ଓଡିଶା

odisha

ହେଲ୍ପ ଟୁ ଅଦର୍ଶ ପକ୍ଷରୁ ଗାଁରେ ସଚେତନତା କାର୍ଯ୍ୟକ୍ରମ

କୋରୋନାକୁ ପ୍ରତିହତ କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଜନସାଧାରଣଙ୍କୁ ସଚେତନ କରିବା ସହ ସହଯୋଗ କରିବା ପାଇଁ ଆଗେଇ ଆସିଛନ୍ତି । ଏହି କ୍ରମରେ ବିନିକା ସହରର ହେଲ୍ପ ଟୁ ଅଦର୍ଶର ସ୍ବେଚ୍ଛାସେବୀମାନେ ବିଭିନ୍ନ ଗାଁରେ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଅଧିକ ପଢନ୍ତୁ...

By

Published : May 29, 2021, 3:03 PM IST

Published : May 29, 2021, 3:03 PM IST

ସ୍ବେଛାସେବୀ ସଂଗଠନ ଗୁଡିକର ବ୍ୟାପକ ସଚେତନତା
ସ୍ବେଛାସେବୀ ସଂଗଠନ ଗୁଡିକର ବ୍ୟାପକ ସଚେତନତା

ସୁବର୍ଣ୍ଣପୁର: ଜିଲ୍ଲାରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି । ଆଉ ଏହାକୁ ପ୍ରତିହତ କରିବା ପାଇଁ ଜିଲ୍ଲାର ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଜନସାଧାରଣଙ୍କୁ ସଚେତନ କରିବା ସହ ସହଯୋଗ କରିବା ପାଇଁ ଆଗେଇ ଆସିଛନ୍ତି । ଏହି କ୍ରମରେ ବିନିକା ସହରର ହେଲ୍ପ ଟୁ ଅଦର୍ଶର ସ୍ବେଚ୍ଛାସେବୀମାନେ ବିଭିନ୍ନ ଗାଁରେ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛନ୍ତି ।

ସ୍ବେଛାସେବୀ ସଂଗଠନ ଗୁଡିକର ବ୍ୟାପକ ସଚେତନତା

ଏବେ ଜିଲ୍ଲାରେ ଲକଡାଉନ, ସଟଡାଉନ ଓ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିଥିବାବେଳେ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନର କାର୍ଯ୍ୟକର୍ତାମାନେ ମହାମାରୀକୁ ନେଇ ଜନସାଧାରଣଙ୍କୁ ସଚେତନ କରୁଛନ୍ତି । ତେବେ ଜିଲ୍ଲାର ରାଜପାଲି ,ବାଉଁଶୁଣି ,କଟାପାଲି ଓ ଡଭଲା ଆଦି ଗାଁରେ ସ୍ବେଚ୍ଛାସେବୀ ଦେବଦତ୍ତ ପଣ୍ଡା ଓ ସହଯୋଗୀମାନେ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରୁଛନ୍ତି । ମାସ୍କ ବ୍ୟବହାର କରିବା, ହାତ ଧୋଇବା, ସାମାଜିକ ଦୂରତ୍ବ ରକ୍ଷା କରିବା, ଜରୁରୀ କାର୍ଯ୍ୟ ନ ଥିଲେ ଘରେ ରହିବା ତଥା ଟୀକା ନେବା ଆଦି ବିଷୟ ଉପରେ ସଚେତନ କରୁଛନ୍ତି । ଏପରିକି ଏହି କାର୍ଯ୍ୟକ୍ରମ ଭିତରେ ଲୋକଙ୍କୁ ମାସ୍କ ବଣ୍ଟନ ମଧ୍ୟ କରୁଛନ୍ତି ।

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଆଶା କର୍ମୀ ,ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ସ୍ବେଚ୍ଛାସେବୀ ସଂଗଠନକୁ ସହଯୋଗ କରୁଛନ୍ତି । ହେଲପ ଟୁ ଅଦର୍ଶର ଏହି ପ୍ରୟାସକୁ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସମେତ ସ୍ଥାନୀୟ ଲୋକେ ବେଶ ପ୍ରଶଂସା କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details