ଓଡିଶା

odisha

ETV Bharat / state

ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ବୁଧବାର ସୁବର୍ଣ୍ଣପୁର ବିନିକା ଥାନା ଜଗଦାକୁଲପଡା ଗାଁରେ ଏକ ବିଷଧର ସାପ କାମୁଡାରେ ଜଣେ ବିବାହିତ ମହିଳାଙ୍କ ମୃତ୍ୟୁ ଘଟିଛି ।

By

Published : Jul 1, 2020, 2:03 PM IST

women died
ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ସୁବର୍ଣ୍ଣପୁର: ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ । ବୁଧବାର ସୁବର୍ଣ୍ଣପୁର ବିନିକା ଥାନା ଜଗଦାକୁଲପଡା ଗାଁରେ ଏକ ବିଷଧର ସାପ କାମୁଡାରେ ଜଣେ ବିବାହିତ ମହିଳାଙ୍କ ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ବିଳମ୍ବିତ ରାତିରେ ସମାରୀ ମୁଣ୍ଡା ଘରେ ଶୋଇଥିବାବେଳେ ଏକ ଚିତି ସାପ କାମୁଡି ଦେଇଥିଲା। ଏହାପରେ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ତାଙ୍କର ମୃତ୍ୟୁ ଘଟିଛି । ପ୍ରକାଶ ଥାଉକି, ସମାରୀଙ୍କ ଶାଶୁ ଘର ସୁବଳୟା ଥାନା ଅଧୀନରେ ଥିବାବେଳେ ସେ ତାଙ୍କ ବାପଘର ଜଗଦାକୁଲପଡାକୁ ଆସିଥିଲେ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details