ଓଡିଶା

odisha

ETV Bharat / state

ମଦଭାଟି ବନ୍ଦ ଦାବିରେ ରାଜରାସ୍ତାରେ ଗୃହିଣୀ - protest against liquor shop in subarnapur

ମଦଭାଟି ବନ୍ଦ ଦାବିରେ ଜିଲ୍ଲାପାଳଙ୍କ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ମହିଳା । ସୁବର୍ଣ୍ଣପୁର ଜିଲ୍ଲାର ତରଭା ବ୍ଲକ ମରାଡୁଗୁଛା ଗାଁର ଆଇନଜୀବୀ ବଳଦେବ ବେଦବାକ ଓ ସ୍ବେଚ୍ଛାସେବୀ ଶ୍ରଦ୍ଧାଞ୍ଜଳି ମିଶ୍ରଙ୍କ ନେତୃତ୍ବରେ ଗୃହିଣୀ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ ।

ମଦଭାଟି ବନ୍ଦ ଦାବିରେ ରାଜରାସ୍ତାରେ ଗୃହିଣୀ
ମଦଭାଟି ବନ୍ଦ ଦାବିରେ ରାଜରାସ୍ତାରେ ଗୃହିଣୀ

By

Published : Dec 3, 2019, 8:28 PM IST

ସୁବର୍ଣ୍ଣପୁର: ମଦଭାଟି ବନ୍ଦ ଦାବିରେ ଜିଲ୍ଲାପାଳଙ୍କ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ମହିଳା । ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ମରାଡୁଗୁଛା ଗାଁର ଗୃହିଣୀ ମଦଭାଟି ବନ୍ଦ ପାଇଁ ଆନ୍ଦୋଳନ କରିଛନ୍ତି । ଆଇନଜୀବୀ ବଳଦେବ ବେଦବାକ ଓ ସ୍ବେଚ୍ଛାସେବୀ ଶ୍ରଦ୍ଧାଞ୍ଜଳି ମିଶ୍ରଙ୍କ ନେତୃତ୍ବରେ ମହିଳା ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ ।


ଜିଲ୍ଲାପାଳଙ୍କ ସମ୍ନାରେ ବିଭିନ୍ନ ସ୍ଲୋଗାନ ଦେଇ ମରାଡୁଗୁଛା ଅଞ୍ଚଳରେ ବେଆଇନ ମଦ ବିକ୍ରି ବନ୍ଦ କରିବା ପାଇଁ ଦାବି କରିଥିଲେ । ଏହି ଅଞ୍ଚଳରେ ବ୍ୟାପକ ପରିମାଣରେ ବେଆଇନ ଭାବେ ମଦ ବିକ୍ରି ହେଉଥିବାରୁ ଏହାକୁ ରୋକିବା ପାଇଁ ଦାବି ହୋଇଛି । ପୂର୍ବରୁ ଅନେକ ଥର ଜିଲ୍ଲା ଅବକାରୀ ବିଭାଗକୁ ଲିଖିତ ଭାବେ ଜଣାଇଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ ଶେଷରେ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ମହିଳା ।

ମଦଭାଟି ବନ୍ଦ ଦାବିରେ ରାଜରାସ୍ତାରେ ଗୃହିଣୀ


ସେପଟେ ମରାଡୁଗୁଛା ଗାଁ ପାଖରେ ଥିବା ଭାଟି ବନ୍ଦ କରିବା ସହିତ କୁଚିଆ ବିକ୍ରିକୁ ମଧ୍ୟ ବନ୍ଦ କରିବା ଦାବି କରିଛନ୍ତି । କୁଚିଆ ବେପାରୀଙ୍କୁ ମନା କରିବାରୁ ସେମାନେ ଧମକ ଦେଉଥିବା ଅଭିଯୋଗ କରିଛନ୍ତି । ଏଦିଗରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାପାଳ ତୁରନ୍ତ ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।


ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details