ଓଡିଶା

odisha

ETV Bharat / state

ମହାନଦୀ ଗର୍ଭରୁ ମହିଳା ଉଦ୍ଧାର - ମହାନଦୀ ଗର୍ଭ

ସୁବର୍ଣ୍ଣପୁର ସହରର ବିଜୁ ପଟ୍ଟନାୟକ ପୋଲ ଉପରୁ ମହାନଦୀ ଗର୍ଭକୁ ଡେଇଁ ପଡିଥିବା ମହିଳାଙ୍କୁ ଉଦ୍ଧାର କରାଯାଇଛି। ମହିଳା ଜଣକ ଡେଇଁ ପଡି ମହାନଦୀର ସ୍ରୋତରେ ଭାସି ଯାଉଥିବାବେଳେ ଦୁଇ ଜଣ ମତ୍ସ୍ୟଜୀବୀ ମହିଳାଙ୍କୁ ଉଦ୍ଧାର କରିଛନ୍ତି। ଅଧିକ ଖବର ପଢନ୍ତୁ...

ମହାନଦୀ ଗର୍ଭରୁ ମହିଳା ଉଦ୍ଧାର
ମହାନଦୀ ଗର୍ଭରୁ ମହିଳା ଉଦ୍ଧାର

By

Published : Jul 15, 2020, 9:29 AM IST

ସୁବର୍ଣ୍ଣପୁର: ସହରର ବିଜୁ ପଟ୍ଟନାୟକ ପୋଲ ଉପରୁ ମହାନଦୀ ଗର୍ଭକୁ ଡେଇଁ ପଡିଥିବା ମହିଳାଙ୍କୁ ଉଦ୍ଧାର କରାଯାଇଛି। ମହିଳା ଜଣକ ଡେଇଁ ପଡି ମହାନଦୀର ସ୍ରୋତରେ ଭାସି ଯାଉଥିବାବେଳେ ଦୁଇ ଜଣ ମତ୍ସ୍ୟଜୀବୀ ମହିଳାଙ୍କୁ ଉଦ୍ଧାର କରିଛନ୍ତି। ଉଦ୍ଧାରକାରୀ ମତ୍ସ୍ୟଜୀବୀ ନରେଶ ନାଏକ ଓ ପରେଶ ନାଏକ ବୋଲି ଜଣାପଡିଛି।

ମହାନଦୀ ଗର୍ଭରୁ ମହିଳା ଉଦ୍ଧାର

ମଙ୍ଗଳବାର ସନ୍ଧ୍ୟାରେ ବୀରମହାରାଜପୁର ଥାନା ଅନ୍ତର୍ଗତ କୁଲିହାକାନି ଗାଁର ମୀରା ସେଠୀ, ତାଙ୍କ ସ୍ବାମୀ ନିତ୍ୟାନନ୍ଦଙ୍କ ସହିତ ସୁବର୍ଣ୍ଣପୁର ସହରକୁ ଆସି ଘରକୁ ଫେରୁଥିବାବେଳେ ମହାନଦୀ ପୋଲରେ କିଛି ସମୟ ଅଟକି ଥିଲେ। ସ୍ବାମୀଙ୍କୁ ଚକମା ଦେଇ ମୀରା ନଦୀକୁ ଡେଇଁ ପଡ଼ିଥିଲେ ।

ପୋଲିସ ଓ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିତ୍ୟାନନ୍ଦଙ୍କୁ ଘଟଣା ବାବଦରେ ପଚାରିବା ସହିତ ସହରର ନଦୀ କୂଳେ କୂଳେ ରାମେଶ୍ବର ଘାଟ ଯାଏଁ ଖୋଜିଥିଲେ । ହେଲେ ନଦୀକୁ ଡେଇଁ ପଡିଥିବା ମହିଳାଙ୍କୁ ମତ୍ସ୍ୟଜୀବୀମାନେ କୁମ୍ଭାର ପଡାଘାଟ ନିକଟରେ ଉଦ୍ଧାର କରିଥିଲେ। ପୋଲିସ ମୀରାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ମହିଳାଙ୍କ ସ୍ବାମୀ ନିତ୍ୟାନନ୍ଦକୁ ଅଟକ ରଖିଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details