ଓଡିଶା

odisha

ETV Bharat / state

ଯାଦବ ସମାଜ ପକ୍ଷରୁ ଆଶ୍ବିନ ପୂର୍ଣ୍ଣିମା ମହୋତ୍ସବ ଆୟୋଜିତ - ପଦ୍ମଶ୍ରୀ ହଳଧର ନାଗ

ସୁବର୍ଣ୍ଣପୁର ଜିଲ୍ଲା ଯାଦବ ସମାଜ ପକ୍ଷରୁ ଆଶ୍ବିନ ପୂର୍ଣ୍ଣିମା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ହଳଧର ନାଗ ଯୋଗ ଦେଇଥିଲେ । ଏହି ଅବସରରେ ବାଡି ଖେଳ ପ୍ରଦର୍ଶିତ ହୋଇଥିଲା।

ଫଟୋ ସୌଜନ୍ୟ : ପ୍ରତିନିଧି, ସୁବର୍ଣ୍ଣପୁର

By

Published : Oct 14, 2019, 8:57 AM IST

ସୁବର୍ଣ୍ଣପୁର: ପ୍ରତି ବର୍ଷ ଭଳି ଚଳିତ ବର୍ଷ ସୁବର୍ଣ୍ଣପୁର ଜିଲ୍ଲା ଯାଦବ ସମାଜ ପକ୍ଷରୁ ଆଶ୍ବିନ ପୂର୍ଣ୍ଣିମା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଥମେ ମାଁ ବୁଢି ସମଲେଇ ମନ୍ଦିରରୁ ଏକ ବାଡିଖେଳ ଶୋଭାଯାତ୍ରା ବାହାରି ଥିଲା ।

ମନ୍ଦିର ପରିସରରେ ଜିଲ୍ଲା ସଭାପତି ତପନ ଜୁଅଡିଙ୍କ ଅଧ୍ୟକ୍ଷତାରେ ଏକ ସଭା ଅୟୋଜିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ପଦ୍ମଶ୍ରୀ ହଳଧର ନାଗ ଯୋଗଦେଇ ଯାଦବ ସମାଜ ସମଗ୍ର ମାବଜାତିର ଏକ ଶ୍ରେଷ୍ଠ ସମାଜ ବୋଲି କରିବା ସହ ଏହାର ଇତିହାସ ବର୍ଣ୍ଣନା କରିଥିଲେ । ବରଗଡ, ସମ୍ବଲପୁର, ବଲାଙ୍ଗିର, ବୌଦ୍ଧ ଜିଲ୍ଲାର ଯାଦବ ସମାଜ ସଭାପତି ଏହି ସଭାରେ ଯୋଗଦେଇଥିଲେ।

ସୁବର୍ଣ୍ଣପୁରରେ ଯାଦବ ସମାଜର ଆଶ୍ବିନ ପୂର୍ଣ୍ଣିମା ମହୋତ୍ସବ

ସମାଜରେ ଥିବା ବିଭିନ୍ନ ପ୍ରକାର କୁସଂସ୍କାରକୁ ପ୍ରତିହତ କରିବା ସହ ସମାଜରେ ଥିବା ଅବହେଳିତ ପରିବାରକୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଜିଲ୍ଲା ଯାଦବ ସମାଜ ପକ୍ଷରୁ ସହଯୋଗ କରାଯିବ ବୋଲି କୁହାଯାଇଛି। ଆଶ୍ବିନ ପୂର୍ଣ୍ଣିମା ଅବସରରେ ଯାଦବ ସମାଜ କଳାକାରଙ୍କ ପକ୍ଷରୁ ବାଡିଖେଳ ପ୍ରଦର୍ଶିତ ହୋଇଥିଲା । ଏହି ସଭାକୁ ନିଳକଣ୍ଠ ବଗର୍ତି ପରିଚାଳନା କରିଥିଲେ । ଅନ୍ୟପଟେ ଜିଲ୍ଲା ଯାଦବ ସମାଜର ପ୍ରପୁଲ୍ଲ ନାଏକ, ରୁତୁରାଜ ବାଘ,ପ୍ରକାଶ ହାତି, ରଞ୍ଜନ ଠେଲା, ସୁରେଶ ଷଣ୍ଡ, ମନବୋଧ ନାଏକ, କୃଷ୍ଣକୁମାର ବାଘ ପ୍ରମୁଖ ଯୋଗ ଦେଇଥିଲେ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details