ସୁବର୍ଣ୍ଣପୁର:ଟ୍ରେଡ ୟୁନିୟନ ସମନ୍ବୟ ସମିତି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣା ଦେଇଛନ୍ତି । ଟ୍ରେଡ ୟୁନିୟନ ନେତା ଗୋବିନ୍ଦ ମହାରଣାଙ୍କ ନେତୃତ୍ବରେ ଶତାଧିକ ଶ୍ରମିକ ଏହି ଧାରଣାରେ ସାମିଲ ହୋଇଥିଲେ । ଗତ ଜୁନ ୩୦ରେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଶ୍ରମିକଙ୍କ ହିତ ପାଇଁ ଦେଇଥିବା ଆଦେଶକୁ କାର୍ଯ୍ୟକାରୀ କରିବା ଦାବିରେ ଏହି ଆନ୍ଦୋଳନ କରିଛନ୍ତି ।
ଜିଲ୍ଲାର ସମସ୍ତ ନିର୍ମାଣ ଶ୍ରମିକ, ଅସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା କୁଶଳୀ ଓ ଅଣକୁଶଳୀ ଶ୍ରମିକ ତଥା ପ୍ରବାସୀ ଶ୍ରମିକ ମାନଙ୍କୁ ମହାମାରୀ କୋଭିଡ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା ନେଇ ଦାବି କରିଛନ୍ତି । ମାଗଣା ରାସନ ପ୍ରଦାନ କରିବା ସହିତ ସ୍ଥାୟୀ ନିଯୁକ୍ତି ନେଇ ଜିଲ୍ଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।