ସୁବର୍ଣ୍ଣପୁର: ଜନ୍ମ କଲା ମା'କୁ କାଠ ଫାଳିଆରେ ପିଟିପିଟି ହତ୍ୟା କରିଛି ନିଜ ପୁଅ । ଏଭଳି ଅଭାନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଂହୀଯୁବା ପଞ୍ଚାୟତ ଖଇରମାଳ ଗାଁରେ । ଘଟଣାଟି ଏବେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ତେବେ କେଉଁ କାରଣରୁ ପୁଅ ନିଜ ମା'କୁ ହତ୍ୟା କରିଛି ତାହା ଜଣାପଡ଼ିନାହିଁ ।
ସୁଚନା ଅନୁସାରେ ରବିବାର 60 ବର୍ଷୀୟ ସତ୍ୟ ଭୋଇ ଘର ବାହାରେ ଥିବା ସମୟରେ ନିଜ 28 ବର୍ଷୀୟ ପୁଅ ଗଣେଷ ଏକ କାଠ ଫାଲିଆରେ ମା'କୁ ଆକ୍ରମଣ କରିଥିଲା । ଫଳରେ ତାଙ୍କ ମୁଣ୍ଡଫାଟି ପ୍ରଚୁର ରକ୍ତଶ୍ରାବ ହୋଇଥିଲା । ଘଟଣା ସ୍ଥଳରେ ହିଁ ଟଳିପଡିଥିଲା ଗଣେଶର ମା'।