ଓଡିଶା

odisha

ETV Bharat / state

ସ୍ବାମୀ ହତ୍ୟାକାରୀକୁ ଗିରଫ ଦାବି କଲେ ପତ୍ନୀ - ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ

ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ପୁଇପାଣି ଗାଁର ଜୟଶ୍ରୀ ଦେହୁରୀ ଗୁରୁବାର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ପାଖରେ ଫେରାଦ ହୋଇଛନ୍ତି।

ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ପାଖରେ ଫେରାଦ

By

Published : Oct 17, 2019, 3:18 PM IST

Updated : Oct 17, 2019, 3:24 PM IST


ସୁବର୍ଣ୍ଣପୁର: ସ୍ଵାମୀଙ୍କ ହତ୍ୟାକାରୀକୁ ଗିରଫ କରିବା ଦାବିରେ ଏସପି ନିକଟରେ ଫେରାଦ ହୋଇଛନ୍ତି ପତ୍ନୀ। ସୁବର୍ଣ୍ଣପୁର ଜିଲ୍ଲାର ସୁବଳୟା ଥାନା ଅଧିନସ୍ଥ ପୁଇପାଣି ଗାଁର ଜୟଶ୍ରୀ ଦେହୁରୀ ଗୁରୁବାର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଫେରାଦ ହୋଇଛନ୍ତି । ତାଙ୍କ ସ୍ଵାମୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିବା ସହ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ସେ।

ଗତ ସେପ୍ଟେମ୍ବର 20ରେ ଜୟଶ୍ରୀଙ୍କ ସ୍ବାମୀ ପ୍ରଦୀପଙ୍କୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିଲେ । ସେ ରାତିରେ ନିଜ ଔଷଧ ଦୋକାନରୁ ଘରକୁ ଫେରୁଥିବା ବେଳେ କିଛି ଅଜଣା ଲୋକ ବୁଦୁଲି ଖମନ ରାସ୍ତାରେ ପ୍ରଦୀପଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରିଥିଲେ। ଆଉ ଏହି ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିଲା।

ସ୍ବାମୀ ହତ୍ୟାକାରୀଙ୍କ ଗିରଫଦାରୀ ଦାବି କଲେ ପତ୍ନୀ

ତେବେ ପ୍ରଦୀପଙ୍କ ସହ ପୂର୍ବରୁ ବିବାଦ ଥିବା କିଛି ଲୋକ ତାଙ୍କ ସ୍ବାମୀଙ୍କୁ ହତ୍ୟା କରିଥିବା ଜୟଶ୍ରୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ତେବେ ଏ ଘଟଣାରେ ପୋଲିସ କେବଳ ମାମଲା ରୁଜୁ କରିଥିବା ବେଳେ ଏଯାଏଁ କାହାରିକୁ ଗିରଫ କରାଯାଇନାହିଁ। ଏ ଘଟଣାରେ ପୋଲିସ ନୀରବ ରହୁଥିବା ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ପାଖରେ ଅଭିଯୋଗ କରିଛନ୍ତି ଜୟଶ୍ରୀ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated : Oct 17, 2019, 3:24 PM IST

ABOUT THE AUTHOR

...view details