ଓଡିଶା

odisha

By

Published : Sep 7, 2020, 9:14 PM IST

ETV Bharat / state

ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଗଣେଷପୁର ଓ ଝରିଆପଡାର ମହିଳାମାନେ ମଦ ବିରୋଧୀ ଆନ୍ଦୋଳନ କରିଛନ୍ତି । ଦାବି ପୂରଣ ନହେଲେ ଆଗକୁ ଭୟାବହ ଆନ୍ଦୋଳନ ବୋଲି ଚେତାବନୀ ଦେଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ
ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ

ସୁବର୍ଣ୍ଣପୁର:ବିନିକା ବ୍ଲକ ଗଣେଷପୁର ଓ ଝରିଆପଡାର ମହିଳାମାନେ ଏକତ୍ରିତ ହୋଇ ବେଆଇନ ମଦ ବିକ୍ରିକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଗତ ତିନି ଦିନ ହେଲା ଏହି ଅଞ୍ଚଳର ସବୁ ବିଦେଶୀ ମଦ ଓ କୁଚିଆ ଭାଟି ଗୁଡିକୁ ବନ୍ଦ କରି ଦେଇଛନ୍ତି । ବିନିକା ବ୍ଲକରେ ଦୀର୍ଘ ଦିନ ହେଲା ଦେଶୀ ମଦର ବେଆଇନ କାରବାର ଯୋଗୁଁ ବିଭିନ୍ନ ସମୟରେ ଅପ୍ରିତିକର ଘଟଣାମାନ ସାମାନାକୁ ଆସୁଛି ।

ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ

ଏପରିକି ଏହି ଦୁଇ ଗାଁରେ ଅନେକ ଲୋକ ମଦ ପିଇ ମହିଳାମାନଙ୍କୁ ଅସଦାଚରଣ କରୁଥିବା ବେଳେ ଅସାମାଜିକ କାର୍ଯ୍ୟକଳାପ ବଢୁ ଥିବା ସହ ପରିବାର ମଧ୍ୟରେ ଅଶାନ୍ତି ଦେଖାଦେଉଛି । ଏହି କାରଣରୁ ମଦ ବ୍ୟବସାୟକୁ ବନ୍ଦ କରିବାକୁ ମହିଳାମାନେ ବାରମ୍ବାର ପ୍ରଶାସନକୁ ଅଭିଯୋଗ କଲା ପରେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଉନାହିଁ । ଫଳରେ ମହିଳାମାନେ ଏକତ୍ରିତ ହୋଇ ଗଣେଶପୁର ହାଇସ୍କୁଲ ପରିସରରେ ଏକ ସଭା କରି ମଦକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ତୁରନ୍ତ ପ୍ରଶାସନ ଦାବି ଉପରେ ପଦକ୍ଷେପ ନନେଲେ ଆଗାମୀ ଦିନରେ ଆନ୍ଦୋଳନ ତିବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details