ସୁବର୍ଣ୍ଣପୁର: ସହରର ଏନଜିଓସିସି ସମ୍ବିଳନୀ କକ୍ଷରେ ଅନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଗୁରୁବାର ପାଳିତ ହୋଇଯାଇଛି । ଭିନ୍ନକ୍ଷମ ପିଲାଙ୍କ ସଠିକ୍ ଯତ୍ନ ନେଲେ ସେମାନଙ୍କ ଭବିଷ୍ୟତ ଉଜ୍ଜ୍ବଳମୟ ହୋଇପାରିବ ବୋଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସ କହିଥିଲେ ।
ପ୍ରତିବର୍ଷ ଡିସେମ୍ବର 3 ତାରିଖରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ କରାଯାଇଥାଏ । ତେବେ ଜିଲ୍ଲାରେ ଭିନ୍ନକ୍ଷମ ପିଲା ଓ ଅଭିଭାବକଙ୍କ ଗହଣରେ ଏହି ଦିବସକୁ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଯୋଗଦେଇ ଭିନ୍ନକ୍ଷମ ପିଲାମାନଙ୍କୁ ଉଚ୍ଚାଭିଳାଷୀ ହେବା ସହ ବିଭିନ୍ନ କ୍ଷେତ୍ରରେ ନିଜର ଯୋଗଦାନ ଦେବା ପାଇଁ ଉତ୍ସାହିତ କରିଥିଲେ ।
ସୁବର୍ଣ୍ଣପୁରରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ ଭିନ୍ନ ଭାବେ ଏହି ପିଲାମାନଙ୍କ ଯତ୍ନ ନେବା ଓ ଚିକିତ୍ସା ସହିତ ସେମାନଙ୍କ ଶିକ୍ଷା, ଖେଳ ଉପରେ ପରିବାର ଲୋକେ ଧ୍ୟାନ ଦେଲେ ସେମାନଙ୍କ ଭବିଷ୍ୟତ ଉଜ୍ଜ୍ବଳମୟ ହୋଇ ପାରିବ ବୋଲି କହିଥିଲେ । ଏମାନଙ୍କ ପାଇଁ ସରକାରୀ ଯୋଜନାର ସଫଳ ରୂପାୟନ ହୋଇ ପାରୁଥିବା ବେଳେ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଏମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଉଦ୍ୟମ ଆବଶ୍ୟକ ବୋଲି ମଧ୍ୟ ଅତିରିକ୍ତ ଜିଲ୍ଲାପାଳ କହିଥିଲେ ।
ଏହି ଭିନ୍ନକ୍ଷମ ପିଲାମାନଙ୍କୁ ସହାୟତା ଉପକରଣ ଯୋଗାଇଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଥିବା ସେ କାର୍ଯ୍ୟକ୍ରମରେ ସୂଚନା ଦେଇଥିଲେ । ଏହି ଅବସରରେ ପିଲାମାନଙ୍କ ମଧ୍ୟରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ