ସୁବର୍ଣ୍ଣପୁର: ଜିଲ୍ଲାର ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସମୀକ୍ଷା ବୈଠକ ଆୟୋଜିତ ହୋଇଯାଇଛି । ଏଥିରେ ବିକାଶ ପରିଷଦର ଅଧ୍ୟକ୍ଷ ସୁବାଷ ଚୌହାନ ଯୋଗଦେଇ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ଜିଲ୍ଲାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା କରିଛନ୍ତି ।
ଗତ ଦୁଇ ବର୍ଷ ଭିତରେ କେତେ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି ଓ କେତେ ପ୍ରକଳ୍ପ ଅଧାପନ୍ତରିଆ ହୋଇ ପଡ଼ି ରହିଛି ତାର ବିବରଣୀ ମାଗିଥିଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ । ଏହାସହ ସେ ଅସମ୍ପୂର୍ଣ୍ଣ ପ୍ରକଳ୍ପ ଗୁଡିକ ପାଇଁ ଆଉ କେତେ ଅନୁଦାନର ଆବଶ୍ୟକତା ରହିଛି ସେ ସମ୍ପର୍କରେ ପଚାରିଥିଲେ । କେଉଁ କାରଣରୁ ପ୍ରକଳ୍ପ ସବୁ ସମ୍ପୂର୍ଣ୍ଣ ହୋଇ ପାରୁନାହିଁ ତାହା ମଧ୍ୟ ପଚାରି ବୁଝିଥିଲେ ।