପର୍କରେ ସ୍ଥାନୀୟ ଅଧିକାରୀ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ବିଦ୍ୟୁତ ବିଭାଗ ସହିତ ସମ୍ପର୍କ କରି ରାସ୍ତା ଅବରୋଧ ହଟେଇବା ପାଇଁ ଚେଷ୍ଟା କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated : Jan 2, 2022, 9:27 PM IST

ABOUT THE AUTHOR

...view details