ଓଡିଶା

odisha

ETV Bharat / state

ପିଇବା ପାଣି ସମସ୍ୟା: ଆନ୍ଦୋଳନକୁ ଓହ୍ଲାଇଲେ ମହିଳା

ବୀରମହାରାଜପୁର ସଦର ମହକୁମାର ଟାଙ୍ଗରସାହିରେ ଆଜକୁ ବହୁ ବର୍ଷ ଧରି ପାଣି ଟାଙ୍କି ନିର୍ମାଣ କରି ପାଣି ଯୋଗାଇ ଦେବାକୁ ଦାବି ହୋଇ ଆସୁଥିଲେ ବି ପାଣିଟାଙ୍କି ତିଆରି କରାଯାଇ ପାରିନାହିଁ । ତେଣୁ, ପାଣି ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଗୃହିଣୀମାନେ । ଅଧିକ ପଢନ୍ତୁ...

By

Published : Apr 28, 2021, 10:38 PM IST

ପିଇବା ପାଣି ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ମହିଳାମାନେ
ପିଇବା ପାଣି ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ମହିଳାମାନେ

ସୁବର୍ଣ୍ଣପୁର:ପାଣି ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଗୃହିଣୀମାନେ । ଖରା ତାତି ଯେତିକି ବଢ଼ୁଛି ତାଠୁ ଜଳ କଷ୍ଟ ଅଧିକ ହେଉଛି । ତେବେ ପିଇବା ପାଣି ଯୋଗାଇ ଦେବାର ଦାବି କରି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ମହିଳାମାନେ ।

ପିଇବା ପାଣି ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ମହିଳାମାନେ
ପିଇବା ପାଣି ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ମହିଳାମାନେ
ପିଇବା ପାଣି ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ମହିଳାମାନେ

ବୀରମହାରାଜପୁର ସଦର ମହକୁମାର ଟାଙ୍ଗରସାହିରେ ଆଜକୁ ବହୁ ବର୍ଷ ଧରି ପାଣି ଟାଙ୍କି ନିର୍ମାଣ କରି ପାଣି ଯୋଗାଇ ଦେବାକୁ ଦାବି ହୋଇ ଆସୁଥିଲେ ବି ପାଣିଟାଙ୍କି ତିଆରି କରାଯାଇ ପାରିନାହିଁ କି ପାଣି ଯୋଗାଇ ଦିଆଯାଇ ପାରୁନାହିଁ । ଫଳରେ ସାହିରେ ପାନୀୟଜଳ ସଙ୍କଟ ଦେଖାଦେଇଛି ।

ମହିଳାମାନେ ପ୍ରାୟ ଏକ କିଲୋମିଟର ପାଣି ଆଣିବାକୁ ଯାଉଛନ୍ତି । ଟାଙ୍ଗରସାହିରେ ନଳକୂପ ଥିଲେ ବି ଖାଇବା ଉପଯୋଗୀ ପାଣି ବାହାରୁ ନଥିବାରୁ ଗୃହିଣୀମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ କରିଛନ୍ତି । ଆଗାମୀ ଦିନରେ ପାନୀୟ ଜଳ ବ୍ୟବସ୍ଥା କରା ନଗଲେ ଆନ୍ଦୋଳନ ତୀବ୍ରତର କରିବେ ବୋଲି ମହିଳାମାନେ ଉପଖଣ୍ଡ ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details