ସୁବର୍ଣ୍ଣପୁର: କାନ୍ଥ ପଡି ବୃଦ୍ଧା ମୃତ । ଏଭଳି ଦୁଃଖଦ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ପଳାସାଗୋରା ପଞ୍ଚାୟତ ଅନ୍ତର୍ଗତ ପରା ଗାଁରେ । ମୃତକ ହେଲେ ଚନ୍ଦ୍ରକଳା ସାହୁ । ଅନ୍ୟଜଣେ ଗୁରୁତର ଆହତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।
ମାଟି କାନ୍ଥ ପଡି ବୃଦ୍ଧା ମୃତ - woman died as wall collapsed
ମାଟିକାନ୍ଥ ପଡି ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ସୁବର୍ଣ୍ଣପୁର ଜିଲ୍ଲା ପରା ଗାଁର ଚନ୍ଦ୍ରକଳା ସାହୁ । ଏଥିରେ ଅନ୍ୟ ଜଣେ ଗୁରୁତର ମଧ୍ୟ ହୋଇଛନ୍ତି ।
ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
ସୂଚନା ଅନୁଯାୟୀ, ଶନିବାର ସକାଳୁ ଚନ୍ଦ୍ରକଳା ଓ ସୁଦେଷ୍ଣା ଘରେ ବସିଥିବାବେଳେ ହଠାତ୍ କାନ୍ଥ ଭୁଶୁଡି ପଡିଥିଲା । ଫଳରେ ଉଭୟେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ହେଲେ ଚିକିତ୍ସାଧିନ ଅବସ୍ଥାରେ ଚନ୍ଦ୍ରକଳାଙ୍କ ମୃତ୍ୟୁ ଘଟିଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ